ନୂଆଦିଲ୍ଲୀ : ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ବଲୁଚ ବିଦ୍ରୋହୀଙ୍କ ହମଲା ସରକାର ଓ ସେନା ଉଭୟଙ୍କ ସ୍ଥିତିକୁ ଖୁବ୍ ଦୁର୍ବଳ କରି ଦେଇଛି। ବଲୁଚ ବିଦ୍ରୋହୀମାନେ ବଲୁଚିସ୍ତାନର ୧୨ଟି ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷା ବାହିନୀ , ପୁଲିସ ଓ ନାଗରିକ ଭିତ୍ତିଭୂମିକୁ ଟାର୍ଗେଟ୍ କରି ହମଲା କରିଛନ୍ତି ,ଯେଉଁଥିରେ ପାଖାପାଖି ୧୦ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ଏହି ସବୁ ଘଟଣାରେ ପ୍ରଦେଶରେ ସୁରକ୍ଷା ସ୍ଥିତି ଗୁରୁତର ହୋଇଛି। ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତି ଏହି ସବୁ ଆକ୍ରମଣ ପରେ ସାର୍ବଜନିକ ରୂପେ ବହୁତ ବ୍ୟଥିତ ନଜର ଆସିଛନ୍ତି। ଏହି ସବୁ ଆକ୍ରମଣ ପରେ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଦ୍ୱାରା ଜାରି କରାଯାଇ ଥିବା ଦୁଇ ଆକ୍ରଣକାରୀଙ୍କ ଫଟୋ ଖୁବ୍ ଚର୍ଚ୍ଚାରେ ରହିଛି। ଏହି ଫଟୋ ଗୁଡ଼ିକରେ ଉଭୟ ଆକ୍ରମଣକାରୀ ମହିଳା ଥିଲେ। ଏହି କଥା ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର ମନେକରାଯାଉଛି , କାରଣ ସଶସ୍ତ୍ର ଉଗ୍ରବାଦକୁ ଦୀର୍ଘ ଦିନରୁ ପୁରୁଷ ପ୍ରଧାନ କାର୍ଯ୍ୟକଳାପ ରୂପେ ଦେଖା ଯାଉଛି।

ଆହୁରି ମଧ୍ୟ ପଢନ୍ତୁ : ଦଲାଇ ଲାମାଙ୍କୁ ଗ୍ରାମୀ ପୁରସ୍କାର ମିଳିବା ନେଇ ଚୀନକୁ ଝଟକା ; କଲା ବିରୋଧ , କହିଲା ...

ବିଶ୍ଳେଷକଙ୍କ ଅନୁସାରେ , ବଲୁଚ ପ୍ରତିରୋଧ ଆନ୍ଦୋଳନ ଏବେ ପାରମ୍ପରିକ ଜନଜାତୀୟ ଢାଞ୍ଚାରୁ ଆଗକୁ ବଢି ସାମାଜିକ ଓ ରଣନୀତିକ ପରିବର୍ତ୍ତନ ଦେଇ ଗତି କରୁଛି। ତାଙ୍କର କହିବା ହେଲା ଯେ, ପାକିସ୍ତାନୀ ସୁରକ୍ଷା ପ୍ରତିଷ୍ଠାନର ଦୃଢ କାର୍ଯ୍ୟାନୁଷ୍ଠାନ , ଜବରଦସ୍ତ ଅଦୃଶ୍ୟତା ଓ ରାଜନୀତିକ ସମ୍ୱାଦର ଅଭାବ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷକୁ ଆହୁରି ଗଭୀର କରି ଦେଇଛି। ରାଜନୀତିକ ବିଶ୍ଳେଷକ ଆୟଶା ସିଦ୍ଦିକାଙ୍କ ବିଶ୍ୱାସ ଯେ, କୌଣସି ବିଦ୍ରୋହରେ ମହିଳାଙ୍କ ସକ୍ରିୟ ଭାଗିଦାରୀ ସେହି ସମାଜ ଭିତରେ ଗଭୀର ବିରକ୍ତ ଓ ଭାଙ୍ଗି ଯାଇଥିବା ସାମାଜିକ ଢାଞ୍ଚା ଦିଗକୁ ସଙ୍କେତ କରୁଛି।

ନିକଟବର୍ତ୍ତୀ ଦିନରେ ହୋଇଥିବା ହମଲାରେ ମୋଟ ୫୦ ଜଣ ନାଗରିକ ଓ ୧୭ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ପରେ ବିଏଲଏ ଦୁଇ ଜଣ ମହିଳା ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇଛି। ଏଥିରୁ ଜଣଙ୍କର ପରିଚୟ ୨୪ ବର୍ଷିୟ ଆସିଫା ମେଙ୍ଗଲ। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅତି କମ୍ରେ ଦୁଇ ଜଣ ଆକ୍ରମଣକାରୀଙ୍କ ମଧ୍ୟରେ ମହିଳା ଉଗ୍ରବାଦୀଙ୍କ ଭୂମିକା ରହିଛି।

ଏହି ମଧ୍ୟରେ ସୋସିଆଲ ମିଡିଆରେ ବିଏଲଏ ସହ ଜଡ଼ିତ ଜଣେ ମହିଳା ଯୋଦ୍ଧାଙ୍କର ଭୂମିକ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ସେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସୁରକ୍ଷା ପ୍ରତିଷ୍ଠାନ ଗୁଡ଼ିକର ଆଖପାଖରେ ଯା’ ଆସ କରୁଥିବାର ଦେଖା ଯାଉଥିଲା। ଭିଡ଼ିଓରେ ତାଙ୍କ ସହ ପୁରୁଷ ଯୋଦ୍ଧା ବି ନଜର ଆସିଥିଲେ, ଯିଏ ପାକିସ୍ତାନୀ ସରକାର ଓ ସୁରକ୍ଷା ବାହିନୀ ଉପରେ ଖୁବ୍ ବର୍ଷିବାର ନଜର ଆସୁ ଥିଲେ।