କୁତ୍ରା ୧୮/୧୦(ଆ ପ୍ର ) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗମାରଡ଼ିହି ଅଞ୍ଚଳରେ ବନ୍ଦ ପଡିଥିବା ଟାଟା ଷ୍ଟିଲର ଡୋଲୋମାଇଟ ଖଣି ସ୍ଥିତ କଲୋନୀର ଏକ ପରିତ୍ୟକ୍ତ ଘରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି।ମୃତକ ଜଣକ ହେଲେ ସ୍ଥାନୀୟ କେରକେଟା ଟୋଲିର ୫୦ ବର୍ଷୀୟା ସରୋଜିନୀ ଏକ୍କା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁରରେ ଅବସ୍ଥିତ ଶବ ବ୍ୟବଚ୍ଛେଦ ଗୃହକୁ ପଠାଇଛି।
ମୃତକ ଜଣକ ପ୍ରାୟ ଏକ ବର୍ଷ ହେବ ଉକ୍ତ ପରିତ୍ୟକ୍ତ ଘରେ ଏକୁଟିଆ ରହି ଆସୁଥିଲେ । ପରିବାର ଲୋକ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି । ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।