ନୂଆଦିଲ୍ଲୀ,୧୫/୧୦ : ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ୧୯ଅକ୍ଟେବାରରୁ ଓ୍ବାନଡେ ସିରିଜ ଆରମ୍ଭ ହେବାକୁ ଯାଉଛି । ଟିମ୍ ଇଣ୍ଡିଆ ଆଜି ୧୫ଅକ୍ଟୋବରରେ ଅଷ୍ଟ୍ରେଲିଆ ଗ୍ରସ୍ତ କରିବାରେ ରହିଛି । ଏହି ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାର ଖେଳାଳୀ ପ୍ୟାଟ କମିନ୍ସ ଅଲଟାଇମ୍ IND VS AUS ଦିନିକିଆ ଏକାଦଶ ଚୟନ କରିଛନ୍ତି । ଏହି ଲିଷ୍ଟରେ କମିନ୍ସ ୩ଭାରତୀୟ ଖେଳାଳୀଙ୍କୁ ବି ସାମିଲ କରିଛନ୍ତି । କିନ୍ତୁ ଏହି ଅଲଟାଇମ୍ ଏକାଦଶରେ କେବଳ ଜଣେ ଭାରତୀୟ ବୋଲରଙ୍କ ନାଁ କମିନ୍ସ ରଖିଛନ୍ତି ।
ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୩ମ୍ୟାଚ ବିଶିଷ୍ଟ ଓ୍ବାନଡେ ସିରିଜ ଏବେ କିଛି ଦିନରେ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ୟାଟ କମିନ୍ସ ଅଲଟାଇମ୍ ଭାରତ- ଅଷ୍ଟ୍ରେଲିଆ ଦିନିକିଆ ଚୁଡ଼ାନ୍ତ ଏକାଦଶ ଚୟନ କରିଛନ୍ତି । ଏହି ଲିଷ୍ଟରେ ଭାରତୀୟ କ୍ରିକେଟର ବରିଷ୍ଠ ଖେଳାଳୀ ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ନାଁ ପ୍ୟାଟ କମିନ୍ସ ରଖିଛନ୍ତି । ତାଙ୍କ ବ୍ୟତୀତ ଦ୍ରୁତ ବୋଲର ଭାବେ ଭାରତୀୟ କ୍ରିକେଟର ମହାନ ଖେଳାଳୀ ଜହୀର ଖାନ ବି ଏହି ଲିଷ୍ଟରେ ସାମିଲ ଅଛନ୍ତି ।
ପ୍ୟାଟ କମିନ୍ସଙ୍କ ଭାରତ- ଅଷ୍ଟ୍ରେଲିଆର ଓ୍ବାନଡେ ଇଲେଭେନ୍
ଡେବିଡ ଓ୍ବାର୍ଣ୍ଣର, ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ସ୍ଟିବ ସ୍ମିଥ, ଶେନ ଓ୍ବାଟସନ, ମିଚେଲ ବେବନ, ଏମଏସ ଧୋନୀ, ବ୍ରେଟ ଲି, ଶେନ ଓ୍ବାର୍ଣ୍ଣ, ଜହୀର ଖାନ ଏବଂ ଗ୍ଲେନ ମ୍ୟାକ୍ଗ୍ରା ।