ଭଦ୍ରକ,୦୩/୦୯ : ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ନିକଟ ଅଞ୍ଚଳରୁ ଏକ ମାଂସ ବୋଝେଇ ଟ୍ରକ୍ ଜବତ । ଏଥିରେ ଗୋ-ମାଂସ ଥିବା ନେଇ ବଜରଙ୍ଗ ଦଳ ଏବଂ ଗୋ-ରକ୍ଷକ ସଦସ୍ୟମାନେ ଅଭିଯୋଗ କରିଛନ୍ତି । ତେବେ ବେଆଇନ ମାଂସ ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଅଟକ ରଖିଛି ପୁଲିସ ।

ସୂଚନା ମୁତାବକ, ଟ୍ରକ୍‌ ବାଲେଶ୍ୱର ଅଞ୍ଚଳରୁ ଭୁବନେଶ୍ୱର ଆଡକୁ ଯାଉଥିଲା । ଟ୍ରକ୍‌ର ଡାଲାକୁ ଘୋଡ଼ାଇ ଭିତରେ ମାଂସ ଭର୍ତ୍ତି ହୋଇଥିଲା ସାମ୍ନା ପାର୍ଶ୍ବରେ ଅତି ଚତୁରତାର ସହ କ୍ଷୀର ବାସ୍କେଟ ଭର୍ତ୍ତି କରାଯାଇଥିଲା ସନ୍ଦେହ ହେବାରୁ ବଜରଙ୍ଗ ଦଳର ସଦସ୍ୟ ଟ୍ରକ୍‌କୁ ଭଦ୍ରକରୁ ପିଛା କରିଥିଲେ ନଳାଙ୍ଗ ଅତିକ୍ରମ କରିବା ପରେ ବାରିକପୁର ଛକ ପୂର୍ବରୁ ଗାଡିକୁ ଅଟକାଇଥିଲେ ଯାଞ୍ଚ ବେଳେ ଟ୍ରକ୍‌ରେ ତଟକା ମାଂସ ଥିବା ଜଣାପଡିଥିଲା । ଯାହାକୁ ଦେଖି ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଏସମ୍ପର୍କରେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନାର ଟି ପିସିଆର ଭ୍ୟାନ୍ ଘଟଣା ସ୍ଥଳରେ ପହଞ୍ଚିଥିଲା ଅଟକ ଯୁବକଙ୍କୁ ପୁଲିସ ନିଜ ହେପାଜତକୁ ଆଣି ଥାନାରେ ରଖିଛି ମାଂସ ବୋଝେଇ ଟ୍ରକ୍‌କୁ ଥାନାକୁ ଆଣି ପରୀକ୍ଷା ନିରୀକ୍ଷା ପରେ ତାହା କି ମାଂସ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି