ଭୁବନେଶ୍ବର,୨୩।୯ :  ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେନ୍ଦ୍ରାପଡା ଜିଲା ମହାକାଳପଡ଼ା ତହସିଲଦାର ଏକ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଅର୍ଡର କରିବା ପାଇଁ ସେ ଏହି ଟଙ୍କା ନେଉଥିବା ଜଣାପଡିଛି l   ତହସିଲଦାର  ଜଣକ ହେଲେ ଶିବପ୍ରସାଦ ମଲ୍ଲିକ l

ଗୋଜାବନ୍ଧ ଗାଁର ପିତାମ୍ବର ସ୍ଵାଇଁଙ୍କ ଘର ଆଗରେ ଥିବା ସରକାରୀ ଜମିକୁ ଜଣେ ବ୍ୟକ୍ତି ଜବରଦଖଲ କରି ରଖିଥିଲେ l  ଏ ନେଇ ସେ ତହସିଲରେ ଜବରଦଖଲ ମାମଲା ୨୦୨୪ରେ ଦାୟର କରିଥିଲେ। ସରକାରୀ ଜମି ଜବରଦଖଲ ହେବା ସହ ସର୍ବସାଧାରଣ ରାସ୍ତାକୁ ଅବରୋଧ କରାଯାଇଥିବା ୨୦୨୪ ଏପ୍ରିଲରେ ମହାକାଳପଡା ତହସିଲରେ  ଆରଆଇ ରିପୋର୍ଟ ଦାଖଲ କରିଥିଲେ।ଏହା ପରେ ଜବରଦଖଲ ଉଚ୍ଛେଦ ପାଇଁ  ଅଭିଯୋଗକାରୀ ବହୁବାର ତହସିଲଦାର ଶିବ ମଲ୍ଲିକଙ୍କୁ ଭେଟିଥିଲେ।  ଜବରଦଖଲ ଉଚ୍ଛେଦ ପାଇଁ  ତହସିଲଦାର ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।  ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ। ପିତାମ୍ବରଙ୍କ ଜ୍ୱାଇଁ ଅନ୍ତର୍ଯ୍ୟାମୀ ସ୍ଵାଇଁଙ୍କ ଠାରୁ ତହସିଲଦାର ତାଙ୍କ ସରକାରୀ କ୍ଵାର୍ଟରରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା l ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କ  ପୈତୃକ ଗାଁ ବାଘିଲୋ ତାଙ୍କ କାର୍ଯ୍ୟାଳୟ ରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି l