ରାଇରଙ୍ଗପୁର, ୨୨।୧୦(ଅନଶନ ମହାନ୍ତ: ଓଡ଼ିଶାର ଘନ ବନାଞ୍ଚଳରେ ଲୁଚି ରହିଥିବା ଏକ ଅମୂଲ୍ୟ ସମ୍ପଦ ହେଉଛି ମହୁଲ ଫୁଲ। ବର୍ତ୍ତମାନ ଏହା ଗ୍ରାମୀଣ ଉନ୍ନତିର ଏକ ପ୍ରତୀକ ଭାବରେ ପରିଗଣିତ ହେଉଛି। ପାରମ୍ପରିକ ଭାବେ ଗ୍ରାମ ଓ ଜନଜାତି ଜୀବନର ଅଂଶ ଥିବା ଏହି ଫୁଲକୁ ଏବେ ନୂତନ ଭାବରେ ପ୍ରୟୋଗ କରୁଛନ୍ତି ଟିଡିବି ରୁଟ ଲଞ୍ଚ ପ୍ରା: ଲି:।
ଏହା ଏକ ସ୍ଥାନୀୟ ସମାଜ କଲ୍ୟାଣକାରୀ ଉଦ୍ୟମ। ପ୍ରକୃତି ଠାରୁ ପ୍ରଗତି – ଏକ ନୂଆ ଥିମ୍ ରେ ମହୁଲ ଫୁଲରୁ ପୋଷକ ଓ ଔଷଧ ଗୁଣ ବିଷୟରେ ଅନେକ ଗବେଷଣା ହେଉଛି। ଏହି ସ୍ୱଦେଶୀ ଫୁଲକୁ ଭିତି କରି ଟିଡ଼ିବି ରୁଟ ଲଞ୍ଚ ଏବେ ତିଆରି କରୁଛନ୍ତି ମହୁଆ ମହୁ, ଜାମ୍, ଅଟା ଭଳି ସ୍ୱାସ୍ଥ୍ୟକର ଓ ଆଧୁନିକ ଖାଦ୍ୟ ପଦାର୍ଥ। ଯାହା ଗ୍ରାମୀଣ ମହିଳାମାନଙ୍କ ପାଇଁ ନୂଆ ଅର୍ଥନୈତିକ ସୁଯୋଗ ତିଆରି କରୁଛି। "ଏହା କେବଳ ବ୍ୟବସାୟ ନୁହେଁ — ଏହା ହେଉଛି ଜନମାତୃ ଆନ୍ଦୋଳନ। ମାଟିରୁ ଜନ୍ମ ନେଇ ଥିବା ଏବଂ ଗ୍ରାମ ଲୋକଙ୍କ ଦ୍ୱାରା ପୋଷିତ ଏବଂ ଭବିଷ୍ୟତ ପିଢ଼ି ପାଇଁ ତିଆରି," ବୋଲି କହିଛନ୍ତି କମ୍ପାନୀର ପ୍ରତିନିଧି।
ଗ୍ରାମ ଓ ଜନଜାତି ପାଇଁ ଟିଡିବି ରୁଟ ଲଞ୍ଚର ପ୍ରା: ଲିମିଟେଡ ସ୍ଥାନୀୟ ଜନଜାତି ମହିଳାମାନଙ୍କ ସହିତ ସମ୍ପୃକ୍ତ ହୋଇ ଏହି ଉତ୍ପାଦନକୁ ଏକ ସାଧନରେ ପରିଣତ କରିଛନ୍ତି। ଯାହା ନା କେବଳ ସ୍ଥାନିୟ ଅଞ୍ଚଳରେ ଉନ୍ନତି ଆଣିଛି ତାହା ନୁହେଁ, ବରଂ ଏହି ଅଞ୍ଚଳର ପରିବେଶ ଓ ପରମ୍ପରାକୁ ମଧ୍ୟ ସୁରକ୍ଷିତ ରଖିଛି। ଓଡ଼ିଶା ସରକାରଙ୍କ ମାଧ୍ୟମରେ ଏପରି ଗ୍ରାମ୍ୟାମୁଖୀ ଉଦ୍ୟମକୁ ସଫଳ କରିବା ପାଇଁ ସରକାରୀ ସହଯୋଗ ଅତ୍ୟାବଶ୍ୟକ ରହିଛି। ଟିଡିବି ରୁଟ ଲଞ୍ଚ ଓଡ଼ିଶା ସରକାରକୁ ଅନୁରୋଧ କରୁଛି ଯେ, ଏପରି ପରିକଳ୍ପନା ଓ ପ୍ରାୟାସକୁ ନୀତି ମାନ୍ୟ ସହଯୋଗ, ବ୍ୟବସାୟର ସୁଯୋଗ, ଶିଳ୍ପ ବିକାଶ ଓ କୌଶଳ ଶିକ୍ଷା ମାଧ୍ୟମରେ ଉତ୍ସାହିତ କରିବେ। "ସରକାର, ବେସରକାରୀ ଓ ଗ୍ରାମୀଣ ସମୁଦାୟ ମଧ୍ୟରେ ଏକତା ରହିଲେ ଗାଁର ଉନ୍ନତି, ପରିବେଶ ସୁରକ୍ଷା ଓ ଓଡ଼ିଶାର ଆନ୍ତର୍ଜାତିକ ପରିଚୟ ବୃଦ୍ଧିପାଇ ପାରିବ ," ବୋଲି କମ୍ପାନୀ କହିଛି।
ଗ୍ରାମରୁ ବିଶ୍ୱ ପର୍ଯ୍ୟନ୍ତ – ଓଡ଼ିଶା ପାଇଁ ଏହା ଏକ ଅନୁପମ ଅବସର ସୃଷ୍ଟି ହୋଇଛି। ମହୁଲ ଫୁଲ କେବଳ ଏକ ଉତ୍ପାଦ ନୁହେଁ, ଏହା ଓଡ଼ିଶାର ଗୌରବ, ଏହା ଗ୍ରାମ ନବଚେତନାର ପ୍ରତୀକ। ଟିଡିବି ରୁଟ ଲଞ୍ଚ ଏହି ଉଦ୍ୟମ ଦ୍ୱାରା ଏକ ନୂତନ ଓଡ଼ିଶା ତିଆରି କରୁଛି। ଯେଉଁଠାରେ ଗ୍ରାମ ଓ ପ୍ରାକୃତିକ ସମ୍ପଦ ପାଇଁ ସମ୍ମାନ ରହିବା ସହ ସ୍ଥାନୀୟ ଲୋକମାନେ ନିଜ ଜୀବିକା ଓ ଗୌରବ ଉପାର୍ଜନ କରୁଛନ୍ତି।
ଟିଡିବି ରୁଟ ଲଞ୍ଚ ପ୍ରା: ଲି: ହେଉଛି ଭୁବନେଶ୍ୱର ଭିତ୍ତିକ ସ୍ୱେଚ୍ଛାସେବି କମ୍ପାନୀ। ଓଡ଼ିଶାର ପ୍ରାକୃତିକ ସମ୍ପଦ, ବିଶେଷକରି ମହୁଲ ଫୁଲକୁ ଆଧାର କରି ନୂତନ ଓ ସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ ବିକାଶ କରୁଛି। ଏହି କମ୍ପାନୀ ଦ୍ୱାରା ଗ୍ରାମୀଣ ଓ ଜନଜାତି ମହିଳାମାନେ ଦକ୍ଷତା ଅବଳମ୍ବନ କରି ସ୍ୱାବଲମ୍ବୀ ହେବା ସହ ନିଜ ଜାବନରେ ନୂତନ ଅବସର ପାଇ ପାରିବେ l