ଭୁବନେଶ୍ୱର, ୧୩/୧୦ : ଅସୁରକ୍ଷିତ ଭୁବନେଶ୍ଵର । କଥା କଥାକେ ଗଡ଼ୁଛି ମୁଣ୍ଡ । କମିଶନରେଟ୍ ପୁଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ୍। ଭୁବନେଶ୍ଵର ରେଳ ଷ୍ଟେସନରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ। ଆହତ ଶିକ୍ଷକ ଜଣଙ୍କ ରାୟଗଡ଼ାର ବାସିନ୍ଦା ହୋଇଥିବା ସୂଚନା।
ସୂଚନାନୁଯାୟୀ, ରାୟଗଡ଼ାର ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ ଆଜି ସରକାରୀ କାର୍ଯ୍ୟରେ ଭୁବନେଶ୍ଵର ଆସିଥିଲେ । ଭୁବନେଶ୍ଵର ରେଳ ଷ୍ଟେସନ ନିକଟରେ ସେ ଚାଲିଚାଲି ଯାଉଥିବା ବେଳେ କେହି ଅଜଣା ଦୁର୍ବୃତ୍ତ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲା। ଫଳରେ ଶିକ୍ଷକଙ୍କ ମୁଣ୍ଡ ଫାଟିଯାଇ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ୧୨ଟି ଷ୍ଟିଚ୍ ପଡ଼ିଥିବା ହସ୍ପିଟାଲ କର୍ମଚାରୀ କହିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।