​​​​​​​ରାଉରକେଲା,୯/୧୦: ରାଉରକେଲା ରେଳ ଷ୍ଟେସନରୁ ଦୁଇ ଜଣ  ସନ୍ଦିଗ୍ଧଙ୍କୁ ରପିଏଫ୍ ଧରିଛି।  ସେମାନେ ବିହାର ଅଞ୍ଚଳର ବୋଲି ଜଣାପଡିଛି। ଦୁଇ ସନ୍ଦିଗ୍ଧ ରେଳ ଷ୍ଟେସନରେ ବୁଲାବୁଲି କରୁଥିବା ବେଳେ ସେମାନଙ୍କ ଉପରେ ଯବାନଙ୍କ ସନ୍ଦେହ ହୋଇଥିଲା।

ଯବାନମାନେ ସେମାନଙ୍କୁ ଧରି ପଚରାଉଚରା ଚଳାଇଛନ୍ତି । ଏହି ଦୁଇ ଜଣଙ୍କ ନାଁରେ ଝାଡଖଣ୍ଡ ସହ ବିହାର ଅଞ୍ଚଳର ବିଭିନ୍ନ ଥାନାରେ ସଙ୍ଗୀନ ମାମଲା ଅଛି। ରାଉରକେଲା ପୋଲିସ ମଧ୍ୟ  ଷ୍ଟେସନରେ ପହଞ୍ଚିଛି। ସେମାନେ ମାଓବାଦୀ ସଦସ୍ୟ ବୋଲି ସନ୍ଦେହ କରାଯାଉଛି।