ଭୁବନେଶ୍ବର,୨୮/୧୦: ଭୀଷଣ ବାତ୍ୟାର ରୂପ ନେଇ ସାରିଛି ‘ମୋନ୍‌ଥା’। ଏହା ଏବେ ମଛଲିପାଟନାମ୍ ଠାରୁ ୧୯୦ ଏବଂ କାକିନାଡ଼ା ଠାରୁ ୨୭୦ କିଲୋମିଟର ଦୂରରେ ରହିଛି । ଆଜି ରାତିରେ ସ୍ଥଳଭାଗ ଛୁଇଁବ । ତେବେ ବାତ୍ୟାର ପ୍ରକୋପକୁ ଲକ୍ଷ୍ୟ ରଖି ପୂର୍ବତଟ ରେଲଓ୍ବେ ପକ୍ଷରୁ କିଛି ଟ୍ରେନ୍ ବାତିଲ୍ କରାଯାଇଛି । ପ୍ରାୟ ୪୨ଟି ଟ୍ରେନ୍ ବାତିଲ ହୋଇଛି । ଦୁଇଟି ଟ୍ରେନର ଗତପଥ ପରିବର୍ତ୍ତନ ହୋଇଥିବା ବେଳେ ୫ଟି ଟ୍ରେନକୁ ସମାୟିକ ସମୟ ପାଇଁ ବାତିଲ୍ କରାଯାଇଛି । ସେହିପରି ୮ଟି ଟ୍ରେନର ସମୟ ସାରଣୀ ପୁନଃନିର୍ଦ୍ଧାରିତ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ଟ୍ରେନଗୁଡ଼ିକ ମଧ୍ୟରୁ ଟ୍ରେନ ନଂ-୧୧୦୨୦ କୋଣାର୍କ ଏକ୍ସପ୍ରେସ୍ ଆଜି ବାତିଲ ରହିଛି । ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ୍‌ର ସ୍ଥିତି ଜାଣିବା ସହିତ ଘୂର୍ଣ୍ଣିଝଡ଼ ସମୟରେ ଯାତ୍ରା ଏଡାଇବାକୁ ପରାମର୍ଶ ଦିଆଯାଇଛି । ସେହିପରି ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ପଲାସା, ଖୋର୍ଦ୍ଧା ରୋଡ୍ ଏବଂ ଭୁବନେଶ୍ୱରରେ ହେଲ୍ପ ଡେସ୍କ ଖୋଲାଯାଇଛି । ବିଶାଖାପାଟନାମ, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ଦୁଭାଡ଼ା ଓ ରାୟଗଡ଼ା ବି ବାତ୍ୟା ହେଲ୍ପ ଡେସ୍କ ଖୋଲିଛି ।

ବାତ୍ୟା ସମୟରେ କୌଣସି ପ୍ରକାର ଅସୁବିଧା ଯୋଗାଯୋଗ କରିବା ପାଇଁ ପୂର୍ବତଟ ରେଲଓ୍ବେ ପକ୍ଷରୁ ହେଲ୍ପ ଲାଇନ୍ ନଂ- ଜାରି କରାଯାଇଛି ।

ରେଲଓ୍ବେ ହେଲ୍ପ ଲାଇନ୍ ନଂ-

ବିଶାଖାପାଟନାମ୍ : ୦୮୯୧-୨୭୪୬୩୩୦,୦୮୯୧-୨୭୪୪୬୧୯

ବିଜୟନଗରମ୍ : ୦୮୯୨୨-୨୨୧୨୦୨

ଶ୍ରୀକାକୁଲମ୍ ରୋଡ୍: ୦୮୯୪୨-୨୮୬୨୧୩, ୦୮୯୪୨-୨୮୬୨୪୫

ଦୁର୍ଭାଡ଼ା : ୦୮୯୧-୨୮୮୧୪୫୬

ରାୟଗଡ଼ା : ୦୮୯୧-୨୮୮୫୭୪୪, ୦୮୯୧-୨୮୮୫୭୫୫

ନୂଆପଡ଼ା : ୦୮୯୧-୨୮୮୫୯୩୭

ଆରାକୁ: ୦୮୯୩୬-୨୪୯୮୩୨

କୋରାପୁଟ: ୦୮୯୧-୨୮୮୪୩୧୮, ୦୮୯୧-୨୮୮୪୩୧୯

ଜଗଦଲପୁର: ୦୮୯୧-୨୮୮୪୭୧୪,୦୮୯୧-୨୮୮୪୭୧୫

ବୋବିଲି: ୦୮୯୧-୨୮୮୩୩୨୩, ୦୮୯୧-୨୮୮୩୩୨୫