ଧରାକୋଟ,୧୦।୯ : ଋଷିକୂଲ୍ୟା କେନାଲକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଧରାକୋଟ ଥାନା ଅନ୍ତର୍ଗତ ଜାନବିଲି ଗ୍ରାମର ରୁନା ବିଷୋୟୀ

ଧରାକୋଟ ଥାନା ଅନ୍ତର୍ଗତ ଜାନବିଲି ଗ୍ରାମର ଶଙ୍କର ବିଷୋୟୀଙ୍କ ସ୍ତ୍ରୀ ରୁନା ବିଷୋୟୀ ବୁଧବାର ସକାଳୁ ନିକଟସ୍ଥ ଋଷିକୂଲ୍ୟା କେନାଲକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା ବଶତଃ ଖସି ଯାଇ ଭାସି ଯାଇଥିଲେ । ଏହି ଘଟଣା ଜାଣିବା ପରେ ଘର ଲୋକେ ଧରାକୋଟ ଦମକଳ ବାହିନୀକୁ ଖବର ଦେବାପରେ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ମୃତ ରୁନା ବିଷୋୟୀଙ୍କ ସମ୍ପର୍କୀୟ କେଶବ ବିଷୋୟୀ  ଧରାକୋଟ ଥାନାରେ ଏତଲା ଦେବା ପରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।