ମୁମ୍ବାଇ,୨୫/୧୦ : ତୃତୀୟ ଦିନିକିଆ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୯ଓ୍ବିକେଟରେ ହରାଇଛି । ରୋହିତ ଶର୍ମା ଏବଂ ବିରାଟ କୋହଲୀଙ୍କ ୧୬୮ରନର ପାର୍ଟନରଶିପ୍ ଟିମ୍ ଇଣ୍ଡିଆର ବିଜୟ ସୁନିଶ୍ଚିତ କରିଛି । ଏହି ମ୍ୟାଚ୍ ପରେ ଭାରତର ଦୁଇ ବରିଷ୍ଠ ଖେଳାଳୀ ପୁଣି ଥରେ ସନ୍ନ୍ୟାସ ସଙ୍କେତ ଦେଇ ଫ୍ୟାନ୍ସଙ୍କୁ ଇମୋଶନାଲ କରି ଦେଇଛନ୍ତି । ପ୍ରକାଶ ଯେ, ସିଡନୀରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍ ପରେ ରୋହିତ ଏବଂ ବିରାଟ ଉଭୟେ ଅଷ୍ଟ୍ରେଲିଆକୁ ଅଲବିଦା କହି ଦେଇଛନ୍ତି ।
ପ୍ରଥମେ ରୋହିତ ଶର୍ମା କହିଛନ୍ତି କି ସେ ଅଷ୍ଟ୍ରେଲିଆ ଆସି ଖେଳିବାକୁ ବହୁତ ପସନ୍ଦ କରିଥାନ୍ତି । ରୋହିତ କହିଛନ୍ତି କି ୨୦୦୮ର ସ୍ମୃତି ଆଜି ବି ତାଙ୍କ ହୃଦୟରେ ତାଜା ଅଛି । କିନ୍ତୁ ତାଙ୍କୁ ଜଣାନାହିଁ କି ସେ ପୁଣିଥରେ ଅଷ୍ଟ୍ରେଲିଆକୁରେ ଖେଳିବାକୁ ଆସିବେ କି ନାହିଁ । ଭାରତର ପୂର୍ବତନ ଅଧିନାୟକଙ୍କ ଏହି ବୟାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଫ୍ୟାନ୍ସ ଏହାକୁ ରିଟାୟରମେଣ୍ଟର ହିଣ୍ଟ୍ସ ରୂପରେ ଦେଖିବାକୁ ଲାଗିଛନ୍ତି ।
ଅନ୍ୟପଟେ ବିରାଟ କୋହଲୀ କହିଛନ୍ତି କି ତାଙ୍କୁ ଅଷ୍ଟ୍ରେଲିଆ ଆସିବାକୁ ବହୁତ ପସନ୍ଦ ଆସିଥାଏ ଏବଂ ଏଠାରେ ସେ ଖେଳି ବହୁତ ଆନନ୍ଦ ନେଇଛନ୍ତି । ଏହାସହ ସେ ଫ୍ୟାନ୍ସଙ୍କ ସପୋର୍ଟକୁ ବି କୃତଜ୍ଞତା ଜଣାଇଛନ୍ତି ଏବଂ ହାତ ଉଠାଇ ତାଙ୍କର ଅଭିବାଦନ ସ୍ବୀକାର କରିଛନ୍ତି । ତାଙ୍କର ହାତ ଉଠାଇବା ଏଡିଲେଡ ଓ୍ବାନଡେ ପରେ ବି ଚର୍ଚ୍ଚାରେ ରହିଥିଲେ । ଯାହାପରେ କୁହାଯାଉଥିଲା କି ବିରାଟ ଏବେ ଆଉ ପଡ଼ିଆକୁ ଆସିବେ ନାହିଁ । କିନ୍ତୁ ସେ ପୁଣି ଥରେ ପଡ଼ିଆକୁ ଓହ୍ଲାଇଥିଲେ ଏବଂ ୭୪ରନର ଦମଦାର୍ ପାଳି ଖେଳିଛନ୍ତି ।
ରୋହିତ ଶର୍ମା ଏବଂ ବିରାଟ କୋହଲୀ ଅଷ୍ଟ୍ରେଲିଆକୁ ଅଲବିଦା କହିବା ଦ୍ବାରା ସୋସିଆଲ ମିଡ଼ିଆରେ ଫ୍ୟାନ୍ସ ଇମୋଶନାଲ ପ୍ରତିକ୍ରିୟା ଦେଉଛନ୍ତି । ଫ୍ୟାନ୍ସ ହାର୍ଟ ଇମୋଜୀଠାରୁ ଆରମ୍ଭ କରି କାନ୍ଦୁଥିବା ଇମୋଜୀ ସେୟାର କରିବାକୁ ଲାଗିଛନ୍ତି ।