ବାଙ୍ଗିରିପୋଷି, ୧୪/୧୦ : ଭାରସାମ୍ୟ ହରାଇ ନାଳ ଭିତରକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଲେ ୨ ପରିବାରର ୫ ସଦସ୍ୟ। ବାଙ୍ଗିରିପୋଷି ଥାନା ଅଧୀନ ଧୋଡାଙ୍ଗୀରି ନିକଟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ୨ ପରିବାରର ୫ ସଦସ୍ୟ ପୂଜା ଛୁଟିରେ ଅଯୋଧ୍ୟା ପୀଠ ବୁଲିବାକୁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ବେଳେ ବାଙ୍ଗିରିପୋଷି ଥାନା ଅଧୀନ ଧୋଡାଙ୍ଗୀରି ନିକଟରେ କାର୍‌ଟି ଭାରସାମ୍ୟ ହରାଇ ନାଳ ଭିତରକୁ ଖସି ପଡିଥିଲା। ଫଳରେ କାର୍‌ରେ ଥିବା ୫ ସଦସ୍ୟ ଆହତ ହୋଇଥିଲେ। ଆହତ ୫ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଁଚି ତଦନ୍ତ ଜାରି ରଖିଛି।