ନୂଆଦିଲ୍ଲୀ : ଲଗାତାର ହେଲଥ୍ ଇନ୍ସୁରାନ୍ସ ପ୍ରିମିୟମ, କ୍ଲେମ୍ ପାସ୍ ହେବାରେ ଅଧିକ ସମୟ ଲାଗିବା ଏବଂ ହସ୍ପିଟାଲର ଉଚ୍ଚ ମନମାନି ବିଲ୍। ଯଦି ଆପଣ କେବେ ନିଜର କିମ୍ୱା ନିଜ ପରିବାର ପାଇଁ କୌଣସି ମେଡିକାଲ ଏମର୍ଜେନ୍ସିର ସମ୍ମୁଖୀନ ହୋଇଛନ୍ତି, ତ ଆପଣ ଇନ୍ସୁରାନ୍ସ ସିଷ୍ଟମର ଏହି ସମସ୍ୟାରେ ଭଲଭାବେ ସଚେତନ ହେବେ। ଜଣେ ପଲିସିଧାରୀ ଯେବେ ରୋଗାଗ୍ରସ୍ତ ସମୟରେ ସବୁଠୁ ଅଧିକ ଅସହାୟ ଓ ଚିନ୍ତାରେ ପଡ଼ି ଥା'ନ୍ତି , ଠିକ୍ ସେହି ସମୟରେ ତାଙ୍କୁ ହସ୍ପିଟାଲର ବିଲିଂ ଡେସ୍କରେ ସେହି ଭିତ୍ତିଭୂମି ଅଭାବର ପରିଣାମ ଭୋଗିବାକୁ ପଡ଼ିଥାଏ। ଏବେ ଏବେ ଏହି ବ୍ୟବସ୍ଥାରେ ଆଉ ଏକ ସକରାତ୍ମକ ପରିବର୍ତ୍ତନର ଆଶା ଜାଗିଛି। ବୀମା କ୍ଷେତ୍ର ନିୟାମକ ,ଭାରତୀୟ ବୀମା ବିନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ପଲିସିଧାରୀଙ୍କୁ ଏହି ଗ୍ରାଉଣ୍ଡ ଲେବଲ୍ ଏବଂ ଦୈନନ୍ଦିନ ସମସ୍ୟା ଗଭୀରତାର ସହ ନେଇ ଏକ ନୂଆ ସବ୍-କମିଟି (ଉପ-ସମିତି)ର ଗଠନ କରିଛି। ଏହାର ସିଧା ଉଦ୍ଦେଶ୍ୟ ଆପଣଙ୍କର ହେଲଥ୍ ଇନ୍ସୁରାନ୍ସକୁ ପୂର୍ବାପେକ୍ଷା ଅଧିକ ସହଜ, ପାରଦର୍ଶୀ ଓ ସଙ୍କଟ ସମୟରେ ବିନା କୌଣସି ପ୍ରତିବନ୍ଧକରେ କାମ କରିବା ଯୋଗ୍ୟ କରିବା।
ହସ୍ପିଟାଲର ମନମାନିରେ ଲାଗିବ ଲଗାମ –
ଏହା ଏକ ସାଧାରଣ ଅଭିଯୋଗ ଯେ, ଯେମିତି ହିଁ ହସ୍ପିଟାଲକୁ ଜଣା ପଡ଼ିଯାଏ ଯେ, ରୋଗୀଙ୍କ ପାଖରେ ହେଲଥ୍ଇନ୍ସୁରାନ୍ସ ଅଛି, ବିଲ୍ର ପରିମାଣ ହଠାତ୍ ବଢି ଯାଏ। ଇରଡାର ଏହି ନୂଆ କମିଟିର ରାଡାରରେ ସର୍ବ ପ୍ରଥମେ ଏହି ‘ହସ୍ପିଟାଲ ଟାରିଫ୍’ ଓ ତାଙ୍କର ବିଲିଂ ପ୍ରକ୍ରିୟା ଗୁଡ଼ିକ ଅଛି। ନିୟାମକ ଏହି କଥାର ଗଭୀରତାର ସହ ଯାଞ୍ଚ କରୁଛି ଯେ, ଗୋଟିଏ ହିଁ ସହରରେ କିମ୍ୱା ଗୋଟିଏ ହିଁ ନେଟୱର୍କର ଅଲଗା ଅଲଗା ହସ୍ପିଟାଲ ଗୁଡ଼ିକରେ, ଗୋଟିଏ ହିଁ ରୋଗର ଚିକିତ୍ସାରେ ଖର୍ଚ୍ଚ ଏତେ ଅଲଗା କାହିଁକି ହୋଇଥାଏ। ପ୍ରୋବସର ମ୍ୟାନେଜିଂ ଡାଇରେକ୍ଟର ରାକେଶ ଗୋୟଲଙ୍କ ଅନୁସାରେ, ବର୍ତ୍ତମାନରେ ସବୁଠୁ ବଡ଼ ସମସ୍ୟା ଏହା ଯେ, ଲୋକଙ୍କୁ ଲାଗୁଛି ଯେ, ଇନ୍ସୁରାନ୍ସ ଥିବା କାରଣରୁ ତାଙ୍କ ଠାରୁ ଅଧିକ ଟଙ୍କା ନିଆଯାଉଛି। ନୂଆ କମିଟିର ମୁଖ୍ୟ କାର୍ଯ୍ୟ ଏହି ସବୁ ଟାରିଫ୍ ଓ ହସ୍ପିଟାଲ ଗୁଡ଼ିକର ନେଟୱର୍କର ବିଭେଦ ଗୁଡ଼ିକୁ ସଂଶୋଧନ କରିବା। ଏହାର ସିଧାସଳଖ ଲାଭ ଏହା ହେବ ଯେ, ଚିକିତ୍ସାର ମୂଲ୍ୟ ଯୁକ୍ତି ଯୁକ୍ତ ହୋଇଯିବ ଏବଂ ବିଲିଂରେ ସମାନତା ରହିବ।
କ୍ଲେମ୍ ସେଟଲମେଣ୍ଟରେ ବିନା କାରଣରେ ହେଉଥିବା ବିଳମ୍ୱ, ସର୍ତ୍ତ ଗୁଡ଼ିକୁ ନେଇ ସ୍ୱଚ୍ଛତାର ଅଭାବ ଓ ଅଭିଯୋଗ ଗୁଡ଼ିକୁ ନଶୁଣିବା, ଏହା ସେହି କାରଣ, ଯାହା ପୂରା ସିଷ୍ଟମ ଉପରେ ଗ୍ରାହକଙ୍କ ଭରସାକୁ ଦୁର୍ବଳ କରିଛି। ଏହି ସବୁ ଅଭାବକୁ ଦୂର କରିବା ପାଇଁ ନିୟାମକ ନ୍ୟାସନାଲ ହେଲଥ୍ କ୍ଲେମ୍ ଏକ୍ସଚେଞ୍ଜ (ଏନଏଚସିଏକ୍ସ) ଭଳି ଡିଜିଟାଲ ପ୍ଲାଟଫର୍ମକୁ ବଡ଼ ସ୍ତରରେ ଆପଣାଇବା ଓ ଲାଗୁ କରିବା ଦିଗରେ କାମ କରୁଛି। ଏହାସହ, ଫ୍ରଡ୍କୁ ରୋକିବା ଓ ପ୍ରଶାସନିକ ବିଳମ୍ୱକୁ ବନ୍ଦ କରିବା ପାଇଁ ଦୃଢ ପଦକ୍ଷେପ ଉଠାଯାଉଛି।
ଷ୍ଟେୱେଲ ଡଟ୍ ହେଲଥ୍ର ସହ ସଂସ୍ଥାପକ ଅରୁଣ ରାମମୂର୍ତ୍ତି କହିଛନ୍ତି ଯେ, ଇରଡାର ଏହି ପଦକ୍ଷେପର ଦୁଇ ପ୍ରମୁଖ ଲକ୍ଷ। ପ୍ରଥମେ ଅଧିକରୁ ଅଧିକ ଲୋକଙ୍କ ପାଖରେ ହେଲଥ୍ ଇନ୍ସୁରାନ୍ସର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଏବଂ ଦ୍ୱିତୀୟରେ , ଏହାକୁ ସାଧାରଣ ଉପଭୋକ୍ତାଙ୍କ ପାଇଁ ଭୁଲ ସରଳ ଓ ସୁବିଧାଜନକ କରିବା।