ପ୍ରମୂଖ ଖବର
  • ବେଲପାହାଡରେ ରାସନ କାର୍ଡ ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
  • ||
  • ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ତାଳଦଣ୍ଡା କେନାଲର ଉଭୟପଟ ରାସ୍ତାରୁ ଉଚ୍ଛେଦ ଅଭିଯାନ ଆରମ୍ଭ
  • ||
  • ସିମୁଳିଆରେ ଚୋରଙ୍କ ଆତଙ୍କରାଜ, ଘର ଗ୍ରିଲ କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ
  • ||
  • CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ
  • ||
  • IPL 2025: ଆଜି କିଙ୍ଗ୍‌ସ- ରୟାଲ୍ସ ମଧ୍ୟ ଟକ୍କର, ଫୋକସ୍‌ରେ ଯୁବ ଓପନରଙ୍କ ବିଧ୍ୱଂସୀ ବ୍ୟାଟିଂ
  • ||
  • ରାଇରଙ୍ଗପୁର : ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହଡ଼କୁ ପିଟିଲା ଯାତ୍ରୀବାହୀ ବସ , ୩ ଗୁରୁତର, ୭ ଆହତ
  • ||
  • ରାଜଗାଙ୍ଗପୁର ରେଳ ଷ୍ଟେସନରେ ଅଘଟଣ, ଟ୍ରେନ୍ ଧକ୍କାରେ ବୃଦ୍ଧ ମୃତ
  • ||
  • ରାଉରକେଲା: ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ
  • ||
  • ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ମିସୌରୀ ଓ କେଣ୍ଟକି ଅଧିକ ପ୍ରଭାବିତ, ୨୭ ମୃତ, ୧୨ରୁ ଅଧିକ ଆହତ
  • ||
  • ସରିବ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଅବଧି, ଡିଜିଏମ୍‌ଓ ସ୍ତରରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ
  • ||
  • କେନ୍ଦୁଝର : ସାଙ୍ଗକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ସାଙ୍ଗ ମୃତ
  • ||
  • ଭଦ୍ରକ : ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସମ୍ପର୍କୀୟଙ୍କୁ ମିଳିଲା ଆର୍ଥିକ ସହାୟତା ସହ ଚାକିରି
  • ||
  • ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ||

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପତ୍ନୀ ହୋଇପାରିବେ ସ୍ୱାମୀଙ୍କ ଆଇନଗତ ଅଭିଭାବକ

Published By : Prameya | May 18, 2025 9:46 AM

କଟକ,୧୮/୦୫: ସ୍ୱାମୀ ଯେତେବେଳେ କୋମାରେ ଥିବେ, କୌଣସି ନିଷ୍ପତ୍ତି ନେବାକୁ ଅକ୍ଷମ ଥିବେ ସେଭଳି ସମୟରେ ପତ୍ନୀଙ୍କ ବ୍ୟତୀତ ଅନ୍ୟ କେହି ଜଣେ ଭଲ ଅଭିଭାବକ ହୋଇପାରିବେ ନାହିଁ । ସ୍ୱାମୀଙ୍କ ସହ ଜୀବନର ସବୁ ସୁଖଦୁଃଖ ବାଣ୍ଟିଥିବା,ତାଙ୍କ ଦାୟିତ୍ୱ ତୁଲାଇଥିବା ପତ୍ନୀ  ଅଭିଭାବକ ଭାବେ ମାନ୍ୟତା ପାଇବା କେବଳ ଆଇନଗତ ଦୃଷ୍ଟିରୁ ନୁହେଁ, ସାମାଜିକ ଓ ନୈତିକ ଦୃଷ୍ଟିରୁ ଯଥାର୍ଥ । ତେଣୁ  ପତ୍ନୀ ସ୍ୱାମୀଙ୍କର ଆଇନଗତ ଅଭିଭାବକ ହୋଇପାରିବେ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ।  

ପ୍ରସିଦ୍ଧ ସୁନା ଅଳଙ୍କାର ବ୍ୟବସାୟୀ ଇପାରୀର ମୁଖ୍ୟ ସୁରେଶ କୁମାର ଇପାରୀ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଅଛନ୍ତି । ଫଳରେ ତାଙ୍କ ବ୍ୟବସାୟିକ କାର୍ଯ୍ୟ ଚାଲିପାରୁ ନାହିଁ । ଏପରିସ୍ଥଳେ ତାଙ୍କ ସ୍ୱାମୀଙ୍କ ତରଫରୁ ସମସ୍ତ କାରବାର ଚଳାଇ ରଖିବା ଲାଗି ତାଙ୍କ ପତ୍ନୀ ଇପାରୀ ସୁଷମା ଆଇନଗତ  ଅଭିଭାବକ ହେବା ଲାଗି ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌.କେ.  ପାଣିଗ୍ରାହୀ ଇପାରୀ ସୁଷମାଙ୍କୁ ତାଙ୍କ ସ୍ୱାମୀଙ୍କ ଆଇନଗତ  ଅଭିଭାବକ ଭାବେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଇପାରୀ ସୁଷମା ତାଙ୍କ ସ୍ୱାମୀଙ୍କ ପକ୍ଷରୁ ବ୍ୟକ୍ତିଗତ, ଅର୍ଥନୈତିକ,  ଆଇନଗତ, ସ୍ୱାସ୍ଥ୍ୟଗତ, ବ୍ୟାବସାୟିକ ଏବଂ ଅନ୍ୟ ସମସ୍ତ କାର୍ଯ୍ୟ  କରିପାରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ବ୍ୟାଙ୍କ ଏବଂ ଅନ୍ୟ ସମସ୍ତ ସଂସ୍ଥା ଇପାରୀ ସୁଷମାଙ୍କୁ ସେମାନଙ୍କ  କାର୍ଯ୍ୟ ଲାଗି ସ୍ୱୀକୃତି ଦେବେ ବୋଲି ହାଇକୋର୍ଟ କହିଛନ୍ତି ।  

ସୂଚନାଯୋଗ୍ୟ ଯେ, ସୁରେଶ ଇପାରୀ ୨୦୨୪  ଫେବ୍ରୁଆରୀ ୨ରୁ କୋମାରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ  ଉନ୍ନତି ନହେବାରୁ ସେ ଏବେ କଟକସ୍ଥିତ ବାସଭବନରେ  ଚିକିତ୍ସାରେ ରହିଛନ୍ତି । ଏପରିସ୍ଥଳେ ତାଙ୍କ ଅଧୀନରେ  ରହିଥିବା ବହୁ ବ୍ୟାବସାୟିକ କାର୍ଯ୍ୟ ପରିଚାଳନାରେ ସମସ୍ୟା  ଦେଖାଦେଇଥିଲା । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ  ସୌମ୍ୟ ଶେଖର ପରିଡ଼ା ମାମଲା ପରିଚାଳନା କରୁଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.