ଭୁବନେଶ୍ୱର,୦୧/୧୦: ସୁପ୍ରିମ୍କୋର୍ଟଙ୍କ ଆଦେଶ ବଳରେ ରାଜ୍ୟ ଜଳସମ୍ପଦ ବିଭାଗର ୯୮ଜଣ ୱାର୍କଚାର୍ଜଡ୍ କର୍ମଚାରୀ ପେନସନ ପାଇବେ । ଏଥି ନିମନ୍ତେ ଜଳସମ୍ପଦ ବିଭାଗ ଯନ୍ତ୍ରୀମୁଖ୍ୟଙ୍କୁ ଚିଠି କରିବାପରେ ଉକ୍ତ ପେନସନ ପ୍ରଦାନବାବଦରେ କେତେ ଟଙ୍କା ଲାଗିବଯନ୍ତ୍ରୀମୁଖ୍ୟ ଅଧସ୍ତନ ଅଧିକାରୀଙ୍କୁଚିଠି କରିଛି । ଆସନ୍ତା ୬ ତାରିଖମଧ୍ୟରେ ବ୍ୟୟ ଅଟକଳ ଓ ସମ୍ପୃକ୍ତକର୍ମଚାରୀମାନଙ୍କ ଅବସର ସମୟପ୍ରଦାନ ନିମନ୍ତେ ଚିଠିରେ ଉଲ୍ଲେଖକରିଛି । ଏହି ପଦକ୍ଷେପକୁ ସ୍ୱାଗତ କରିଛି ଓଡ଼ିଶା ଅବସରପ୍ରାପ୍ତ ୱାର୍କଚାର୍ଜଡ୍/ରେଗୁଲାର କର୍ମଚାରୀ କ୍ରିୟାନୁଷ୍ଠାନ ସଂଗଠନ । ଏବେ ଅନ୍ୟ ଗରିବବର୍ଗର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଅବସ୍ଥା କ’ଣ ହେବ ବୋଲି ପ୍ରଶ୍ନ କରିଛି ସଙ୍ଗଠନ । ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନେ ଅର୍ଥ ଅଭାବରୁ କୋର୍ଟକୁ ଯାଇପାରୁ ନାହାନ୍ତି, ସେମାନେକ’ଣ ପେନସନ ପାଇବେ ନାହିଁ ?
ସରକାର କେଉଁ ସ୍ୱାର୍ଥରେ କୋର୍ଟରେ ବାରମ୍ବାର ରିଟ୍ ଅପିଲ କରିବା ଓରିଟ ଅପିଲ ନାକଚ ପରେ ସର୍ବୋଚ୍ଚକୋର୍ଟରେ ଏସ୍ଏଲ୍ପି ଅପିଲ କରି ଏସ୍ଏଲ୍ପି ବିଚାର ଯୋଗ୍ୟ ନହେବା ଓପରୋକ୍ଷରେ ଓକିଲଙ୍କ ଖର୍ଚ୍ଚ ବାବଦରେ ରାଜକୋଷରୁ ଅର୍ଥ ବ୍ୟୟ ହେବା କର୍ମଚାରୀଙ୍କ ବିରୋଧରେ ନକାରାତ୍ମକ ନଷ୍ପତ୍ତି ନୁହେଁ କି ବୋଲି ଅବସରପ୍ରାପ୍ତ କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି । ଯେଉଁ କର୍ମଚାରୀ କୋର୍ଟକୁ ଯିବ ଆଉ କୋର୍ଟରେଜିତିବ ସରକାର ତାଙ୍କୁ ପେନସନ ଦେବାଭଳି ନୀତି ଆଦୌ ଠିକ୍ ନୁହେଁ । କାରଣ୩୫ରୁ ୪୨ ବର୍ଷ ଧରି ସରକାରଙ୍କସେବା କରିଥିବା କର୍ମଚାରୀଙ୍କୁ ଚାକିରୀରଅବସର ବୟସ ସମୟରେ ପେନସନନଦେଇ ସେମାନଙ୍କ ହକ୍ ପ୍ରାପ୍ୟକୁଫାଙ୍କିବା ସମ୍ବିଧାନ ବିରୋଧୀ ଶାସନ ।ସରକାର କୋର୍ଟକୁ ନଯାଇ ୱାର୍କଚାର୍ଜଡ୍କର୍ମଚାରୀଙ୍କ ଭଳି ଅବସରପ୍ରାପ୍ତକର୍ମଚାରୀଙ୍କୁ ପେନ୍ସନ୍ ଦେବାକୁଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତିନେବାକୁ କ୍ରିୟାନୁଷ୍ଠାନ ସଂଗଠନରମୁଖ୍ୟ ସଂଯୋଜକ ଗଗନ ଭଞ୍ଜ,ଆବାହକ ଅରୁଣ କେଶରୀ ପରିଡାଓ ଗିରିଶ ନନ୍ଦ ଦାବି କରିଛନ୍ତି ।