ଭୁବନେଶ୍ବର, ୧୪/୧୦ :  ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ବିଜେଡି ଆଣିଥିବା ଅଭିଯୋଗ ଉପରେ କଡ଼ା ଜବାବ ରଖିଲା ବିଜେପି । ବିଜେଡି ନେତାମାନେ କିଛି କହିବା ଆଗରୁ ସେମାନଙ୍କ ସମୟର ସରକାର କଥା ଥରେ ମାନେ ପକାନ୍ତୁ । ସେମାନେ କ’ଣ କରିଥିଲେ । ଯଦି କୌଣସି କେସରେ ବିଜେଡି ନେତା ସଂପୃକ୍ତ ରହୁଥିଲେ, ସେଥିରେ ଗିରଫଦାରୀ ହେଉନଥିଲା ।

ବିଜେପି ସରକାର ଆସିବା ପରେ ଓଡ଼ିଶାରେ ଯେତେବେଳେ ଯେଉଁ ଘଟଣା ଘଟୁଛି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏଭଳି କାର୍ଯ୍ୟାନୁଷ୍ଠାନ ଆଗରୁ କେବେ ହେଉଥିଲା କି ? ବିଜେଡି ନେତାମାନେ ଉତ୍ତର ଦିଅନ୍ତୁ । ତାଙ୍କ ସମୟରେ ବିଭିନ୍ନ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପାଇଁ ସେମାନେ କ’ଣ କରିଛନ୍ତି ତାର ଉତ୍ତର ଦିଅନ୍ତୁ । ବିଜେପି ସରକାର ଆସିବା ପରେ ଯିଏ ବି ଯେଉଁଠି ଦୋଷୀ ଧରାପଡୁଛନ୍ତି, ତୁରନ୍ତ କଡ଼ା ଆକ୍ସନ ନିଆଯାଉଛି