ଭୁବନେଶ୍ୱର,୨୬/୦୯: ୱଣ୍ଡର୍‌ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ପକ୍ଷରୁ ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ଏହି ଅବସରରେ  ପାର୍ବଣ କାର୍ଯ୍ୟକ୍ରମ ଓ ପୂଜାର ବିଶେଷ  ଅଫର ଘୋଷଣା କରାଯାଇଛି । ଏହି ସ୍ୱତନ୍ତ୍ର  ଦିବସକୁ ପାଳନ କରିବା ପାଇଁ ଭୁବନେଶ୍ୱର  ୱଣ୍ଡର୍‌ଲା ପକ୍ଷରୁ ଏକ ବିଶେଷ ପୂଜା ପାସ୍‌ର  ଶୁଭାରମ୍ଭ କରାଯାଇଛି । ଏହି ପାସ୍‌କୁ ୭୯୯ ଟଙ୍କା ଦେଇ ଅନ୍‌ଲାଇନ ମାଧ୍ୟମରେ ବୁକିଂ  କରାଯାଇପାରିବେ । ଏହାକୁ ସେପ୍ଟେମ୍ବର ୨୭  ତାରିଖରୁ ଅକ୍ଟୋବର ୭ ତାରିଖ ମଧ୍ୟରେ  ବ୍ୟବହାର କରିହେବ । ଏଥିରେ ରାଇଡ୍‌ ସହ  ଉଚ୍ଚ ଶକ୍ତିର ର‌୍ୟାପର  ସୋ’, ରୋମାଞ୍ଚକାରୀ  ପାଇକ ଆଖଡ଼ା  କାର୍ଯ୍ୟକ୍ରମ, ଖୋଲା ଆକାଶ ତଳେ ଡିଜେ ନାଇଟ୍‌ ଭଳି  କାର୍ଯ୍ୟକ୍ରମକୁ ଉପଭୋଗ  କରିବାର ସୁଯୋଗ ମିଳିବ । ଏନେଇ ୱଣ୍ଡର୍‌ଲା ଭୁବନେଶ୍ୱର ଶାଖା  ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦିଆଯାଇଛି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ୱଣ୍ଡର୍‌ଲା ହଲିଡେଜ୍‌ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ  ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅରୁନ୍‌  କେ ଟିଟିଲ୍ଲାପଲ୍ଲି କହିଛନ୍ତି, ୱଣ୍ଡର୍‌ଲା ୨୦୨୪ ସେପ୍ଟେମ୍ବରରେ ଏହାର ଉଦ୍‌ଘାଟନ  ହୋଇଥିଲା । ଏଯାଏ ୨.୬୪ ଲକ୍ଷରୁ ଅଧିକ  ବ୍ୟକ୍ତି ଏହାକୁ ଆସିଛନ୍ତି । ଚଳିତବର୍ଷ ଜୁନ୍‌  ସୁଦ୍ଧା ୧୧୨ଟି ଶିକ୍ଷାନୁଷ୍ଠାନ, ୪୧୩ଟି କର୍ପୋରେଟ  ଗ୍ରୁପ୍‌ ପରିଦର୍ଶନ କରିଛନ୍ତି ।

‘ପଙ୍କି ମଙ୍କି’ ଓ  ‘ୱଣ୍ଡର୍‌ଲା’ ଦୁଇଟି ନୂତନ ରେମାଞ୍ଚକାରୀ  ରାଇଡ୍‌ ସହ ଆମ୍ୟୁଜ୍‌ମେଣ୍ଟ ପାର୍କ ଭାବେ ଏକ  ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସଂସ୍ଥାର ମୁଖ୍ୟ  ପରିଚାଳନା ଅଧିକାରୀ ଧୀରେନ୍‌ ଚୌଧୁରୀ  କହିଛନ୍ତି, ଏହି ଦୁର୍ଗା ପୂଜାରେ ଗ୍ରାହକମାନେ  ସ୍ମରଣ କରିବେ । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ  ସାମାଜିକ କାର୍ଯ୍ୟକ୍ରମ କରାଯାଉଛି । ଏହି ପୂଜା  ଅଫର ବୁକିଂ ପାଇଁ ୱଣ୍ଡର୍‌ଲାର ୱେବ୍‌ସାଇଟ୍‌  www.wonderla.com  ଫୋନ୍‌ ନମ୍ବର - ୦୬୭୪ - ୬୬୪୦୩୦ ରେ ଯୋଗାଯୋଗ କରିପାରିବେ।