ରାଜଗାଙ୍ଗପୁର, ୧୮/୮: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୂର୍ତ୍ତ ବିଭାଗରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । କଟୁରିରେ ପୂର୍ତ୍ତ ବିଭାଗର ପିଅନର ବେକ କାଟିଦେଲେ । ଫଳରେ ଘଟଣାସ୍ଥଳରେ ପୂର୍ତ୍ତ ବିଭାଗ ପିଅନଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ମଙ୍ଗଲୁ କିଷାନ ବୋଲି ଜଣାପଡ଼ିଛି ।
ପ୍ରାୟ ୧୧ଟା ସମୟରେ ଯୁବକ ଜଣକ ଏକ କଟୁରି ଧରି ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ପଶି ପିଅନକୁ ଆକ୍ରମଣ କରିବା ସହ ତାଙ୍କ ବେକକୁ କଟୁରି କାଟି ଦେଇଥିଲା । ଅନ୍ୟ କେହି ବିରୋଧ କଲେ ତାଙ୍କୁ କଟୁରି ଦେଖାଇ ଆକ୍ରମଣ କରିବାକୁ ଧମକାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଦୁର୍ବୃତ୍ତକୁ କାବୁ କରିବା ସହ ଗିରଫ କରିଛି । ଯୁବକ ନିଜ ପରିଚୟ ଦେଇନଥିବା ବେଳେ ସେ କାହିଁକି ପିଅନଙ୍କୁ ହତ୍ୟା କରିଥିଲେ ଏ ଘଟଣା ପଛର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଅଭିଯୁକ୍ତଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଜଣାପଡ଼ିଛି ।