ବାଉଁଶୁଣୀ, ୪/୧୧ : ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତର ଟିକିରାପଡ଼ା ଠାରେ ସୋମବାର ରାତି ୧୨ଟାରେ ପବିତ୍ର କୈଲାସୀ ଯାତ୍ରାର ସାମାଜିକ ନାଟକ ମଞ୍ଚସ୍ଥ ହୋଇଯାଇଛି। କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମର କଳାକାରମାନଙ୍କ ଦ୍ବାରା ଅଭିନିତ ସାମାଜିକ ନାଟକ "ଛାତିର କୋହକୁ ଦେଖିଛି କିଏ"ର ଶୁଭ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ପ୍ରମୋଦ ଦେହୁରୀ, ନାଟ୍ୟ ଗୁରୁ ପ୍ରଫୁଲ୍ଲ ମଲ୍ଲିକ, ସମାଜସେବୀ ରାଜେନ୍ଦ୍ର ବେହେରା, ଗ୍ରାମ୍ୟ କମିଟି ସଭାପତି ଚୌଧୁରୀ ମେହେର ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ। 

​​​​​​​

ଟିକିରାପଡା ଗ୍ରାମର ଛୋଟ ବଡ଼ କଳାକାରମାନଙ୍କ ଦ୍ବାରା ସାମାଜିକ ନାଟକ "ଛାତିର କୋହକୁ ଦେଖିଛି କିଏ" ଅନୁଷ୍ଠିତ ହୋଇଥିଲା। ନାଟକ ଦେଖିବା ପାଇଁ ବିଳମ୍ବିତ ରାତି ଯାଏଁ ଶହସ୍ରାଧିକ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି ନାଟକରେ ଲଟେରୀ ଧମାକା ମଧ୍ୟ ଥିଲା।