ବଘିଆପଡା, ୩୧/୧୦: ଶୁକ୍ରବାର ଦିନ ସକାଳ ୧୦ ସମୟରେ ବୌଦ୍ଧ ବ୍ଲକ ବ୍ରାହ୍ମଣୀ ପାଲି ଗ୍ରାମପଞ୍ଚାୟତ ବିଜାପଦର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମାନେ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ l ମିଳିଥିବା ସୂଚନା ଅନୁଯାୟୀ ବିଜାପଦର୍ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୫ ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ବେଳେ ମାତ୍ର ୫ ଜଣ ଶିକ୍ଷକ ଅଛନ୍ତି l ତନ୍ମଧ୍ୟରୁ ଅରୁଣ କୁମାର ସାହୁ ନାମକ ଜଣେ ଶିକ୍ଷକଙ୍କୁ ଧାନବଳଶ ସ୍କୁଲକୁ ବିଇଓ କାର୍ଯ୍ୟାଳୟ ପକ୍ଷରୁ ବଦଳି କରାଯାଇଛି। ତେଣୁ ଶିକ୍ଷକଙ୍କ ବଦଳି ରୋକିବାକୁ ଶୁକ୍ରବାର ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ l ଶିକ୍ଷକଙ୍କ ବଦଳି ବାତିଲ କରା ନଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଫାଟକରେ ତାଲା ପକାଇ ପ୍ରତିବାଦ ଜାରି ରହିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି l