ହରଭଙ୍ଗା, ୨୦/୬: ପୋଖରୀ ଭିତରୁ ଆସୁଛି ଘୁ ଘୁ ଗର୍ଜନ.. ଗାଁ ଲୋକେ ଭୟଭୀତ.. ଘଣ୍ଟାଏ କି ଦୁଇ ଘଣ୍ଟାଏ ନାହିଁ ରାତି ଅଧରୁ ଚାଲିଛି ଏଭଳି ଭୟଙ୍କର ଗର୍ଜନ ଶବ୍ଦ l ଆପଣଙ୍କୁ ଏ ଖବରଟି କାହାଣୀ ଭଳି ଲାଗୁଥିଲେ ମଧ୍ୟ ଘଟଣାଟି ସତରେ ଘଟିଛି। ଏମିତିକି ଏହି ଅଜିବ ଶବ୍ଦ କୁ ନେଇ ସ୍ଥାନୀୟ ଲୋକେ ପୋଖରୀ ହୁଡ଼ା ରେ ଠିଆ ହୋଇ ଏ ଗର୍ଜନ ଶବ୍ଦ କେଉଁଠୁ ଆସୁଛି ସେନେଇ କରୁଛନ୍ତି ଅନୁସନ୍ଧାନ l ରାତି ଅଧରୁ ଖବର ଲେଖାହେବା ପର୍ଯ୍ୟନ୍ତ ଶବ୍ଦ ହେଉଥିବାରୁ ଲୋକଙ୍କ ମନରେ ଏକ ଆଶଙ୍କା ସୃଷ୍ଟି ହେଉଛି l
ଏଭଳି ଏକ ଅଜବ ଖବର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମହଲିକପଡା ପଞ୍ଚାୟତ ସଂକୁରି ଗ୍ରାମର ମହୋନ୍ ସାହି ନିକଟରେ ଥିବା ଏକ ଛୋଟ ଗାଡିଆରୁ। ଏକ ଦଳ ଭର୍ତ୍ତି ଗଡିଆରୁ ଆସୁଛି ଅଜିବ ଶବ୍ଦ l ଏପରି ଶବ୍ଦକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ବର୍ତମାନ ସମୟରେ ପୋଖରୀ ମଧ୍ୟରେ ମାତ୍ର ଏକ ଫୁଟ ଉଚ୍ଚରେ ପାଣି ଥିବା ବେଳେ ଅନାବନା ଗଛରେ ପୋଖରୀଟି ପରିପୂର୍ଣ୍ଣ ରହିଛି। ଗତକାଲି ବିଳମ୍ବିତ ରାତ୍ରିରୁ ପୋଖରୀ ମଧ୍ୟରୁ ମେସିନ ଚାଲିଲା ଭଳି ଶବ୍ଦ ବାହାରୁଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଘଟଣା କୁ ଦେଖିବାପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଛି। ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।