ଫିରିଙ୍ଗିଆ, ୧୨/୧୦ :   ରାସ୍ତା କଡରେ ପଡି ଛଟପଟ ହେଉଥିଲେ ଯେ ଅପସ୍ମାର ରୋଗୀ। ଏହା ଦେଖି ବିଜେପି ପକାରୀ ପଞ୍ଚାୟତ ସଭାପତି ବାବୁଲା କହଁର ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇ ଚିକିତ୍ସା କରାଯାଇଛି। ବାବୁଲାଙ୍କ ଏପରି ମାନବିକତାଙ୍କୁ ଲୋକମାନେ ପ୍ରଶଂସା କରିଛନ୍ତି।

ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ବାଲନ୍ଦାପଡା ପଞ୍ଚାୟତ ବାଟାବାହାଳି ଗାଁ ର ଅଜିତ କୁମାର ଦାଶ ତାଙ୍କ ମା ଙ୍କ ସହ ପୁରୀ ଯିବା ପାଇଁ ଏକ ବସରେ ଫୁଲବାଣୀ ଅଭିମୁଖେ ବାହାରି ଥିଲେ I ବସଟି ଗୋଛାପଡା ଛକଠାରେ ଅଟକି ଥିଲା I ଏହି ସମୟରେ ଯୁବକ ଜଣକ ପରିସ୍ରା କରିବା ପାଇଁ ବସରୁ ଓହ୍ଲାଇବା ସମୟରେ ହଠାତ ପଡିଯାଇ ରାସ୍ତା କଡରେ ଛଟପଟ ହୋଇଥିଲେ I ଘଟଣା ସ୍ଥଳରେ ବହୁ ଲୋକ ରୁଣ୍ଡ ହୋଇଥିଲେ କିନ୍ତୁ କେହି ମଧ୍ୟ ତାଙ୍କୁ ଉଠାବାକୁ ପାଖକୁ ଯାଇନଥିଲେ I ଏହି ସମୟରେ ପଞ୍ଚାୟତ ସଭାପତି ବାବୁଲା କହଁର ଯୁବକଙ୍କୁ ଗୋଛାପଡା ମେଡିକାଲ କୁ ନେଇ ଚିକିତ୍ସା କରାଇଥିଲେ ତାଙ୍କ ନିଜ ଗାଡ଼ିରେ ମା ପୁଅଙ୍କୁ ନିଜ ଘର ବାଟା ବାହାଳୀ ରେ ଛାଡି ଆସିଥିଲେ I ତାଙ୍କର ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।