ନୂଆଦିଲ୍ଲୀ,୦୨/୧୧: ଆଉ କିଛି ଘଣ୍ଟାର ଅପେକ୍ଷା । ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲ୍ରେ ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ୍ର ପରିଣାମ ଜଣେ ନୂଆ ବିଶ୍ୱ ଚାମ୍ପିଅନ୍ଙ୍କୁ ଜନ୍ମ ଦେବ । ଇତିହାସ ରଚିବାକୁ ପ୍ରସ୍ତୁତ ଦୁଇଦଳ । ଭାରତ ସେମି ଫାଇନାଲ୍ରେ ୭ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ସେହିପରି ଦକ୍ଷିଣ ଆଫ୍ରିକା ୪ଥର ଚାମ୍ପିଅନ୍ ଇଂଲଣ୍ଡକୁ ହରାଇ ପ୍ରଥମ କରି ଫାଇନାଲ୍ରେ ଏଣ୍ଟ୍ରି କରିଛି । ଦୁଇ ଦୁଇ ଥର ବିଶ୍ୱକପ ସ୍ୱପ୍ନ ଭାଙ୍ଗିବା କ'ଣ ଭାରତ ଏଥର ବିଶ୍ୱ ବିଜୟୀ ହୋଇପାରିବ । କ'ଣ କ୍ୟାପ୍ଟେନ୍ ହର୍ମନପ୍ରୀତ ଆଜି ଟ୍ରଫି ଉଠାଇବେ ନା ନାହିଁ ? ଏନେଇ ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି ।
ବୈଜ୍ଞାନିକ ଜ୍ୟୋତିଷ ଗ୍ରୀନଷ୍ଟୋନ ଲୋବୋ ଏନେଇ ଏକ ଭବିଷ୍ୟବାଣୀ କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଇସିସି ମହିଳା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ପୂର୍ବାନୁମାନ କରିଛନ୍ତି ଯେ କେଉଁ ଦଳ ଟାଇଟଲ ଜିତିବ ଏବଂ କାହିଁକି ? ନାଭି ମୁମ୍ବାଇରେ ଡି. ୱାଇ ପାଟିଲ୍ ଷ୍ଡାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମହିଳା ବିଶ୍ୱକପ ଫାଇନାଲ ଫାଇଟ୍ ଖେଳାଯିବ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ବୈଜ୍ଞାନିକ ତଥା ଜ୍ୟୋତିଷ ଗ୍ରୀନଷ୍ଟୋନ୍ ଲୋବୋ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି, ଭାରତୀୟ ମହିଳା ଦଳର ଜିତିବାର ୯୦% ସମ୍ଭାବନା ଅଛି । ସେ ଏହାର ଶ୍ରେୟ ବର୍ତ୍ତମାନର ଅଧିନାୟିକା ହରମନପ୍ରୀତ କୌରଙ୍କୁ ଦେଇଛନ୍ତି, କାରଣ ତାଙ୍କ କୁଣ୍ଡଳୀରେ ବିଜୟର ଯୋଗ ରହିଛି ।
ଗ୍ରୀନଷ୍ଟୋନ୍ ଲୋବୋ ଆହୁରି କହିଛନ୍ତି, "କ୍ରିକେଟ୍ ପ୍ରଶଂସକମାନେ ଭାବୁଛନ୍ତି କି, ଭାରତୀୟ ଦଳ ଏକ ବଡ଼ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଫାଇନାଲରେ ଏକ ଛୋଟ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇବା ସହଜ ହେବ । କିନ୍ତୁ ମୁଁ ଏପରି ଭାବୁନାହିଁ । ଭାରତୀୟ ଅଧିନାୟିକା ହରମନପ୍ରୀତ କୌରଙ୍କ କୁଣ୍ଡଳୀ କୋଟିଏରେ ଗୋଟିଏ । ତାଙ୍କ ଗ୍ରହ ପ୍ଲୁଟୋ ଶୂନ୍ୟ ଡିଗ୍ରୀରେ ଅଛି, ଯାହା ପ୍ରତି ୨୪୦ ବର୍ଷରେ ଥରେ ଘଟେ । ଏହା ଇତିହାସ ରଚୁଥିବା ଲୋକଙ୍କ କୁଣ୍ଡଳୀ । ମୁଁ କହୁଛି ଯେ ଭାରତର ଜିତିବାର ସମ୍ଭାବନା ୯୦% ଅଛି । ଭାରତ ଲିଗ୍ ପର୍ୟ୍ୟାୟରେ ଅଷ୍ଟ୍ରେଲିଆଠୁ ହାରିଥିଲା କିନ୍ତୁ ସେମିଫାଇନାଲରେ ଜିତିଲା । ଭାରତ ଲିଗ୍ରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଥିଲା । ଏବେ, ସେମାନେ ଫାଇନାଲରେ ମୁହାମୁହିଁ ହେବେ । ତେଣୁ ଭାରତର ଜିତିବା ସମ୍ଭାବନା ଅଧିକ ।''