ପୁରୀ ୨୩/୧୦ : କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିକୁ ଯମ ଦ୍ୱିତୀୟା ବା ଭାତ୍ରୁ ଦ୍ୱିତୀୟା ଭାବରେ ପାଳନ କରାଯାଏ। ଏହି ପର୍ବ ଭାଇ- ଭଉଣୀଙ୍କର ସ୍ନେହର ଏବଂ ପ୍ରେମର ପ୍ରତୀକ ଅଟେ। ଏହି ଦିନ ଭଉଣୀମାନେ ଯମଙ୍କ ପାଖରେ ନିଜ ନିଜ ଭାଇମାନଙ୍କର ମଙ୍ଗଳ କାମନା କରି ତାଙ୍କର ଆଶୀର୍ବୀଦ କାମନା କରିଥାନ୍ତି। ଯମ ଦ୍ଵିତୀୟା ଦିନ ଜମ୍ବେଶ୍ଵରଙ୍କୁ ଦର୍ଶନ କଲେ ମଣିଷ ମୃତ୍ୟୁଞ୍ଜୟୀ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ପର୍ବ ସହ ଏକ ହୃଦୟସ୍ପର୍ଶୀ କଥା ରହିଛି….
ମାନ୍ୟତା ରହିଛି ଯେ, ଏହି ଭାତ୍ରୁ ଦ୍ବିତୀୟା ଦିନ ସୂର୍ଯ୍ୟ ପୁତ୍ର ଯମ ନିଜ ଭଉଣୀ ଯମୁନାଙ୍କର ଘରକୁ ଯାଇ ଭୋଜନ କରି ଉପହାର ଦେଇଥିଲେ। ସେବେ ଠାରୁ ଏହି ପର୍ବକୁ ଯମ ଦ୍ୱିତୀୟା ଏବଂ ଭାତ୍ରୁ ଦ୍ବିତୀୟା ରୂପରେ ପାଳନ କରାଯାଏ। ଏହି ଦିନରେ ଯମଦେବତାଙ୍କ ପୂଜା ପରେ ଯମୁନାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହା ସହ ଏହି ଦିନ ଯମୁନାରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଛି ବୋଲି କୁହାଯାଇଥାଏ। ଏହି ଦିନରେ ଯେଉଁ ଭାଇ ନିଜ ଭଉଣୀର ଆତିଥ୍ୟ ଗ୍ରହଣ କରିଥାଆନ୍ତି ,ସେମାନଙ୍କୁ ଯମରାଜାଙ୍କ ଭୟ ନଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯମରାଜ ନିଜ ଭଉଣୀଙ୍କୁ ଖୁବ ସ୍ନେହ କରୁଥିଲେ। କିନ୍ତୁ କର୍ମର ବ୍ୟସ୍ତତା ହେତୁ ସେ ନିଜ ଭଉଣୀ ନିକଟକୁ ଯାଇପାରୁ ନଥିଲେ। ଏକଦା ନିଜ ଭଉଣୀର ସନ୍ଦେସ ପାଇ ଯମରାଜା ତାଙ୍କୁ ସାକ୍ଷାତ କରିବାକୁ ଗଲେ। ଯମୁନା ମଧ୍ୟ ନିଜ ଭାଇଙ୍କୁ ଦେଖି ଖୁବ ଖୁସି ହୋଇଗଲେ। ସେ ବିଭିନ୍ନ ପ୍ରକାରର ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କଲେ। ଭଉଣୀର ଆଦର ଓ ସ୍ନେହ ଦେଖି ଯମରାଜା ପ୍ରସନ୍ନ ହୋଇଗଲେ ଏବଂ ଭଉଣୀ ଠାରୁ ବିଦାୟ ନେବା ସମୟରେ ବର ପ୍ରାର୍ଥନା କରିବାକୁ କହିଲେ। ତେଣୁ ଯମୁନା ଯମରାଜାଙ୍କୁ ବର ପ୍ରାର୍ଥନା କଲେ କି ଯେ କେହି ମୋ ଜଳରେ ସ୍ନାନ କରେ କିମ୍ବା ଏହି ଦିନରେ ଯେଉଁ ଭଉଣୀ ନିଜ ଭାଇର ଆଦର ସତ୍କାର କରେ, ଟିକା ଲଗାଏ, ତାହାକୁ ଯମଦଣ୍ଡ ମିଳିବା ନାହିଁ।ଏହିଭଳି ଭାବେ ଏହି ଯମ ଦ୍ୱିତୀୟା ପର୍ବର ଆରମ୍ଭ ହେଲା।
ଶାସ୍ତ୍ରରେ ମାନ୍ୟତା ରହିଛି ଏହି ଭାତ୍ରୁ ଦ୍ବିତୀୟା ରେ ଯେଉଁ ଭଉଣୀ ନିଜ ହାତରେ ଭୋଜନ ପ୍ରସ୍ତୁତ କରି ଭାଇକୁ ଭୋଜନ କରାଇବ ତଥା ଯେଉଁ ଭାଇ ଭଉଣୀର ଆତିଥ୍ୟ ସ୍ୱୀକାର କରିବ ତାର ଆୟୁ ବୃଦ୍ଧି ହୋଇଥାଏ। ତେଣୁ ଏହି ପର୍ବର ବିଧି ଅନୁଯାୟୀ ଏହି ଦିନରେ ଭଉଣୀ ନିଜ ଭାଇକୁ ଟିକା ଲଗାଇ , ଭୋଜନ ପ୍ରସ୍ତୁତ କରି ଖୁଆଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ପର୍ବ ମୂଳତଃ ଭାଈ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ବନ୍ଧନକୁ ମନେ ପକାଇବା ତଥା ଭ୍ରାତୃତ୍ୱ ଭାବକୁ ମନେ ପକାଇବାର ପର୍ବ ।
।। ଅଥ ଭ୍ରାତୃଦ୍ବିତୀୟା ।।
ଦିବସେଽସ୍ମିନ୍ ଯମାଦିନାଂ ପୂଜନଂ ଭବତି ।
ଦୀର୍ଘୟୁଷ୍ୟକାମନୟା ଯମ - ଚିତ୍ରଗୁପ୍ତ - ଯମୁନାଦିନାଂ ପୂଜନଂ କାର୍ଯ୍ୟକ୍ରମଃ ।
ସଂକଳ୍ପଃ - ଓଁ ତତ୍ସଦିତ୍ୟୁଚ୍ଚାର୍ଯ୍ଯ ଓଁ ଅଦ୍ୟେତ୍ୟାଦି ଅମୁକଗୋତ୍ରୋଽମୁକଦେବଶର୍ମା ସ୍ବରକ୍ଷଣକାମୋ ଯମାଦିପୂଜନମହଂ କରିଷ୍ୟେ, ଇତି ସଂକଳ୍ପ୍ୟ ଶାଳଗ୍ରାମେ ଘଟାଦିସ୍ଥଜଳେ ବା ପୂଜୟେତ୍ ।
ଏତତ୍ ପାଦ୍ଯଂ ଓଁ ଯମାୟ ନମଃ ।
( ଏବଂ କ୍ରମେଣ ସଂପୂଜ୍ଯ )
“ ଏହ୍ୟେହି ମାର୍ତ୍ତଣ୍ଡଜ ! ପାଶହସ୍ତ !
ଯମାନ୍ତକାଳୋକଧରାମରେଶ ! ।
ଭ୍ରାତୃଦ୍ବିତୀୟାକୃତଦେବପୂଜାଂ
ଗୃହାଣ ଚାର୍ଘ୍ୟଂ ଭଗବନ୍ନମସ୍ତେ " ।
ଇଦମର୍ଘ୍ୟଂ ଓଁ ଯମାୟ ନମଃ ତତ ଆଚମନୀୟାଦିକଂ ଦତ୍ତ୍ବା ପ୍ରଣମେତ୍ ।
“ ଓଁ ଧର୍ମ୍ମରାଜ ! ନମସ୍ତୁଭ୍ଯଂ ନମସ୍ତେ ଯମୁନାଗ୍ରଜଃ ! ।
ପାହି ମାଂ କିଙ୍କରୈଃ ସାର୍ଦ୍ଧଂ ସୂର୍ଯ୍ଯପୁତ୍ତ୍ର ! ନମୋସ୍ତୁ ତେ " ।
ତତ ଓଁ ଚିତ୍ରଗୁପ୍ତାୟ ନମଃ ଇତ୍ୟନେନ ପୂଜୟେତ୍ । ତତ ଓଁ ଯମଦୂତେଭ୍ୟୋ ନମଃ, ଇତ୍ୟନେନ ପାଦ୍ୟାଦିଭିଃ ପୂଜୟେତ୍ । ଯମୁନାଞ୍ଚ ପାଦ୍ୟାଦିଭିଃ ସଂପୂଜ୍ଯ ପ୍ରଣମେତ୍ ।
“ ଓଁ ଯମସ୍ବସର୍ନମସ୍ତେଽସ୍ତୁ ଯମୁନେ ! ଲୋକପୂଜିତେ ।
ବରଦା ଭବ ମେ ନିତ୍ୟଂ ସୂର୍ଯ୍ଯପୁତ୍ତ୍ରି ! ନମୋଽସ୍ତୁ ତେ " ।
ତତୋ ଭ୍ରାତୃଭୋଜନକାଳେ ଅନ୍ନାଦିକଂ ଦତ୍ତ୍ବା ଭଗିନୀ ପଠେତ୍ -
“ ଭ୍ରାତସ୍ତବାନୁଜାତାହଂ ଭୁଙ୍କ୍ଷ୍ବ ଭକ୍ତମିଦଂ ଶୁଭମ୍ ।
ପ୍ରୀତୟେ ଯମରାଜାୟ ଯମୁନାୟା ବିଶେଷତଃ " ।
( ଜ୍ଯେଷ୍ଠା ଚେତ୍ ତବାଗ୍ରଜାତାହମିତି ବଦେତ୍ )
( ତତଃ ପୁଷ୍ଟିକାମୋ ଭ୍ରାତା ଭୁଞ୍ଜୀତ )
( “ ଯତ୍ନେନ ଭଗିନୀହସ୍ତାତ୍ ଭୋକ୍ତବ୍ୟଂ ପୁଷ୍ଟିବର୍ଦ୍ଧନଂ " ଇତି ବଚନାତ୍ ) ।