ନୂଆଦିଲ୍ଲୀ,୨୭/୧୨; ସମସ୍ତଙ୍କ ଜୀବନରେ ବାହାଘର ଏକ ଖୁବ ସୁନ୍ଦର ମୂହୁର୍ତ୍ତ । ଦୁଇଟି ହୃଦୟ ଏକ ହୁଏ । ଅଜଣା ପରିବାର ଏକାଠି ହୁଅନ୍ତି । ହେଲେ ସମ୍ପର୍କରେ ଫାଟ ଆସିରେ ପରସ୍ପର ଅଲଗା ହେବାକୁ ନିଷ୍ପତ୍ତି ନିଅନ୍ତି । ଆଇନଗତ ନିୟମ ଅନୁସାରେ ଏହାକୁ ଛାଡପତ୍ର କୁହାଯାଏ । ଆପଣ ଜାଣିଥିରେ ବିବାହର ବର୍ଷେ କି ୨ ବର୍ଷ କି ୬ ମାସ ପରେ ଦମ୍ପତି ଅଲଗା ହୁଅନ୍ତି । ଆମେ ଏମିତି ଏକ ଖବର କହିବୁ ଯାହା ଆପଣଙ୍କୁ ଆଶ୍ଟର୍ଯ୍ୟ କରିବ । ବିବାହର ମାତ୍ର ୨୪ ଘଣ୍ଟାରେ ଏକ ଦମ୍ପତି ଛାଡପତ୍ର ନେଇଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣା ଚର୍ଚ୍ଚାରେ ରହିଛି ।
ବାହାଘରକୁ ମାତ୍ର ୨୪ ଘଣ୍ଟା ହୋଇଥିଲା । ହେଲେ ଏମିତି କଣ ହେଲା ଯେ ଅଲଗା ହେଲେ ଦମ୍ପତି । ଝଗଡ଼ା ଏତେ ଭୟଙ୍କର ହେଲା ଯେ ବାହାଘର ମାତ୍ର ୨୪ ଘଣ୍ଟାରେ ଛାଡପତ୍ର ନେଲେ । ପୁନେର ଏକ ଡାକ୍ତର ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ତିକ୍ତତା ଆସିବାକୁ ୨୪ ଘଣ୍ଟାରେ ବୈବାହିକ ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିବାହ ପରେ ସେମାନଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା, ଯାହା ଫଳରେ ସେମାନେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ଆଇନଗତ ଔପଚାରିକତା ସମାପ୍ତ ହୋଇଥିଲା, ଏବଂ ଉଭୟ ପକ୍ଷ ଶାନ୍ତିପୂର୍ଣ୍ଣ ଭାବରେ ଅଲଗା ହେବାକୁ ରାଜି ହୋଇଥିଲେ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।
ମହିଳାଙ୍କ ଓକିଲଙ୍କ ଅନୁଯାୟୀ, ଡାକ୍ତର ଦମ୍ପତିଙ୍କର ଏହା ପ୍ରେମ ବିବାହ ଥିଲା । ବାହାଘର ପରେ ସ୍ୱାମୀ ଜାହଜରେ କାମ କରୁଥିବା କହିଥିଲେ । ତାଙ୍କୁ ଡିଟ୍ୟୁ ପାଇଁ ବାହାରକୁ ଯିବାକୁ ପଡେ । ଘରୁ ୬-୬ ମାସ ଲେଖାଏଁ ଦୂରରେ ରୁହନ୍ତି । ମହିଳାଙ୍କୁ ଏହା ଠିକ୍ ଲାଗିଲା ନାହିଁ । ବାହାଘର ଆଗରୁ ସ୍ୱାମୀଙ୍କୁ ଏହା କହି ଦେବାର ଥିଲା । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଫଳରେ ସେମାନେ ବାହାଘରର ତୁରନ୍ତ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ମାମଲାରେ କୌଣସି ପ୍ରକାର ହିଂସା କିମ୍ବା ଅପରାଧିକ ଘଟଣା ସାମ୍ନାକୁ ଆସିନାହିଁ । ଦୁହେଁ ସମ୍ପୂର୍ଣ୍ଣ ଭାବେ ଆଇନଗତ ପ୍ରକ୍ରିୟା ପାଳନ କରି ପରସ୍ପରଠୁ ଅଲଗା ହୋଇଥିଲେ । ବିବାହର ୨୪ ଘଣ୍ଟାରେ ସେମାନେ ଅଲଗା ହୋଇଥିଲେ ହେଲେ ୧୮ ମାସର ଆଇନଗତ ପ୍ରକ୍ରିୟା ପରେ ଆପସ ସହମତି ପରେ ସେମାନଙ୍କ ଛାଡପତ୍ର ହୋଇଥିଲା ।