ନୂଆଦିଲ୍ଲୀ: ବିହାରରେ ଜାରି ରହିଥିବା ସ୍ୱତନ୍ତ୍ର ନୀରିକ୍ଷଣ ସଂଶୋଧନ(SIR)କୁ ନେଇ ସୁପ୍ରିମ କୋର୍ଟ ଦେଲେ ବଡ ରାୟ। ଯଦି ନିର୍ବାଚନ କମିଶନଙ୍କ ଦ୍ୱାରା ଏହି ପ୍ରକ୍ରିୟାରେ କୌଣସି ବି ଅବୈଧ କର୍ଯ୍ୟକଳାପ କରାଯାଇଥିବା ନେଇ ପ୍ରମାଣ ମିଳେ ତେବେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରାଯିବ ବୋଲି ସୁପ୍ରିମ କୋର୍ଟ ସୋମବାର ରାୟ ପ୍ରକାଶ କରିଛନ୍ତି।

ସୋମବାର ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ବିହାରରେ ଚାଲୁ ରହିଥିବା SIRକୁ ନେଇ ହୋଇଥିବା ମାମଲାର ଶୁଣାଣୀ କରିଥିଲେ। ଏହି ଶୁଣାଣୀରେ କୁହାଯାଇଛି ଯେ ନିର୍ବାଚନ କମିଶନ ଏକ ସାମ୍ବିଧାନିକ କର୍ତ୍ତୃପକ୍ଷ ହୋଇଥିବାରୁ, SIR ପରିଚାଳନାରେ ଆଇନ ଏବଂ ନିୟମ ପାଳନ କରିଛି। ତେବେ ଯଦି ଏହି ପ୍ରକ୍ରିୟାରେ କୌଣସି ବି ଅବୈଧ କର୍ଯ୍ୟକଳାପ କରାଯାଇଥିବା ନେଇ ପ୍ରମାଣ ମିଳେ ତେବେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରାଯିବ । ତେବେ ଆସନ୍ତା ଅକ୍ଟୋବର ତାରିଖରେ ଏହାକୁ ନେଇ ଚୂଡାନ୍ତ ରାୟ ପ୍ରକାଶ ପାଇବ ବୋଲି କୋର୍ଟ ସୂଚନା ଦେଇଛନ୍ତି। ଆଉ ଏହି ରାୟକୁ ସର୍ବ ଭାରତୀୟ ସ୍ତରରେ ଲାଗୁ କରାଯିବ।

ସୂଚନା ମୁତାବକ, ବିହାରରେ ଚାଲୁ ରହିଥିବା SIR ପ୍ରକ୍ରିୟାରେ ଉପଯୁକ୍ତ ଯାଞ୍ଚ ବିନା ଲକ୍ଷଲକ୍ଷ ବୈଧ ଭୋଟରଙ୍କ ନାମ କାଟିଦିଆଯାଉଛି ବୋଲି ଅଭିଯୋଗ ଆଣି ବିଭିନ୍ନ ବୋରୋଧି ଦଳମାନେ ଏହାର ବରୋଧ କରୁଛନ୍ତି। ଏହାଛଡା ଭୋଟିଂ ପାଇଁ ନିର୍ବାଚନ କମିଶନ ଆଧାରକୁ ହଟାଇ ମାତ୍ର ଏଗାରଟି ବୈଧ ଡକ୍ୟୁମେଣ୍ଟ ଗ୍ରହଣ କରିବ ବୋଲି ଘୋଷଣା କରିଥିଲେ। ଯାହା ଦ୍ୱାରା ଅନେକ ଭୋଟର ନିଜ ମତଦାନ କରିପାରିବେ ନାହିଁ ବୋଲି ମଧ୍ୟ ଅଭିଯୋଗ ଉଠିଥିଲା।

ହେଲେ ସୁପ୍ରିମ କୋର୍ଟ ଗତ ସେପ୍ଟେମ୍ବର ତାରିଖରେ ଇସିର ଏହି ଯୁକ୍ତିକୁ ଖାରଜ କରିଦେଇଥିଲେ। ଆଧାର ଦେଶର ବୈଧ ନାଗରିକତାର ପରିଚୟ ପତ୍ର ନୁହେଁ, ହେଲେ ଏହା ଲୋକମାନଙ୍କୁ ସେମାନଙ୍କ ପରିଚୟ ଓ ସ୍ଥାନିୟ ବାସିନ୍ଦା ହେବାର ପ୍ରମାଣ ଦେଇଥାଏ ବୋଲି କୋର୍ଟ କହିଥିଲେ। ଏହାସହ ଆଧାରକୁ ଭୋଟିଂ ପାଇଁ ଦ୍ୱାଦଶ ତମ ବୈଧ ଡକ୍ୟୁମେଣ୍ଟ ବୋଲି ରାୟ ପ୍ରକାଶ କରିଥିଲେ। ଯେଉଁଥିପାଇଁ ବିହାର ନିର୍ବାଚନରେ ଯେ କୌଣସି ଲୋକ ନିଜ ଆଧାର ପରିଚୟ ପତ୍ର ଦେଖାଇ ମତଦାନ କରିବାର ରାସ୍ତା ଫିଟିଥିଲା।

ଗତ ଅଗଷ୍ଟ ୧୮ ତାରିଖରେ ଇଲେକ୍ସନ କମିଶନର ଅଫ ଇଣ୍ଡିଆ(ଇସି) ଏକ ଡ୍ରାଫ୍ଟ ପ୍ରକାଶ କରିଥିଲେ। ଯେଉଁଥିରେ SIR ଅଧିନରେ ନୂତନ ଭୋଟର ଲିଷ୍ଟରୁ ପ୍ରାୟ ୬୫ ଲକ୍ଷ ଲୋକଙ୍କ ନାମ କାଟିଦିଆ ଯାଇଥିଲା। ଯେଉଁଥିପାଇଁ ବୋରୋଧିଦଳ ନେତାମାନେ ନିର୍ବାଚନ କମିଶନ ଉପରେ ଭୋଟ ଚୋରି ଅଭିଯୋଗ ଆଣିବା ସହ ଏହାର ଜୋରଦାର ବିରୋଧ କରିବା ଆରମ୍ଭ କରିଦେଇଥିଲେ।