ଡାବୁଗାଁ, ୧୦/୬: ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଡାବୁଗାଁ-ଉମରକୋଟ ରାଜ୍ୟ ରାଜପଥ-୩୯ ଉପରେ ଡାବୁଗାଁ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିଲା । ତେବେ କାର ଚଲାଉଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୁଚନା ଯୋଗ୍ୟ କଳାହାଣ୍ଡି ଜିଲା ଭବାନୀପାଟଣାର ବଡପଡ଼ା ଗ୍ରାମର ବିନୋଦଙ୍କ ଜ୍ଵାଇଁ ଶିବ ସୁନା ବିନୋଦଙ୍କ କାର ଯୋଗେ କୌଣସି କାମରେ ରାଇଘର ଯାଇ ନବରଙ୍ଗପୁର ଫେରୁଥିବା ସମୟରେ ଡାବୁଗାଁ ସ୍ଥିତ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ଗାଡିକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ କାରରେ ନିଆଁ ଲାଗିଯାଇଥିଲା ।
ନିଆଁ ଲାଗିବା ଦେଖି କାର ଚଳାଉଥିବା ଶିବ କାରରୁ ବହାରି ଆସିଥିଲେ । ପରେ ଡାବୁଗାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଘଟଣାସ୍ଥଳରେ ପୋଲିସ ଯାଇ ତଦନ୍ତ କରିଥିବା ଜଣାପଡିଛି l ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ ଏନେଇ କୌଣସି ଏତଲା ଦିଆଯାଇନାହିଁ |