ଭୁବନେଶ୍ୱର,୨୩/୦୯:ମାଲେସିଆରେ ଆସନ୍ତା ମାସରେ ଖେଳାଯିବାକୁ ଥିବା ସୁଲତାନ ଜୋହର କପ୍ ପାଇଁ ଭାରତୀୟ ୧୮ ଜଣିଆ ଜୁନିୟର ଦଳ ଘୋଷଣା କରାଯାଇଛି । ଡିଫେଣ୍ଡର ରୋହିତଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଦଳରେ ୩ ଜଣ ଓଡ଼ିଆ ସାମିଲ ହୋଇଛନ୍ତି । ସେମାନେ ହେଲେ ଡିଫେଣ୍ଡର ଅନମୋଲ ଏକ୍କା, ମିଡଫିଲ୍ଡର ଅଦ୍ରୋହିତ ଏକ୍କା ଓ ରୋଶନ କୁଜୁର । ସେମିତି ଷ୍ଟାଣ୍ଡ୍ବାଏରେ ୨ ଜଣ ଓଡ଼ିଆ ବିବେକ ଲାକ୍ରା ଓ ରୋହିତ କୁଲୁ ରହିଛନ୍ତି ।
ଭାରତୀୟ ଦଳ ଅକ୍ଟୋବର ୧୧ ତାରିଖରେ ଜୋହର କପ୍ରେ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍ରେ ଦଳ ଗ୍ରେଟ୍ ବ୍ରିଟେନକୁ ଭେଟିବ । ୧୨ରେ ନ୍ୟୁଜିଲାଣ୍ଡ, ୧୪ରେ ପାକିସ୍ତାନ, ୧୫ରେ ଅଷ୍ଟ୍ରେଲିଆ ଏବଂ ୧୭ରେ ଆୟୋଜକ ମାଲେସିଆକୁ ଭେଟିବ । ପୂର୍ବ ସଂସ୍କରଣରେ ଭାରତ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲା । ଅକ୍ଟୋବର ୧୮ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ ।
ଭାରତୀୟ ଦଳ
ଗୋଲକିପର-ବିକ୍ରମଜିତ ସିଂ ଓ ପ୍ରିନ୍ସଦୀପ ସିଂ । ଡିଫେଣ୍ଡର-ରୋହିତ (ଅଧିନାୟକ), ତାଲେମ ପ୍ରିୟବ୍ରତ, ଅନମୋଲ ଏକ୍କା, ଅମିର ଅଲି, ସୁନୀଲ, ରବନୀତ ସିଂ । ମିଡଫିଲ୍ଡର-ଅଙ୍କିତ ପାଲ, ଥୌନାଓଜାମ ଇଙ୍ଗାଲେମ୍ବା ଲୁୱାଙ୍ଗ, ଅଦ୍ରୋହିତ ଏକ୍କା, ଅରଇଜିତ ସିଂ ହୁଣ୍ଡାଲ, ରୋଶନ କୁଜୁର, ମନମିତ ସିଂ ଏବଂ ଫରୱାର୍ଡ- ଅର୍ଶଦୀପ ସିଂ, ସୌରଭ ଆନନ୍ଦ, ଅଜିତ ଯାଦବ, ଗୁରଜୋତ ସିଂ । ଷ୍ଟାଣ୍ଡବାଏ-ବିବେକ ଲାକ୍ରା, ଶ୍ରଦ୍ଧାନନ୍ଦ ତିୱାରୀ, ଥୋକଚୋମ କିଙ୍ଗସନ ସିଂ, ରୋହିତ କୁଲୁ ଓ ଦିଲରାଜ ସିଂ