ନୂଆଦିଲ୍ଲୀ – ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ରେ ଏକ ରୋବୋଟିକ୍ ଡଗ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ , ଗଲଗୋଟିୟା ବିଶ୍ୱବିଦ୍ୟାଳୟକୁ ହଠାତ୍ ଚର୍ଚ୍ଚାକୁ ଆଣିଛି। ବାସ୍ତବିକ କଥା ହେଲା ସମ୍ମିଳନୀ ବେଳେ ବିଶ୍ୱବିଦ୍ୟାଳୟର ଷ୍ଟଲରେ ପ୍ରଦର୍ଶିତ ଓରିୟନ ନାମକ ରୋବୋଟକୁ ନେଇ ଦାବି କରାଯାଇ ଥିଲା ଯେ, ଏହା ସଂସ୍ଥାର ଇନ୍ ହାଉସ୍ ଇନୋଭେସନ। ପରେ ସୋସିଆଲ ମିଡ଼ିଆରେ ଏହାକୁ ଚୀନର କମ୍ପାନୀ Unitree Roboticsର Go2 ଭାବେ ଭା ଥିଲା। ଏହାପରେ ଗଲଗୋଟିୟା ବିଶ୍ୱବିଦ୍ୟାଳୟକୁ ନେଇ ବିବାଦ ବଢିବାକୁ ଲାଗିଲା । ଅନ୍ୟପଟେ ବିବାଦ ବଢିବା ପରେ ଦିଲ୍ଲୀରେ ଚାଲୁଥିବା ଇଣ୍ଡିଆ ଏଆଇ ସମିଟ୍‌ରୁ ସଂପୃକ୍ତ ବିଶ୍ୱବିଦ୍ୟାଳୟକୁ ତୁରନ୍ତ ଏକ୍ସପୋ ସ୍ଥଳକୁ ଖାଲି କରିବା ପାଇଁ କୁହାଯାଇ ଥିଲା।

ଉକ୍ତ ଘଟଣା ପରଠାରୁ ଗଲଗୋଟିୟା ବିଶ୍ୱବିଦ୍ୟାଳୟ ସହ ସଂସ୍ଥାପକ ସୁନିଲ ଗଲଗୋଟିଆ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି। ଏବେ ଆସନ୍ତୁ ଜାଣିବା ଦିନେ ବହି ବିକ୍ରି କରୁଥିବା ସୁନିଲ ଗଲଗୋଟିୟା ,କେମିତି ପରେ ୩୦୦୦ କୋଟି ଟଙ୍କାର ଗଲଗୋଟିୟା ବିଶ୍ୱବିଦ୍ୟାଳୟର ମାଲିକ ହୋଇ ଥିଲେ।

ଏମିତି ଆରମ୍ଭ ହୋଇଥିଲା ସୁନିଲ ଗଲଗୋଟିୟାଙ୍କର ଯାତ୍ରା -

ସୁନିଲ ଗଲଗୋଟିୟାଙ୍କର ଆଦ୍ୟ ଜୀବନ ଖୁବ୍ ମୁସ୍କିଲ ପୂର୍ଣ୍ଣ ଥିଲା। ମିଡ଼ିଆ ରିପୋର୍ଟ ଅନୁସାରେ , ସେ ନିଜ କ୍ୟାରିୟରର ଆରମ୍ଭ ଖୁବ୍ ଛୋଟ ସ୍ତରରୁ କରିଥିଲେ। ସେ ନିଜର ପ୍ରଥମ ବହି ପ୍ରକାଶିତ କରିବା ପାଇଁ ପାଖାପାଖି ୯୦୦୦ଟଙ୍କା ଉଧାର ନେଇ ଥିଲେ। ସେ ୧୯୮୦ ଦଶକରେ ଏକ ପବ୍ଲିସିଂ ଭେଞ୍ଚରୁ ନିଜର କାମ ଆରମ୍ଭ କରି ଥିଲେ। ଏହା ବ୍ୟତୀତ ଏଜୁକେସନ ସେକ୍ଟରରେ ସମ୍ଭାବନା ଦେଖି ସେ ୨୦୦୦ ମସିହାରେ ମାତ୍ର ୪୦ ଜଣ ଛାତ୍ରଙ୍କୁ ନେଇ ଗଲଗୋଟିୟା ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲଜିର ସ୍ଥାପନ କରିଥିଲେ। ଏହାପରେ ଧିରେ ଧିରେ ଏହି ଇନଷ୍ଟିଚ୍ୟୁଟ୍‌କୁ ପରିଚୟ ମିଳିଲା ଏବଂ ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ହେଲା।

ଆହୁରି ମଧ୍ୟ ପଢନ୍ତୁ : ବାର୍ଷିକ ୨୮ ଲକ୍ଷ ଟଙ୍କାର ଚାକିରି ଛାଡ଼ି ସବ୍-ଇନ୍ପପେକ୍ଟର ପଦ ପାଇଁ ଆବେଦନ କରିବେ ଟେକ୍ନିସିଆନ ... ପତ୍ନୀଙ୍କ ଏକ୍ସ ପୋଷ୍ଟ ଭାଇରାଲ , ନୂଆ ବିତର୍କର ସୂତ୍ରପାତ

କୁହାଯାଏ ଯେ, ୨୦୧୧ରେ ଉତ୍ତର ପ୍ରଦେଶ ସରକାର ଗଲଗୋଟିୟା ଇନଷ୍ଟିଚ୍ୟୁଟ୍‌କୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଥିଲେ। ଗଲଗୋଟିୟା ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ଆରମ୍ଭ ହୋଇଥିଲା। ଗ୍ରେଟର ନୋଏଡା ସ୍ଥିତ ଏହି ବିଶ୍ୱବିଦ୍ୟାଳୟ ଟେକ୍ନୋଲଜି ଆଧାରିତ ଏଜୁକେସନ, ଇନୋଭେସନ ଓ ପ୍ରଫେସନାଲ କୋର୍ସେଜ୍ ପାଇଁ ଜଣାଶୁଣା। ଅନ୍ୟପଟେ ସୁନିଲ ଗଲଗୋଟିୟା ଏହି ବିଶ୍ୱବିଦ୍ୟାଳୟର ଚାନ୍ସଲର। ବିଶ୍ୱବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଡା. ଧ୍ରୁବ ଗଲଗୋଟିୟା ନେଇଛନ୍ତି। ଏକ ଛୋଟିଆ ବୁକ୍ ଷ୍ଟୋର ଓ ପବ୍ଲିଶିଂ କାମରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ହଜାର ହଜାର କୋଟି ଟଙ୍କାର ଏଜୁକେସନ ଗ୍ରୁପ୍‌ରେ ବଦଳି ଯାଇଛି। ରିପୋର୍ଟ ଅନୁସାରେ , ଗଲଗୋଟିୟା ଗ୍ରୁପ୍‌ର ବ୍ୟବସାୟ ପାଖାପାଖି ୩୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି।