ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

୨.୯୦କୁଇଣ୍ଟାଲ ଗଞ୍ଜେଇ ସହ ଏକ ଟ୍ରକ୍ ଜବତ ଓ ଜଣେ ଅଭିଯୁକ୍ତ ଗିରଫ

Published By : Gurupada Nath | June 5, 2025 11:24 PM

ମନମୁଣ୍ଡା, ୫/୬ : ଗଞ୍ଜେଇ କ୍ଷେତ୍ରରେ ମନମୁଣ୍ଡା ପୁଲିସକୁ ଏକ ବଡ଼ ସଫଳତା । ରାଜ୍ୟ ବାହାରକୁ ଅଭିନବ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣବେଳେ ଗଞ୍ଜେଇ ଓ ଗାଡ଼ି ଜବତ ସହ ରାଜ୍ୟ ବାହାର ମାଫିଆକୁ ଗିରଫ କରିଛି । ବୁଧବାର ଶଗଡ଼ା ଦିଗରୁ ଏକ ପଶ୍ଚିମବଙ୍ଗ ନଂ ଥିବା ଆଇଚର୍ ଗାଡ଼ି ମନମୁଣ୍ଡା ଆଡ଼କୁ ଆସିବାବେଳେ ମନମୁଣ୍ଡା ବାଇପାସ୍ ନିକଟ ଶଗଡ଼ା ରାସ୍ତାରେ ପୁଲିସ ହାବୁଡରେ ପଡ଼ିଥିଲା।

ପଶ୍ଚିମବଙ୍ଗ ଗାଡ଼ି ନଂ ଦେଖି ପୁଲିସ ଗାଡ଼ି ଯାଞ୍ଚ କରିଥିଲା । ପନି ପାରିବା ପ୍ଲାଷ୍ଟିକ ଟ୍ରେ ଭିତରେ ବସ୍ତାରେ ଗଞ୍ଜେଇ ଥିବା ପୁଲିସ ଦେଖିବାକୁ ପାଇ ଗାଡ଼ି ସହ ତାହାକୁ ଜବତ କରିଥିଲା ଏବଂ ଗାଡ଼ି ଚାଳକ ଅଭିଯୁକ୍ତ ବିହାର ରାଜ୍ୟ ରୋହତକ ଜିଲ୍ଲା ଦରିଗାୱାଁ ଗ୍ରାମର ଅମିତ କୁମାରକୁ ପୁଲିସ ଗିରଫ କରିଥିଲା। ଗଞ୍ଜେଇ ଓଜନ କରିବାରୁ ୨.୯୦ କୁଇଣ୍ଟାଲ ହୋଇଥିଲା । ଏ ନେଇ ଥାନାରେ ଏକ ମାମଲା ନଂ ୧୮୬ରୁଜୁ କରାଯାଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଅଞ୍ଜଳି ବିଶ୍ଵାଳଙ୍କଠାରୁ ଜାଣିବାକୁ ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.