ଭୁବନେଶ୍ୱର,୦୧/୧୦: ପାର୍ବଣ ଉପଲକ୍ଷେ ସ୍ମାର୍ଟ ବଜାର ପକ୍ଷରୁ ତ୍ୟୋହାର ରେଡି ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ଅକ୍ଟୋବର ୫ ଯାଏ ଗ୍ରାହକ ବିସ୍ତୃତ ବର୍ଗର ସାମଗ୍ରୀ ଉପରେ ଆକର୍ଷଣୀୟ ଭ୍ୟାଲ୍ୟୁ ଏବଂ ସର୍ବୋତ୍ତମ ମୂଲ୍ୟ ପାଇପାରିବେ । ଏହି ଅଫର ସହ ଗ୍ରାହକ ସେମାନଙ୍କ ପାର୍ବଣକୁ ଆହୁରି ଆକର୍ଷଣୀୟ କରିପାରିବେ । ପାର୍ବଣରେ ସ୍ମାର୍ଟ ବଜାର ୱାନ ଷ୍ଟପ୍‌ ଡେଷ୍ଟିନେସନ ଭାବେ ଉଭା ହୋଇଛି । ରିଲାଏନ୍ସ ରିଟେଲର ସିଇଓ ଦାମୋଦର ମଲ୍ଲ କହିଛନ୍ତି, ଗ୍ରାହକଙ୍କ ସହ ଏହି ପାର୍ବଣ ପାଳନ ଲାଗି ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ତ୍ୟୋହାର ରେଡି ସେଲ୍‌ ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ପୂରଣରେ ସକ୍ଷମ ହେବ । ପ୍ରମୁଖ ମିଠା ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟରେ ଗୋଟିଏ କିଣି ଗୋଟିଏ ମାଗଣା ପାଇବେ ଗ୍ରାହକ । ସେହିଭଳି ଡ୍ରାଏଫ୍ରୁଟ ଗିଫ୍ଟ ପ୍ୟାକ୍‌ ଗୋଟିଏ କିଣିଲେ ଗୋଟିଏ ମାଗଣା ମିଳିବ । ଗିଫ୍ଟ ରେଞ୍ଜ୍‌ ୯୯ ଟଙ୍କାରୁ ୯୯୯୯ ଟଙ୍କା ଯାଏ ରହିଛି । ବିସ୍କୁଟ ଏବଂ ଚକୋଲେଟ ହୋମ୍‌ ପ୍ୟାକ୍‌ ଉପରେ ୬୦% ଯାଏ ରିହାତି ରହିଛି ।

ସ୍ପେଶାଲ ଫେଷ୍ଟିଭ କମ୍ବୋ ପ୍ୟାକ୍‌ରେ ୫ କିଲୋ କୋହିନୁର ବାସୁମତି ଚାଉଳ ଏବଂ ୨.୫ ଲିଟରର ରାଇସ୍‌ ବ୍ରାନ ଅଏଲ୍‌ ମାତ୍ର ୬୯୯ ଟଙ୍କାରେ ମିଳିବ । କୋଲ୍ଡ ଡ୍ରିଙ୍କ ଏବଂ ଜୁସ୍‌ ଉପରେ ୩୩% ଅଫ୍‌ ସୁବିଧା ରହିଛି । ଫେଷ୍ଟିଭ୍‌ ଫ୍ୟାସନ ୯୯୯ ଟଙ୍କା ମଧ୍ୟରେ ମିଳୁଛି । ଆରିଷ୍ଟୋକ୍ରାଟ ହାର୍ଡି ଟ୍ରଲିସେଟ୍‌ ସହ ମାଗଣା ଡଫଲ୍‌ ବ୍ୟାଗ୍‌ ଗ୍ରାହକ ୩୯୯୯ ଟଙ୍କାରେ କିଣିପାରିବେ ବୋଲି ସ୍ମାର୍ଟ ବଜାର ପକ୍ଷରୁ ସୂଚନା ମିଳିଛି । ଏକ ଭରସାଯୋଗ୍ୟ ଶପିଂ ଡେଷ୍ଟିନେସନ ଭାବେ ତ୍ୟୋହାର ରେଡି ସେଲ୍‌ ସ୍ମାର୍ଟ୍‌ ବଜାରର ପ୍ରତିବଦ୍ଧତାକୁ ଦୋହରାଇଛି । ସାରା ଦେଶର ୯୫୦ରୁ ଉଦ୍ଧ୍ୱର୍ ଷ୍ଟୋରରେ ଗ୍ରାହକ ଏହି ଅଫରର ଲାଭ ଉଠାଇପାରିବେ । ପାର୍ବଣରେ ସବୁଠୁ ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ସାମଗ୍ରୀ ଉପଲବ୍ଧ କରାଇବାକୁ ଏହା ଲକ୍ଷ୍ୟ ରଖିଛି । ଏହି ଅଫରର ଲାଭ ଉଠାଇବା ଲାଗି ନିକଟସ୍ଥ ସ୍ମାର୍ଟ ବଜାର ପରିଦର୍ଶନ କରିବାକୁ କମ୍ପାନି ପକ୍ଷରୁ ଗ୍ରାହକ ନିବେଦନ କରାଯାଇଛି ।