ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ

Published By : Harapriya Sethi | October 5, 2024 8:01 AM

ବାଲିପାଟଣା,୦୫/୧୦: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଭାପୁର ଗ୍ରାମ ପଞ୍ଚାୟତ ପଇଡପାଟଣା ବେଲେଶ୍ୱର ମନ୍ଦିରରୁ ଚୋରି। ବିଳମ୍ବିତ ରାତ୍ରିରେ ୨ରୁ ଉର୍ଦ୍ଧ୍ବ ଚୋର ମନ୍ଦିରର ତାଲା ଭାଙ୍ଗି ଚୋରି କରିଥିଲେ । ବେଲେଶ୍ୱର ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି, ସର୍ପ, ଅଳଙ୍କାର ଚୋରି କରି ନେଇଥିଲେ ଚେର । ଏହା ପରେ ମଝି ଦିୱାନ ପାଟଣା ଗ୍ରାମର ଦେବତୀଙ୍କ ମନ୍ଦିରରୁ ଚୋରମାନେ ଚୋରି କରୁଥିବା ବେଳେ ଗ୍ରାମବାସୀ ଏହା ଜାଣି ପାରି ଚୋରଙ୍କୁ କାବୁ କରିବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି । ଘଟଣା ସ୍ଥଳରୁ ଜଣେ ଚୋରକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଚୋରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

ସୂଚନା ମୁତାବକ, ଚୋରମାନେ ପ୍ରଥମେ ବେଲେଶ୍ୱର ମନ୍ଦିରରୁ ଚୋରି କରିଥିଲେ । ଏହା ଜାଣି ଗ୍ରାମବାସୀ ସଚେତନ ହୋଇ ରହିଥିଲେ । ପରବର୍ତ୍ତୀ ସମୟରେ ସେମାନେ ପୁଣି ମଝି ଦିୱାନ ପାଟଣା ଗ୍ରାମର ଦେବତୀଙ୍କ ମନ୍ଦିରରୁ ଚୋରି କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଗ୍ରାମବାସୀ ଚୋରଙ୍କୁ ଚୋରୀ କରୁଥିବା ବେଳେ ଧରିଥିଲେ । ଘଟଣାସ୍ଥଳରୁ ଜଣେ ଚୋରକୁ କାବୁ କରିଥିଲେ । ପରେ ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ସେଠାରେ ପହଞ୍ଚିବା ପରେ ଚୋରକୁ ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ତେବେ ବେଲେଶ୍ୱର ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି, ସର୍ପ, ଅଳଙ୍କାର ଚୋରି କରି ନେଇଛନ୍ତି ଚୋର । ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଚୋରୀ ହୋଇଥିଲା । ତେବେ ଧରାପଡ଼ିଥିବା ଚୋରକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.