ମୁମ୍ୱାଇ : ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ନାମରେ ଜଣାଶୁଣା ଆମିର ଖାନ କହିଛନ୍ତି , ସେ ବହୁତ କମ୍ ଫିଲ୍ମ ଦେଖୁଥିଲେ । ସେ ପିଲାଦିନ ହିଁ ଏମିତି । ତାଙ୍କୁ ପଢିବାକୁ ବହୁତ ସଉକ । ଆମିର ଖାନ କହିଛନ୍ତି , ସେ ଏକ କଞ୍ଜର୍ଭେଟିଭ୍ ପରିବାରେ ବଢିଛନ୍ତି ଏବଂ ତାଙ୍କର ମାତା ପିତା ଫିଲ୍ମ ଦେଖିବାକୁ ନେଇ ବହୁତ କଡ଼ା ଥିଲେ। ତାଙ୍କୁ ରୋମାଣ୍ଟିକ୍ ଫିଲ୍ମ ଦେଖିବାକୁ ଅନୁମତି ନଥିଲା। ଆମିର କୁହନ୍ତି , ସେ ଏବେ ମଧ୍ୟ ଫିଲ୍ମ ଦେଖନ୍ତି ନାହିଁ , ତାଙ୍କୁ ଜଣାନାହିଁ ହଲିଉଡ୍‌ରେ କଣ ହେଉଛି। ସେ କୁହନ୍ତି ସେ ନିଜ ଦୁନିଆରେ ହିଁ ରୁହନ୍ତି।

Variety India ସହ ସ୍ୱତନ୍ତ୍ର କଥାବାର୍ତ୍ତାରେ ଆମିର କହିଥିଲେ , ତାଙ୍କର ଇଚ୍ଛା ସର୍ବଦା ପଢିବା ଦିଗରେ ରହିଛି। ସେ କୁହନ୍ତି , ମୁଁ ପିଲାଦିନରୁ ହିଁ ଏମିତି। ମୁଁ ସର୍ବଦା ଜଣେ ରିଡର ଭାବେ ରହିଛି। ମୁଁ ବାରମ୍ୱାର କେବଳ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫିଲ୍ମ ହିଁ ଦେଖିଛି କିମ୍ୱା ବହୁତ ପୁରୁଣା ଫିଲ୍ମ, ଯାହା ଦୂରଦର୍ଶନରେ ଆସୁଥିଲା। ସେହି ସମୟରେ , ମୁଁ ଏକ ବହୁତ ହିଁ କଞ୍ଜର୍ଭେଟିଭ୍ (ରୁଢିବାଦୀ) ଘରେ ଲାଳନପାଳନ ହୋଇଛି ଏବଂ ମୋର ପିତାମାତା ଫିଲ୍ମ ଦେଖିବାକୁ ନେଇ ବହୁତ କଠୋର ଥିଲେ। ଆମକୁ ଫିଲ୍ମ ଦେଖିବାକୁ ଅନୁମତି ନଥିଲ। ସେହି ସମୟ ମୋର ମନେଅଛି , ଯଦି ମୁଁ ମୋ ମାଆଙ୍କୁ ପଚାରୁ ଥିଲି ମୁଁ ଫିଲ୍ମ ଦେଖି ପାରିବି , ତ ସେ କହୁଥିଲେ ହଁ , କିନ୍ତୁ ରୋମାଣ୍ଟିକ ଫିଲ୍ମ ଦେଖିବାକୁ ଅନୁମତି ନଥିଲା।

ଆମିର ଖାନ କୁହନ୍ତି , ସେ ଶନିବାର ଓ ରବିବାରରେ ଫିଲ୍ମ ଦେଖୁ ଥିଲେ, ବିଶେଷକରି ପୁରୁଣା କଳାକାରଙ୍କ ଫିଲ୍ମ। ସେ କହିଛନ୍ତି , ସେ ଅଧିକାଂଶ ରିଜନାଲ ଫିଲ୍ମ ଦେଖିଛନ୍ତି ଏବଂ ସେହି ଫିଲ୍ମ ଯେଉଁଥିରେ ଅଶୋକ କୁମାର ଓ ଦିଲୀପ କୁମାର ରହୁ ଥିଲେ।