ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସରକାରୀ ଯୋଜନାରୁ ବଞ୍ଚିତ ସୀତାପାଙ୍ଗା ଗାଁ, ଜଙ୍ଗଲୀ ଜୀବନ ବିତାଉଛନ୍ତି ଗ୍ରାମବାସୀ

Published By : Harapriya Sethi | April 21, 2025 1:29 PM

ଦାରିଙ୍ଗବାଡି,୨୧/୦୪: ସରକାରୀ ଯୋଜନାରୁ ବହୁ ଦୂରରେ ସିତାପାଙ୍ଗା ଗ୍ରାମ । ପାଣି, ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଏହି ସମସ୍ୟା ଆଜି କି କାଲିର ନୁହଁ । ବର୍ଷ ବର୍ଷ ଧରି ଲାଗି ରହିଛି ଅନେକ ସମସ୍ୟା । ହେଲେ ସରକାରୀ ବାବୁଙ୍କ ଭାଙ୍ଗୁନି ନିଦ । ଫଳରେ ଜଙ୍ଗଲୀ ଜୀବନ ଅତିବାହିତ କରୁଛନ୍ତି ଆଦିବାସୀ ବହୁଳ ଗାଁ ସିତାପାଙ୍ଗାର ଗ୍ରାମବାସୀ । ସୀତାପାଙ୍ଗା ଗ୍ରାମଟି ବାଡାବାଙ୍ଗା ପଞ୍ଚାୟତ ଅଧୀନରେ ରହିଛି । ଉକ୍ତ ଗାଁରେ ୧୬ ପରିବାର ବସବାସ କରନ୍ତି । ଉକ୍ତ ଗାଁ ମୁଖ୍ୟ ରାସ୍ତା ଠାରୁ ୪ କିଲୋ ମିଟର ଦୂରରେ ଅବସ୍ଥିତ। ହେଲେ ଉକ୍ତ ୪ କିଲୋମିଟର ରାସ୍ତା ଅବସ୍ଥା ନକହିବା ଭଲ । ସେହି ରାସ୍ତାଟି ମାଟି ରାସ୍ତା ହୋଇଥିବାରୁ ଅନେକ ଖାଲ ଖମା ରହିଛି। 

ଉକ୍ତ ରାସ୍ତାରେ ଏକ ବଡ଼ ନାଳ ମଧ୍ୟ ରହିଛି । ସେହି ନାଳରେ ଏକ ପୋଲ ହୋଇଥିବା ବେଳେ ପୋଲକୁ ରାସ୍ତା ସଂଯୋଗ ହୋଇନାହିଁ । ଫଳରେ ପୋଲଟି କୌଣସି କାମରେ ଆସୁ ନାହିଁ । ବର୍ଷା ଦିନ ହୋଇଗଲେ ଉକ୍ତ ରାସ୍ତା ଦେଇ ଲୋକ ଯାତାୟତ କରିବା କଷ୍ଟ ସାଧ୍ୟ ହୋଇପଡୁଛି । ରାସ୍ତା ସାରା କାଦୁଅ ପଚ ପଚ ହେଉଛି । ଗାଁରେ ଆଜି ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ହୋଇ ପାରିନଥିବାରୁ ଲୋକେ ଗୋଳିଆ ଯୁକ୍ତ ଚୁଆ ପାଣି ପିଇ ଜୀବନ ବିତାଉଛନ୍ତି । ଉକ୍ତ ଚୁଆରେ ଜଙ୍ଗଲୀ ଜୀବଜନ୍ତୁ ଠାରୁ ଆରମ୍ଭ କରି ଗାଈ ବଳଦ ପାଣି ପିଅନ୍ତି । ଆଉ ସେହି ପାଣିକୁ ଗାଁ ଲୋକେ ମଧ୍ୟ ବ୍ୟବହାର କରିଥାନ୍ତି । ଗାଁରେ ବସୁଧା ଯୋଜନାରେ ଖାଲି ଟାଙ୍କି କାମ ହୋଇ ପଡ଼ି ରହିଛି । 

ଅନ୍ୟ ପଟେ ଗାଁରେ ସ୍କୁଲ କି ଅଙ୍ଗନବାଡ଼ି ନଥିବା ହେତୁ ପିଲା ମାନେ ଶିକ୍ଷାଠୁ ବହୁ ଦୂରରେ ରହିଛନ୍ତି । ଉକ୍ତ ଗାଁରେ ସ୍କୁଲ ରହିଥିଲା ହେଲେ ପିଲା ସଂଖ୍ୟା କମ୍‌ ଥିବା ଯୋଗୁଁ ସ୍କୁଲ ବନ୍ଦ ହୋଇ ଯାଇଛି । ସେହି ଦିନ ଠାରୁ ଗାଁରେ ଶିକ୍ଷା ଗ୍ରହଣ ବନ୍ଦ ହୋଇ ଯାଇଥିବା ବେଳେ ପିଲାମାନେ ଶିକ୍ଷାରୁ ବଞ୍ଚିତ ହୋଇ ରହିଛନ୍ତି । ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିଲେ ସୁଦ୍ଧା ନହେଲା ଭଳି ମନେ ହେଉଛି । ମାସକରେ ଅଧା ଦିନ କରେଣ୍ଟ ରହିଲେ ଅଧା ଦିନ ରହୁନାହିଁ । ଏଭଳି ଭାବେ ଗାଁରେ ରହିଛି ଅନେକ ସମସ୍ୟା । ସ୍ୱାଧୀନତାର ୭୭ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ସବୁ ସମସ୍ୟାର ସମାଧାନ ହୋଇପାରିନାହିଁ । 

ଏସବୁ ସମସ୍ୟାର ସମାଧାନ ନିମନ୍ତେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁର ସମସ୍ୟା ନେଇ ଗ୍ରାମବାସୀ ୨ ଶହରୁ ଅଧିକ ଥର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଲିନାହିଁ । ସେହିପରି ପାଖରେ ରହିଥିବା ଅଡାଗାଡୁ ଗ୍ରାମରେ ମଧ୍ୟ ସେହି ସମାନ ସ୍ଥିତି । ଏହି ୨ ଟି ଗ୍ରାମ ପ୍ରତି ସରକାର ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.