କୁଜଙ୍ଗ, ୨୦/୧ ; ପାରାଦ୍ୱୀପ ଲକ୍ ଥାନା ଭୂତୁମୁଣ୍ଡାଇ ପଞ୍ଚାୟତ ପିପଳ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ଘରେ ନିଆଁ ଲାଗି ଜଣେ ନବ ବିବାହିତା ମହିଳାଙ୍କ ଜୀବନ ଚାଲିଯାଇଛି। ଘରେ କେହି ନ ଥିବାବେଳେ ଏହି ଘଟଣା ଘଟିଛି । ନବବଧୂଙ୍କ ନାଁ ରିନି ଦଳାଇ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, ସେ ୨୦୨୪ମସିହା ଜୁଲାଇ ୧୪ରେ ପିପଳ ଗ୍ରାମର ସ୍ମୃତି ରଞ୍ଜନ ସ୍ବାଇଁଙ୍କୁ ବିବାହ କରିଥିଲେ । ତାଙ୍କର ଏବେ ୭ମାସର ପୁତ୍ର ସନ୍ତାନ ରହିଛି । ନବବଧୂ ଜଣଙ୍କ ଘରେ ଥିଲେ। ଶାଶୂ, ଶଶୁର ମେଡ଼ିକାଲ ଯାଇଥିବାବେଳେ ଓ ସ୍ବାମୀ ଅନୁପସ୍ଥିତ ରହିଥିଲେ । ଏହି ସମୟରେ ଆକସ୍ମିକ ଭାବେ ଘରେ ନିଆଁ ଲାଗିଥିଲା। ପଡ଼ିଶା ଘର ଲୋକ ଏହା ଦେଖି ଚିତ୍କାର କରିଥିଲେ । ଖବରପାଇ ପୁଲିସ ଓ ଦମକଳବାହୀନି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ନବବଧୂ ଜଣଙ୍କ ନିଆଁରେ ପୋଡ଼ି ପ୍ରାଣ ହରାଇ ହରାଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।