ଆଜିର ପଞ୍ଜିକା

ଅଦ୍ୟ ତା.୦୧.୧୧.୨୦୨୫ ରିଖ, ତୁଳା ୧୬ ଦିନ, କାର୍ତ୍ତିକ ମାସ, ଶୁକ୍ଳପକ୍ଷ ଦଶମୀ, ଶନିବାର । ଦଶମୀ : ସକାଳ୯ଟା ୧୬ମିନିଟ୍‌ । ଶତଭିଷା : ସନ୍ଧ୍ୟା ୬ଟା ୧୨ମିନିଟ୍‌, କୁମ୍ଭ ଚନ୍ଦ୍ର : ୬୦ ଦଣ୍ଡ, ଅହୋରାତ୍ର । ସୂର୍ଯ୍ୟୋଦୟ : ୫ଟା ୪୯ମିନିଟ୍‌ ୧୩ସେକେଣ୍ଡ୍‌, ସୂର୍ଯ୍ୟାସ୍ତ : ୫ଟା ୧୧ମିନିଟ୍‌ ୨୯ସେକେଣ୍ଡ୍‌ । ଯୋଗିନୀ ଉତ୍ତରେ ସକାଳ ୯ଟା ୧୨ ମିନିଟ୍‌ ଗତେ ଆଗ୍ନୟେ । ମୃତେ ଏକ ପାଦ, ସନ୍ଧ୍ୟା ୬ଟା ୧୨ ମିନିଟ୍‌ ପରେ ଦ୍ୱିପାଦ ପୁଷ୍କର ଦୋଷ । ଅମୃତବେଳା : ସକାଳ ୧୦ଟା ୨୩ ମିନିଟ୍‌ ଗତେ, ଅପରାହ୍ଣ ୧ଟା ୨୩ ମିନିଟ୍‌ ମଧ୍ୟେ, ୪ଟା ୨୩ ମିନିଟ୍‌ ଗତେ, ସନ୍ଧ୍ୟା ୫ଟା ୨୩ ମିନିଟ୍‌ ମଧ୍ୟେ ।

ଆଜିର ରାଶିଫଳ

ମେଷ : ଏକାଦଶ ଚନ୍ଦ୍ର, ସକାଳ ୯ଟା ୧୨ ମିନିଟ୍‌ ପରେ ଏକାଦଶୀ ତିଥି ଯୋଗୁ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ। ଆକସ୍ମିକ ଧନ ଲାଭ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ହୃତ ଧନ ଫେରି ପାଇବେ। ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ। ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଗେରୁଆ, ସଂଖ୍ୟା : ୩, ଆରାଧନା : ପ୍ରଭୁ ହନୁମାନ ।

ବୃଷ : ଘାତବାର, ଦଶମଚନ୍ଦ୍ର ଓ ସକାଳ ୯ଟା ୧୨ ମିନିଟ୍‌ ପରେ ଦଶମୀ ତିଥି, ଶନିବାର ଯୋଗୁ ଘାତବାରର ପ୍ରଭାବ ରହିବ ନାହିଁ । ସମସ୍ତ ଅସମ୍ପୂର୍ଣ୍ଣ କର୍ମକୁ ଆଜି ପୂର୍ଣ୍ଣାଙ୍ଗ ରୂପ ଦେବାରେ ସମର୍ଥ ହେବେ ଏବଂ ସମସ୍ତ କଷ୍ଟ ସାଧ୍ୟ କାମ ଆପଣଙ୍କ ପାଇଁ ସହଜ ହେବ । ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ ଓ କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ମୃଗଶିରା ବୃଷ ସେମାନେ ଉପକୃତ ହେବେ । ଶୁଭରଙ୍ଗ :ନୀଳ, ସଂଖ୍ୟା : ୪, ଆରାଧନା : ମାକମଳା ।

ମିଥୁନ : ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ । ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ, ସେମାନେ ସତର୍କ ହେବେ। ଶୁଭରଙ୍ଗ :ମେରୁନ୍‌, ସଂଖ୍ୟା : ୮, ଆରାଧନା : ଭଗବାନ ବିଷ୍ଣୁ ।

କର୍କଟ : ଅଷ୍ଟମ ଚନ୍ଦ୍ର, ଶନିବାର ଓ ରାହୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍‌, ଇଲେକ୍ଟ୍ରିକ୍‌ ଦ୍ରବ୍ୟ ବ୍ୟବହାର ଓ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ । ସମସ୍ତକର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ତଥା ଶାରୀରିକ ପୀଡ଼ା ଭୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ବାଦବିବାଦ ଲାଗିରହିବ । ଯେଉଁମାନଙ୍କର ଅଶ୍ଳେଷା କର୍କଟ ସେମାନେ ସତର୍କ ହେବେ। ଶୁଭରଙ୍ଗ : ଲାଲ, ସଂଖ୍ୟା : ୧୧, ଆରାଧନା : ମାଭୁବନେଶ୍ୱରୀ ।

ସିଂହ : ଘାତବାର ଓ ସପ୍ତମ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ଶାରୀରିକ ପୀଡ଼ା ଭୋଗିବେ। ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ଆମୋଦପ୍ରମୋଦ, ମଉଜମଜଲିସ୍‌ରେ ଅଧିକ ଆଗ୍ରହ ରହିବ ଏବଂ ପରିବାର ପ୍ରତି ଅଧିକ ଦୁର୍ବଳତା ପ୍ରକାଶ ପାଇବ । ଧନ, ସମ୍ପଦ ବୃଦ୍ଧିପାଇବ ଏବଂ ପରିଚିତ ମହିଳାଙ୍କଠାରୁ ଧନ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ମିଳିବ । ଯେଉଁମାନଙ୍କର ମଘା ସିଂହ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୩, ଆରାଧନା : ମାମାଣିକେଶ୍ୱରୀ ।

କନ୍ୟା: ଘାତବାର ଓ ଷଷ୍ଠ ଚନ୍ଦ୍ର ଯୋଗୁ ଘାତବାରର ପ୍ରଭାବ ରହିବ ନାହିଁ । ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ପୁରାତନ ରୋଗରୁ ଆରୋଗ୍ୟ ହେବାର ସହଜ ଉପାୟ ମିଳିବ ଏବଂ ଶତ୍ରୁମାନେ ବଶୀଭୂତ ହେବେ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନସମ୍ପର୍କ ବୃଦ୍ଧି ପାଇବ ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ବିଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂରହେବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଚିତ୍ରାକନ୍ୟା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : କଫିସଂଖ୍ୟା : ୬, ଆରାଧନା : ମାଛିନ୍ନମସ୍ତା ।

ତୁଳା : ପଞ୍ଚମ ଚନ୍ଦ୍ର ଓ ଘାତ ନକ୍ଷତ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ବିଦ୍ୟାରେ ବିଚକ୍ଷଣତା, କର୍ମରେ ତତ୍ପରତା, ବଚନରେ ସଂଯମତା ଓ ସମସ୍ତ କର୍ମରେ ସ୍ୱଚ୍ଛତା ଆପଣାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଏବଂ ବିଦ୍ୟା ଓ କଳା ପ୍ରତି ମନରେ ଅଧିକ ଆଗ୍ରହ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ଘାତ ନକ୍ଷତ୍ର ଯୋଗୁ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ଯେଉଁମାନଙ୍କର ବିଶାଖା ଓ ଚିତ୍ରାତୁଳା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ :ସିଲ୍‌ଭର, ସଂଖ୍ୟା : ୪, ଆରାଧନା : ମାଗାୟତ୍ରୀ ।

ବିଛା : ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର, ସକାଳ ୯ଟା ୧୨ ମିନିଟ୍‌ ପର୍ଯ୍ୟନ୍ତ ଘାତ ତିଥି ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଓ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଓ ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା , ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଓ ହୃତ ଧନ ଫେରିପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି, କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା, ସେମାନେ ସତର୍କ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୬, ଆରାଧନା : ମାବଗଳାମୁଖୀ ।

ଧନୁ : ତୃତୀୟ ଚନ୍ଦ୍ର, ଦଶମୀ ଓ ଏକାଦଶୀ ତିଥି ଯୋଗୁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ଭାଇଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ । ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ନୂତନ କର୍ମାରମ୍ଭ ଓ ବ୍ୟବସାୟ ଆରମ୍ଭ , ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ଧନ, ସମ୍ପଦ ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ମୂଳା ଧନୁ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଲାଲ, ସଂଖ୍ୟା: ୨, ଆରାଧନା : ପ୍ରଭୁ ଶ୍ରୀ ଜଗନ୍ନାଥ ।

ମକର :  ଦ୍ୱିତୀୟ ଚନ୍ଦ୍ର, ଶନିବାର, ଶତଭିଷା ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା ପୂର୍ଣ୍ଣ ହେବ । ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆୟର କିଛି ଅଂଶ ସଂଚୟରେ ବିନିଯୋଗ କରିବେ । କର୍ମରେ ସଫଳତା ଓ ନୂତନ କର୍ମାରମ୍ଭର ସୁଯୋଗ ଜୁଟିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : କଳା, ସଂଖ୍ୟା : ୩, ଆରାଧନା : ମାଜଗତ୍‌ଜନନୀ ମାକାଳୀ ।

କୁମ୍ଭ : ଶ୍ରୀ ଚନ୍ଦ୍ର, ଶନିବାର, ଶତଭିଷା ନକ୍ଷତ୍ର ଓ ଦଶମୀ, ଏକାଦଶୀ ତିଥି ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଆର୍ଥିକସ୍ଥିତିରେ ଉନ୍ନତି ଘଟିବ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା ଓ ବଚନରେ ମଧୁରତା ତଥା ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ :ବାଇଗଣୀ, ସଂଖ୍ୟା : ୧୧, ଆରାଧନା : ମାଭୈରବୀ ।

ମୀନ : ଘାତଚନ୍ଦ୍ର ଯୋଗୁ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ଗ୍ରହଣ କରିବେ । ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ରେବତୀ ମୀନ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୫, ଆରାଧନା  : ପ୍ରଭୁ ଗଜାନନ ।