• ଲକ୍ଷ ଲକ୍ଷ ଚାକିରି ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ
  • ଯୋଗୀ ସରକାରଙ୍କ ବଡ଼ ପଦକ୍ଷେପ
  • ୟୁପି ପୁଲିସ ନିଯୁକ୍ତିରେ ବୟସ ୩ବର୍ଷ କୋହଳ
  • ୩୨୬୭୯ଟି ପଦରେ ଅନଲାଇନ ଆବେଦନ ଆରମ୍ଭ

ନୂଆଦିଲ୍ଲୀ – ୟୁପିରେ ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ଶେଷରେ ଆଶ୍ୱସ୍ତିପୂର୍ଣ୍ଣ ଖବର ଆସିଛି। ଉତ୍ତର ପ୍ରଦେଶ ପୁଲିସରେ ସିପାହୀ ନିଯୁକ୍ତିର ସ୍ୱପ୍ନ , ଯେଉଁ ପ୍ରାର୍ଥୀମାନେ ଓଭରଏଜ୍ (ଅଧିକ ବୟସ) ହେବା ଯୋଗୁଁ ଆବେଦନରୁ ବଞ୍ଚିତ ଥିଲେ ,ଏବେ ସେମାନଙ୍କ ପାଇଁ ଯୋଗୀ ସରକାର ବଡ଼ ସୁଯୋଗ ନେଇ ଆସିଛନ୍ତି। ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେବା ପୂର୍ବକ ୟୁପି ପୁଲିସ ନିଯୁକ୍ତି ୨୦୨୫ରେ ସବୁ ବର୍ଗଙ୍କ ପାଇଁ ବୟସ ସୀମାରେ ତିନି ବର୍ଷ ହ୍ରାସ କରିବାକୁ ଘୋଷଣା କରି ଦେଇଛନ୍ତି। ଉତ୍ତର ପ୍ରଦେଶ ପୁଲିସ ନିଯୁକ୍ତି ଏବଂ ପଦୋନ୍ନତି ବୋର୍ଡ ଏକ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି , ଯେଉଁଥିରେ କନଷ୍ଟେବଳ ସିଭିକ୍ ପୁଲିସ ଓ ସମକକ୍ଷ ପୋଷ୍ଟରେ ସିଧାସଳଖ ନିଯୁକ୍ତ ୨୦୨୫ ଅନୁସାରେ ,ମୋଟ ୩୨୬୭୯ଟି ପଦରେ ନିଯୁକ୍ତି ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ନିଯୁକ୍ତି ସଂପର୍କିତ ଏକ ପ୍ରମୁଖ ଶାସନାଦେଶ ମାଧ୍ୟମରେ ଏହା ସ୍ପଷ୍ଟ କରାଯାଇଛି ଯେ, ଏହି ଥର ସର୍ବାଧିକ ବୟସ ସୀମାରେ ସବୁ ବର୍ଗଙ୍କୁ ୱାନ୍-ଟାଇମ୍ ୩ବର୍ଷର ବୟସ କୋହଳ ଦିଆଯିବ।

କେଉଁ କେଉଁ ପଦରେ ମିଳିବ ବୟସରେ କୋହଳ –

ଏହି ବୟସ କୋହଳ ୟୁପି ପୁଲିସର ଅନେକ ପ୍ରମୁଖ ପଦରେ ଲାଗୁ ହେବ ,ଯେଉଁଥିରେ ସାମିଲ ଅଛି –

  • କନଷ୍ଟେବଳ ସିଭିକ୍ ପୁଲିସ (ପୁରୁଷ / ମହିଳା)
  • ପିଏସି ରିଜର୍ଭସ୍
  • ଆର୍ମଡ୍ ପୁଲିସ
  • ସ୍ପେସିଆଲ ସିକ୍ୟୁରିଟି ଫୋର୍ସ
  • ୱମେନ୍ସ ବାଟାଲିୟନ
  • ମାଉଣ୍ଟେଡ୍ ପୁଲିସ
  • ଜେଲ୍ ୱାର୍ଡର ( ପୁରୁଷ/ ମହିଳା)

ଏହିସବୁ ପଦ ପାଇଁ ଏବେ ଥିବା ସର୍ବାଧିକ ବୟସ ସୀମାରେ ୩ ବର୍ଷର ଅତିରିକ୍ତ କୋହଳ ଦିଆଯିବ।

କାହିଁକି ନିଆଗଲା ଏହି ନିଷ୍ପତ୍ତି –

ଉଲ୍ଲେଖନୀୟ ଯେ, ଗତ କିଛି ବର୍ଷରେ ଲଗାତାର ବିଳମ୍ୱ ହୋଇଛି। କରୋନା ସମୟରେ , ପରୀକ୍ଷା ପ୍ରକ୍ରିୟା ଓ ପ୍ରଶାସନିକ କାରଣରୁ ଅନେକ ନିଯୁକ୍ତି ସମୟାନୁସାରେ ବାହାରି ପାରିନଥିଲା। ଏହାର ସବୁଠୁ ଅଧିକ କ୍ଷତି ସେହି ଯୁବକ ଯୁବତୀଙ୍କର ହୋଇଛି , ଯିଏ ଅନେକ ବର୍ଷ ଧରି ଫିଜିକାଲ ଟ୍ରେନିଂ , ଲିଖିତ ପରୀକ୍ଷା ଓ ମାନସିକ ପ୍ରସ୍ତୁତି ଜାରି ରହିଥିଲେ। ବିଜେପିର ଅନେକ ବିଧାୟକ ଏହି ପ୍ରସଙ୍ଗକୁ ସରକାରଙ୍କ ସାମ୍ନାରେ ମଜବୁତ ଭାବେ ଉଠାଇଛନ୍ତି। ବିଶେଷକରି ଦେବରିଆରୁ ବିଜେପି ବିଧାୟକ ଶଲଭ ମଣି ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ସାଧାରଣ ବର୍ଗର ଯୁବକ ଯୁବତୀଙ୍କୁ ମଧ୍ୟ ବୟସରେ କୋହଳ ଦେବାର ଦାବି କରିଥିଲେ।