ଜଗତସିଂହପୁର, ୦୭/୦୮ : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳରେ ଲଜ୍ଜା। ଛେଳି ଚରାଇ ଫେରିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ। ପ୍ରତିରୋଧ କରିବାରୁ ମାଡ଼ ମାରି ଲହୁ ଲୁହାଣ କଲେ ଦୁର୍ବୃତ୍ତ। ଏନେଇ ପୀଡ଼ିତା ରଘୁନାଥପୁର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ରଘୁନାଥପୁର ଥାନା ଅଞ୍ଚଳର ଜଣେ ମହିଳା ଛେଳି ଚରାଇ ଫେରିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କୁ ଜୋର ଜବରଦସ୍ତି ଦୁଷ୍କର୍ମ ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ। ଏ ବାବଦରେ ପୀଡ଼ିତା ତାଙ୍କ ସ୍ଵାମୀଙ୍କୁ ଯାଇ କହିଥିଲେ। ଦୁହେଁ ରଘୁନାଥପୁର ଥାନାକୁ ଯାଇ ଏତଲା ଦେଇଥିଲେ। ପୁଲିସ ମହିଳାଙ୍କୁ ମେଡିକାଲ ପଠାଇ ଚିକିତ୍ସା କରିବା ପରେ ଘରକୁ ପଠାଇ ଦେଇଥିଲା। ହେଲେ ଥାନା ଠାରୁ ତାଙ୍କ ଘର ପ୍ରାୟ ୧୦ କିମି ଦୂର ହୋଇଥିବା ବେଳେ ଗାଡ଼ି ମୋଟର ନପାଇ ଚାଲିଚାଲି ଘରକୁ ଫେରୁଥିଲେ। ବାଟରେ ପୀଡ଼ିତା ଚେତାଶୂନ୍ୟ ଅବସ୍ଥାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ସହ ଚିକିତ୍ସା କରାଇଥିଲେ। ରାତିରେ ଜଣେ ପୀଡ଼ିତାଙ୍କୁ ପୁଲିସ କିପରି ଅସୁରକ୍ଷିତ ଭାବରେ ଘରକୁ ପଠାଇ ଦେଲା ତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।