ନୂଆଦିଲ୍ଲୀ,୩୧/୦: ରୁଷ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ଏକ ବଡ଼ ଆକ୍ରମଣ କରିଛି । ୟୁକ୍ରେନ୍‌ ପାୱାର ଗ୍ରୀଡ଼ ଉପରେ ପ୍ରଚଣ୍ଡ ହମଲା କରିଛି ରୁଷ । ୬୫୦ ଡ୍ରୋନ୍ ଓ ୫୦ ମିସାଇଲ ମାଡ କରିଛି । ଏଥିରେ  ଜଣଙ୍କ ମୃତ୍ୟୁ ହେବା ସହିତ ୧୭ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଝିଅ ପ୍ରାଣ ହରାଇଛନ୍ତି । ୨ ରୁ ୧୬ ବର୍ଷ ବୟସର ପିଲାଙ୍କ ସମେତ ୧୭ ଜଣ ଆହତ ହୋଇଛନ୍ତି । ରୁଷ ପାୱାଡ ଗ୍ରୀଡରେ ଆକ୍ରମଣ କରିଥିବାରୁ ୟୁକ୍ରେନ୍‌ରେ ବିଦ୍ୟୁତ୍ ବିଭ୍ରାଟ ଦେଖିବାକୁ ମିଳିଛି । ୟୁକ୍ରେନର ପ୍ରଧାନମନ୍ତ୍ରୀ ୟୁଲିଆ ସ୍ୱିରିଡେଙ୍କୋ ଏହାକୁ ଏକ ରୀତିମତ ଆତଙ୍କ ବୋଲି କହିଛନ୍ତି । ରୁଷର ଏହି ଆକ୍ରମଣ ପରେ ପୋଲାଣ୍ଡ ଏବଂ ନାଟୋ ଆକାଶ ମାର୍ଗରେ ନିରୀକ୍ଷଣକୁ ବଢାଇ ଦେଇଛନ୍ତି । ୟୁକ୍ରେନ ରୁଷ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
​​​​​​​ରୁଷର ଏହି ଆକ୍ରମଣକୁ ନେଇ ୟୁକ୍ରେନ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି, ରୁଷର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଅନ୍ଧାରରେ ରଖୁଛନ୍ତି । ଲୋକଙ୍କ ଜୀବନକୁ ପ୍ରଭାବିତ କରିବା । ଏହି ବିପଦରୁ ମୁକୁଳିବାକୁ ହେଲେ ୟୁକ୍ରେନ୍‌କୁ ଅଧିକ ଏୟାର ଡିଫେନ୍ସ ସିଷ୍ଟମ, କଡ଼ା କଟକଣା ଏବଂ ରୁଷ ଉପରେ ଚାପ ପକାଇବାର ଆବଶ୍ୟକତା ରହିଛି । ରୁଷକୁ ଶାନ୍ତି ଆଲୋଚନାକୁ ଆଣିବାରେ ଆମେରିକା ଏବଂ ଅନ୍ୟାନ୍ୟ ଦେଶମାନଙ୍କ ପ୍ରୟାସ ସଫଳ ହୋଇନାହିଁ ।

ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି କହିଛନ୍ତି ଯେ,''ଆକ୍ରମଣରେ ରୁଷ ୬୫୦ରୁ ଅଧିକ ଡ୍ରୋନ୍ ଏବଂ ୫୦ ରୁ ଅଧିକ କ୍ଷେପଣାସ୍ତ୍ର ବ୍ୟବହାର କରିଛି । ୟୁକ୍ରେନର ସହରଗୁଡ଼ିକରେ ପାଣି, ସ୍ୱେରେଜ୍ ବିଦ୍ୟୁତ୍ ଉପରେ ନିର୍ଭର କରେ । ବିଦ୍ୟୁତ୍ ବିଭ୍ରାଟ ପାଇଁ ଏହି ସେବାଗୁଡ଼ିକୁ ବାଧାପ୍ରାପ୍ତ ହୋଇଛି । ରୁଷ କିଛି ମାସ ଧରି ୟୁକ୍ରେନର ବିଦ୍ୟୁତ୍ ନେଟୱାର୍କ ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ କରି ଆସୁଛି ।''

କେଉଁ ଅଞ୍ଚଳ ପ୍ରଭାବିତ : ଦକ୍ଷିଣ ଜାପୋରିଜିଆ ଅଞ୍ଚଳରେ, ଜଣେ ୨ ବର୍ଷର ଝିଅ ସମେତ ୧୭ ଜଣ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଟିମ୍‌  ଜଣେ ବ୍ୟକ୍ତିଙ୍କୁ ଭଗ୍ନାବଶେଷ ତଳୁ ବାହାର କରିଥିଲେ କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଅଞ୍ଚଳରେ ମୋଟ ୨ ଜଣଙ୍କର ମୃତ୍ୟୁ ହୋଇଛି । ମଧ୍ୟ-ପଶ୍ଚିମ ଭିନିତ୍ସିଆ ଅଞ୍ଚଳରେ, ଜଣେ ୭ ବର୍ଷର ଝିଅ ଆଖି ବୁଜିଛନ୍ତି । ପୋଲାଣ୍ଡ ସୀମା ନିକଟରେ ଥିବା ଲଭିଭ୍ ଅଞ୍ଚଳରେ, ଦୁଇଟି ପାୱାର ଗ୍ରୀଡ଼ କ୍ଷତିଗ୍ରସ୍ତ ହୋଇଛି ।

ପୋଲାଣ୍ଡ ଏବଂ ନାଟୋର ପ୍ରତିକ୍ରିୟା- ରୁଷ୍‌ର ଆକ୍ରମଣ ପରେ ପୋଲାଣ୍ଡ ସାମରିକ ବାହିନୀ ଆକାଶ ମାର୍ଗରେ ନଜର ରଖିଛି ।  ନାଟୋ ବିମାନ ନିୟୋଜିତ କରିଛି । ସାମରିକ କାର୍ଯ୍ୟ ପାଇଁ ରାଡୋମ୍ ଏବଂ ଲୁବଲିନ୍‌ରେ ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଥିଲା ।