ନୂଆଦିଲ୍ଲୀ : WWE ରେ ଅନେକ ଏମିତି ଲଢେଇ ଅଛି, ଯାହା ଲୋକଙ୍କ ମନରେ ଅଭୁଲା ହୋଇ ରହି ଯାଇଛି। ଅନେକ ଏପରି ଅବସର ଆସିଛି ଯେବେ ଏହି ରିଙ୍ଗରେ ପ୍ରତିପକ୍ଷକୁ ମାରିବା ପାଇଁ ରେଲସର ଦ୍ୱାରା ସବୁ ସୀମା ଅତିକ୍ରମ କରାଯାଇଛି। ଏମିତି ହିଁ ଏକ ସମୟ ୧୯୯୧ ମସିହାରେ ଆସିଥିଲା। ସେଠାରେ ବସି ଦେଖୁଥିବା ଲୋକ ଏତେ ଭୟଭୀତ ହୋଇ ଯାଇ ଥିଲେ ଯେ, ତାଙ୍କ ଆଖିରୁ ଲୁହ ଆସି ଯାଇଥିଲା। ଜେକ୍ ‘ଦ ସ୍ନେକ୍’ ରବର୍ଟସ ନିଜର ପୋଷା କୋବ୍ରା ଦ୍ୱାରା ‘ମାଚୋ ମ୍ୟାନ’ ରେଣ୍ଡି ସାଭେଜଙ୍କ ହାତକୁ କ୍ଷତାକ୍ତ କରି ଦେଇଥିଲେ। ଏହି ସାପଟି ପ୍ରାୟ ୧୦ ଫୁଟ ଲମ୍ୱା ଥିଲା।

WWE ରିଙ୍ଗରେ ହୋଇଥିବା ଅତି ନିର୍ଦ୍ଦୟୀ ଲଢେଇ ମଧ୍ୟରେ ଏହା ମଧ୍ୟ ଗୋଟିଏ ଥିଲା, ଯାହାକୁ ଦେଖି ପ୍ରଶଂସକ ଆଜି ବି ଆତଙ୍କିତ ହୋଇ ଯାଆନ୍ତି। କୁହାଯାଏ ଯେ, ଏହି ରିଙ୍ଗରେ ଅନେକ ଜିନିଷ ପୂର୍ବରୁ ସ୍ଥିର ହୋଇଥାଏ , ଏହି ସିନ୍ ତିଆରି କରାଯାଇ ଥାଏ ଏବଂ ଏଥିପାଇଁ ରେସଲର ପ୍ରସ୍ତୁତ କରିଥାନ୍ତି। କିନ୍ତୁ ସେତେବେଳେ ସମସ୍ତେ ଡ଼ରି ଯାଇଥିଲେ, ଯେବେ ୧୯୯୧ ରେ ଜେକ୍ ‘ଦ ସ୍ନେକ୍’ ରବର୍ଟସ ଲଢେଇ ମଧ୍ୟରେ ନିଜର ମୁଣାରୁ ଏକ ସାପ ବାହାରି ଥିଲା। ଏହି ସାପ ପାଖାପାଖି ୧୦ ଫୁଟ ଲମ୍ୱ ଥିଲା, ଏବଂ ସବୁଠୁ ବିଷାପ୍ତ ସାପ ମଧ୍ୟରୁ ଗୋଟିଏ କୋବ୍ରା ଥିଲା।

୩୦ ସେକେଣ୍ଡ ଯାଏ ତାଙ୍କୁ କୋବ୍ରା ଛାଡ଼ି ନଥିଲା –

ଏହା ପୂର୍ବରୁ ସେ ବିରୋଧୀ ରେସଲର ‘ମାଚୋ ମ୍ୟାନ’ ରେଣ୍ଡି ସାଭେଜଙ୍କୁ ରିଙ୍ଗ୍ ସାହାଯ୍ୟରେ ଲକ୍ କରି ଦେଇଥିଲେ , ତାଙ୍କର ହାତ ରିଙ୍ଗରେ ଏମିତି ଫସାଇ ଦେଲେ ଯେଉଁଥିରେ ସେ ବାହାରି ପାରିବେ ନାହିଁ। ପୁଣି ସେ ନିଜ ଥାଳିରୁ ଏହି କୋବ୍ରା ବାହାର କରିଥିଲେ। ସେ ସାପକୁ ହାତରେ ଧରି ରାଣ୍ଡି ସାଭେଜଙ୍କ ପାଖକୁ ନେଇ ଗଲେ , ଏହି ସମୟରେ କୋବ୍ରା ରବର୍ଟ୍ସଙ୍କୁ ମଧ୍ୟ କାମୁଡିବାକୁ ପ୍ରୟାସ କରିଥିଲା , କିନ୍ତୁ ସେ ରକ୍ଷା ପାଇ ଯାଇ ଥିଲେ। ଏହାପରେ ସେ ସାପର ମୁଁ ସାଭେଜଙ୍କ ବାହୁ ଉପରେ ଛାଡ଼ି ଦେଲେ । କୋବ୍ରା ଖୁବ୍ ଜୋରରେ ତାଙ୍କ ହାତକୁ କାମୁଡ଼ି ଥିଲା।

କୋବ୍ରାଟି ପାଖାପାଖି ୩୦ ସେକେଣ୍ଡ ପର୍ଯ୍ୟନ୍ତ ତାଙ୍କ ହାତକୁ କାମୁଡ଼ିବାରେ ଲାଗିଥିଲା। ଏହା ଦେଖି ସେଠାରେ ବସି ଥିବା ପିଲାମାନେ କାନ୍ଦିବାକୁ ଲାଗିଲ, ଅନ୍ୟ ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ହେଲେ ଅନେକ ସମୟ ପରେ ଏହି କଥାର ଖୁଲାସା ହୋଇଥିଲା ଯେ, ଯେଉଁ କୋବ୍ରା ତାଙ୍କୁ କାମୁଡ଼ି ଥିଲା ,ତାର ବିଷ ପୂର୍ବର ବାହାର କରାଯାଇ ଥିଲା।

ଏହା ପାଗଳ ପଣ ଥିଲା। ଯଦିଓ ସେହି ସାପର ବିଷ ବାହାର କରାଯାଇ ଥିଲା , କିନ୍ତୁ କିଛି ମଧ୍ୟ ଘଟି ଯାଇଥାନ୍ତା । ଏହିପରି ଜିନିଷ ଦର୍ଶକଙ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇ ଥାନ୍ତା। ସେତେବେଳେ କିଛି ଲୋକ ଏହା ବିରୋଧରେ ସ୍ୱର ମଧ୍ୟ ଉଠାଇ ଥିଲେ। ରେଣ୍ଡିଙ୍କ ଭାଇ ଏହାକୁ ନେଇ କହିଥିଲେ ଯେ, କିଛି ଦିନ ପରେ ରେଣ୍ଡଙ୍କୁ ୧୦୪ ଡିଗ୍ରୀ ଜ୍ୱର ହୋଇ ଥିଲା ଏବଂ ସାପଟି ମରିଗଲା। ଏବଂ ରଣ୍ଡି ସର୍ବଦା କହୁଥିଲେ ସାପର ବିଷ ବାହାରି ଯାଇଛି, କିନ୍ତୁ ମୋର ନୁହେଁ।