କୋରାପୁଟ, ୧୩/୯: ସ୍ଥାନୀୟ ଏସିପି ଅଫିସ ସମ୍ମୁଖରେ ଥିବା ଏକ ଦୁଇ ମହଲା ଦୋକାନ ଗୃହ ଶନିବାର ଅପରାହ୍ନରେ ଭୁଶୁଡ଼ି ପଡ଼ିଛି।  ଦୋକାନ ଭିତରେ ୫ ଜଣ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି।  ଉଦ୍ଧାର ବ୍ୟକ୍ତି ଜଣକ ହେଲେ ସହରର ପ୍ରତିଷ୍ଠିତ ବ୍ୟବସାୟୀ ଦାଶରଥି ବେକେରି ମାଲିକଙ୍କ ଭାଇ ଲୋକନାଥ ପାତ୍ର। ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ତେବେ ଭଙ୍ଗା ଗୃହ ଭିତରେ ଆଉ ଚାରିଜଣ ଫସି ରହିଛନ୍ତି। ଓଡ୍ରାଫ ଟିମ୍, ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ କର୍ମଚାରୀ ପହଞ୍ଚି ମେସିନ୍ ସାହାଯ୍ଯରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କୋରାପୁଟ ବିଧାୟକ, କୋଟପାଡ ବିଧାୟକ, ଏଡିଏମ୍, ଏସପି ପ୍ରମୂଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରୁଛନ୍ତି।