ନୂଆଦିଲ୍ଲୀ, ୨୭/୦୯: ଘରୋଇ ଭାରତ ବିପକ୍ଷ ୨ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ୱେଷ୍ଟଇଣ୍ଡିଜ ଦଳକୁ ଶକ୍ତ ଧକ୍କା ଲାଗିଛି । ଦଳର ଚର୍ଚ୍ଚିତ ଯୁବ ଫାଷ୍ଟ୍ ବୋଲର ସମର ଯୋଶେଫ ଏହି ସିରିଜରୁ ବାଦ୍ ପଡ଼ିଛନ୍ତି । ସେ ଆହତ ଅଛନ୍ତି । ତାଙ୍କ ସ୍ଥାନରେ ଅନ୍ୟ ଯୁବ ଅଲରାଉଣ୍ଡର ଜୋହାନ ଲେନଙ୍କୁ ଦଳରେ ସାମିଲ କରାଯାଇଛି । ୨୨ବର୍ଷୀୟ ଜୋହାନ ପ୍ରଥମ ଥର ଟେଷ୍ଟ ଦଳରେ ସୁଯୋଗ ପାଇଛନ୍ତି । ସେ ଇତିମଧ୍ୟରେ ୧୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୪୯୫ରନ୍ କରିବା ସହ ୬୬ଟି ୱିକେଟ୍ ନେଇଛନ୍ତି । ସେଥିମଧ୍ୟରେ ସେ ୪ଥର ୫ ୱିକେଟ୍ ସଫଳତା ହାସଲ କରିଛନ୍ତି । ଆସନ୍ତା ଅକ୍ଟୋବର ୨ ତାରିଖରୁ ଅହମ୍ମଦାବାଦରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଏହାପରେ ଅକ୍ଟୋବର ୧୦ରୁ ୧୪ ତାରିଖ ମଧ୍ୟରେ ଦିଲ୍ଲୀରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।
ୱେଷ୍ଟଇଣ୍ଡିଜ୍ ଦଳ: ରଷ୍ଟନ ଚେଜ୍ (ଅଧିନାୟକ), ଜୋମେଲ ୱାରିକାନ (ଉପଅଧିନାୟକ), କେଭଲନ ଆଣ୍ଡରସନ, ଆଲିକ ଆଥାଞ୍ଜି, ଜନ୍ କ୍ୟାମ୍ପବେଲ, ତାଗେନାରିନ ଚନ୍ଦରପଲ, ଜଷ୍ଟିନ ଗ୍ରେଭ୍ସ, ସାଇ ହୋପ, ତେଭିନ ଇମ୍ଳାଚ, ଅଲଜାରୀ ଯୋଶେଫ, ଜୋହାନ ଲେନ, ବ୍ରାଣ୍ଡନ କିଙ୍ଗ୍, ଆଣ୍ଡରସନ ଫିଲିପ୍, ଖାରି ପିଏରେ, ଜାଡେନ ସିଲ୍ସ ।