ରାଇରଙ୍ଗପୁର, ୧୦।୧୦ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା। ତଣ୍ଟି କାଟି ଉଲଗ୍ନ କରି ଫିଙ୍ଗିଦେଲେ ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ସାନଦୁନ୍ଦୁ ଗ୍ରାମର କୁସୁମଡୁଙ୍ଗୁରିରୁ ଏହି ମୃତଦେହ ଠାବ କରାଯାଇଛି। ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ବହଳଦା ଥାନା ଅନ୍ତର୍ଗତ ସାନଦୁନ୍ଦୁ ଗ୍ରାମର କୁସୁମଡୁଙ୍ଗୁରି ଠାରେ ଏକ ଅଜଣା ମୃତଦେହ ପଡ଼ିଥିଲା। ଗ୍ରାମବାସୀ ସକାଳୁ ଶୌଚ ହେବାକୁ ଯାଉଥିବା ସମୟରେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ଶବ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି। ଯୁବକଙ୍କ ତଣ୍ଟି କାଟି ତାଙ୍କୁ ଉଲଗ୍ନ କରି ଦୁର୍ବୃତ୍ତମାନେ ଫିଙ୍ଗି ଦେଇଛନ୍ତି। ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି।