ମୁମ୍ବାଇ,୨୩/୧୦ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ୨୩ ଅକ୍ଟୋବରରେ ଦ୍ବିତୀୟ ଓ୍ବାନଡେ ମ୍ୟାଚ୍ ଏଡିଲେଡ୍ ଓବଲରେ ଖେଳାଯାଉଛି । ଏହି ମ୍ୟାଚରେ ରୋହିତ ଶର୍ମା ୭୭ରନର ସାନଦାର ପାଳି ଖେଳିଛନ୍ତି ଏବଂ ପାଳିରେ ରୋହିତ ୨ଲମ୍ବା ଛକ୍କା ମାରିଛନ୍ତି । ସେହିଭଳି ରୋହିତ ଓ୍ବାନଡେ କ୍ରିକେଟରେ ସବୁଠାରୁ ଅଧିକ ଛକ୍କା ଲଗାଇବାର ରେକର୍ଡ଼ଠାରୁ ଏବେ କେବଳ ୫ଛକ୍କା ଦୂରରେ ଅଛନ୍ତି । ପାକିସ୍ତାନର ଅଲରାଉଣ୍ଡର ଶାହିଦ ଅଫରିଦିଙ୍କ ନାଁରେ ଓ୍ବାନଡେ ଅନ୍ତର୍ଜାତୀୟରେ ସବୁଠାରୁ ଅଧିକ ଛକ୍କା ଲଗାଇବାର ରେକର୍ଡ଼ ରହିଛି। ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛି କି ଓ୍ବାନଡେ କ୍ରିକେଟରେ ସବୁଠାରୁ ଅଧିକ ଛକ୍କା ଲଗାଇବାରେ ୭ବ୍ୟାଟର କିଏ ?
ଓ୍ବାନଡେ କ୍ରିକେଟରେ ସବୁଠାରୁ ଅଧିକ ଛକ୍କା ଲଗାଇଥିବା ଟପ୍ ୭ ବ୍ୟାଟର
୧- ଶାହିଦ ଅଫରିଦ(ପାକିସ୍ତାନ)- ୩୫୧ ଛକ୍କା
ଓ୍ବାନଡେ କ୍ରିକେଟରେ ସବୁଠାରୁ ଅଧିକ ଛକ୍କା ଲଗାଇଥିବା ଟପ୍ -୭ ବ୍ୟାଟରଙ୍କ ଲିଷ୍ଟରେ ପାକିସ୍ତାନର ଅଲରାଉଣ୍ଡର ଶାହିଦ ଅଫରିଦ ପ୍ରଥମ ନମ୍ବରରେ ଅଛନ୍ତି । ଅଫରିଦ ୩୯୮ଓ୍ବାନଡେ ମ୍ୟାଚରେ ୩୫୧ଛକ୍କା ଯୋଡ଼ିଛନ୍ତି ।
୨-ରୋହିତ ଶର୍ମା(ଭାରତ)- ୩୪୬ ଛକ୍କା
ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ୍ବାନଡେ କ୍ରିକେଟରେ ସବୁଠାରୁ ଅଧିକ ଛକ୍କା ଲଗାଇଥିବା ବ୍ୟାଟରଙ୍କ ଲିଷ୍ଟରେ ଦ୍ବିତୀୟ ନମ୍ବରରେ ଅଛନ୍ତି । ରୋହିତ ଏବେ ପର୍ଯ୍ୟନ୍ତ ୨୭୫ଓ୍ବାନଡେ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ୩୪୬ଛକ୍କା ଲଗାଇଛନ୍ତି ।
୩- କ୍ରିସ୍ ଗେଲ(ଓ୍ବେଷ୍ଟଇଣ୍ଡିଜ)-୩୩୧ ଛକ୍କା
ଓ୍ବାନଡେ କ୍ରିକେଟରେ ସବୁଠାରୁ ଅଧିକ ଛକ୍କା ଲଗାଇଥିବା ବ୍ୟାଟରଙ୍କ ଲିଷ୍ଟରେ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋଟକ ବ୍ୟାଟର କ୍ରିସ ଗେଲ୍ ତୃତୀୟ ସ୍ଥାନରେ ଅଛନ୍ତି । ଗେଲ୍ ମୋଟ୍ ୩୦୧ଓ୍ବାନଡେ ମ୍ୟାଚରେ ୩୩୧ ଛକ୍କା ଯୋଡ଼ିଛନ୍ତି ।
୪- ସନଥ ଜୟସୂର୍ଯ୍ୟା(ଶ୍ରୀଲଙ୍କା)- ୨୭୦ ଛକ୍କା
ଶ୍ରୀଲଙ୍କର ଧୂଆଁଧାର ବ୍ୟାଟର ସନଥ ଜୟସୂର୍ଯ୍ୟା ଓ୍ବାନଡେ କ୍ରିକେଟରେ ସବୁଠାରୁ ଅଧିକ ଛକ୍କା ଲଗାଇବା ବ୍ୟାଟରଙ୍କ ଲିଷ୍ଟରେ ଚତୁର୍ଥ ନମ୍ବରରେ ଅଛନ୍ତି । ଜୟସୂର୍ଯ୍ୟା ୪୪୫ଓ୍ବାନଡେ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୨୭୦ଛକ୍କା ଲଗାଇଛନ୍ତି ।
୫- ମହେନ୍ଦ୍ର ସିଂହ ଧୋନୀ(ଭାରତ)-୨୨୯ଛକ୍କା
ଓ୍ବାନଡେ କ୍ରିକେଟରେ ସବୁଠାରୁ ଅଧିକ ଛକ୍କା ଲଗାଇଥିବା ବ୍ୟାଟରଙ୍କ ଲିଷ୍ଟରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋଧୀ ପଞ୍ଚମ ସ୍ଥାନରେ ଅଛନ୍ତି । ଧୋନୀ ୩୫୦ଓ୍ବାନଡେ ମ୍ୟାଚରେ ୨୨୯ଛକ୍କା ଯୋଡ଼ିଛନ୍ତି ।
୬- ଇୟୋନ ମର୍ଗନ(ଇଂଲଣ୍ଡ)- ୨୨୦ଛକ୍କା
ଇଂଲଣ୍ଡର ପୂର୍ବତନ ଅଧିନାୟକ ଇୟୋନ ମର୍ଗନ ଓ୍ବାନଡେ କ୍ରିକେଟରେ ସବୁଠାରୁ ଅଧିକ ଛକ୍କା ଲଗାଇଥିବା ବ୍ୟାଟରଙ୍କ ଲିଷ୍ଟରେ ଷଷ୍ଠ ସ୍ଥାନରେ ଅଛନ୍ତି । ମର୍ଗନ୨୪୮ଓ୍ବାନଡେ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ୨୨୦ ଛକ୍କା ଲଗାଇଛନ୍ତି ।
୭- ଏ.ବି. ଡିଭିଲିୟର୍ସ(ଦକ୍ଷିଣଆଫ୍ରିକା)- ୨୦୪ ଛକ୍କା
ଓ୍ବାନଡେ କ୍ରିକେଟରେ ସବୁଠାରୁ ଅଧିକ ଛକ୍କା ଲଗାଇଥିବା ବ୍ୟାଟରଙ୍କ ଲିଷ୍ଟରେ ଦକ୍ଷିଣ ଆଫ୍ରିକାଣ ବ୍ୟାଟର ଏ.ବି. ଡିଭିଲିୟର୍ସ ୭ମ ନମ୍ବରରେ ଅଛନ୍ତି । ଡିଭିଲିୟର୍ସ ୨୨୮ଓ୍ବାନଡେ ମ୍ୟାଚରେ ୨୦୪ଛକ୍କା ଲଗାଇଛନ୍ତି ।