ନୂଆଦିଲ୍ଲୀ,୧୪/୦୯: ୱାକଫ (ସଂଶୋଧନ) ଆଇନ ୨୦୨୫ର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଆଗତ ୨୧ଟି ପିଟିସନ ଉପରେ ଆସନ୍ତା ସୋମବାର ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବେ । ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ଏହି ଆଇନ ସସ୍ପେଣ୍ଡ ହେବ କି ରହିବ ତାହା ସ୍ପଷ୍ଟ ହେବ ।
ପ୍ରଧାନ ବିଚାରପତି ବି.ଆର ଗଭଇ ଓ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ମେ ୨୨ରେ ମାମଲାର ଚୂଡାନ୍ତ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ସବୁ ୱାକଫ ସମ୍ପତ୍ତି ଆଗାମୀ ୬ମାସ ଭିତରେ କେନ୍ଦ୍ରୀୟ ଡିଜିଟାଲ ପୋର୍ଟାଲ ଉମିଦ (ୟୁନିଫାଏଡ ୱାକଫ ମ୍ୟାନେଜମେଣ୍ଟ, ଏମ୍ପାୱାରମେଣ୍ଟ, ଏଫିସିଏନ୍ସି ଆଣ୍ଡ ଡେଭେଲପମେଣ୍ଟ)ରେ ପଞ୍ଜିକରଣ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବାରୁ ତା ଉପରେ ରୋକ୍ ଲଗାଇବାକୁ ଆଗତ ପିଟିସନକୁ ସୁପ୍ରିମକୋର୍ଟ ଅଗଷ୍ଟ ୨୨ରେ ଖାରଜ କରିଦେଇଥିଲେ ।