ନୂଆଦିଲ୍ଲୀ, ୯।୧୨: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । ବଦଳିଲା ସିସୋଦିଆଙ୍କ ନିର୍ବାଚନ ମଣ୍ଡଳି । ଅବଧ ଓଝାଙ୍କୁ ମିଳିଲା ଟିକେଟ୍ । ଦ୍ୱିତୀୟ ତାଲିକା ଜାରି କଲା ଆପ୍ । ତାଲିକାରେ ୨୦ ପ୍ରାର୍ଥୀଙ୍କ ନାଁ ସାମିଲ । ମନୀଷ ସିସୋଦିଆଙ୍କୁ ଜଙ୍ଗପୁରା, ଅବଧ ଓଜାଙ୍କୁ ପାଟପଡ଼ଗଞ୍ଜରୁ ଟିକେଟ୍ ଦେଲା ଆପ୍ ।
ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ । ଆସନ୍ତା ବର୍ଷ ପଡ଼ିବ ଭୋଟ୍ । ଏଥିପାଇଁ ଜୋରସୋର୍ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ସମସ୍ତ ଦଳର ନେତା । କାହାକୁ ମିଳିବ ଟିକେଟ୍ ସେନେଇ ଚାଲିଛି ଅଙ୍କକଷା । ଏହାରି ଭିତରେ ସୋମବାର ଆମ୍ ଆଦମୀ ପାର୍ଟି ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆପ୍ ଜାରି କରିଥିବା ଏହି ତାଲିକାରେ ୨୦ ଜଣଙ୍କ ନାଁ ସାମିଲ । ଏଥର ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସିଟ୍ ବଦଳାଇ ଦିଆଯାଇଛି । ଏଥର ତାଙ୍କୁ ପାଟପଡ଼ଗଞ୍ଜ ବଦଳରେ ଜଙ୍ଗପୁରାରୁ ଫିଲ୍ଡିଂ କରାଯାଇଛି । ସେହିପରି ନିକଟରେ ଆପ୍ରେ ଯୋଗ ଦେଇଥିବା ଅବଧ ଓଝାଙ୍କୁ ଦଳ ପାଟପଡ଼ଗଞ୍ଜରୁ ମୈଦାନକୁ ଓହ୍ଲାଇଛି । କୋଚିଂ କ୍ଲାସ୍ ଚଳାଉଥିବା ଚର୍ଚ୍ଚିତ ଶିକ୍ଷକ ଅବଧ ଓଝା ନିକଟରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ତେବେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେନେଇ କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ବର୍ତ୍ତମାନ ଏହା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସେ ମନୀଷ ସିସୋଦିଆଙ୍କ ଆସନ ପାଟପଡ଼ଗଞ୍ଜରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସିସୋଦିଆ କ୍ରମାଗତ ତିନିଥର ଏହି ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଗତ ନିର୍ବାଚନରେ ସେ ବହୁତ କମ୍ ଭୋଟ୍ ବ୍ୟବଧାନରେ ଏଠାରୁ ଜିତିଥିଲେ ।
ପ୍ରଥମ ତାଲିକାରେ ୧୧ ଜଣଙ୍କ ନାଁ ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ୨୦ ଜଣ ପ୍ରାର୍ଥୀଙ୍କ ନାଁ ପ୍ରକାଶ କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଫେବୃଆରୀରେ ଦିଲ୍ଲୀର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପ୍ରସ୍ତୁତି ଆରମ୍ଭ କରିଛି ଆପ୍ ଦଳ । ପୂର୍ବରୁ ଜାରି ହୋଇଥିବା ୧୧ ଜଣ ପ୍ରାର୍ଥୀ ତାଲିକାରେ ଅଧିକାଂଶ ନେତା କଂଗ୍ରେସ ଓ ବିଜେପି ଦଳ ଛାଡ଼ି କେଜ୍ରିୱାଲଙ୍କ ଦଳରେ ସାମିଲ ହୋଇଥିଲେ । ୨୦୨୫ରୁ ୨୦୨୦ ପର୍ଯ୍ୟନ୍ତ ବହୁମତରେ ରାଜଧାନୀରେ ରାଜ୍ କରିଆସିଥିଲା ଆପ୍ ଦଳ । ୨୦୧୫ରେ ଆପ୍ ୬୭ ସିଟ୍ରେ ଜିତିଥିବା ବେଳେ ୨୦୨୦ରେ ୬୨ ସିଟ୍ରେ ସତ୍ତା ହାତେଇଥିଲା ।
ଆପ୍ର ପ୍ରାର୍ଥୀ ତାଲିକା:
ଏଆରପି ନରେଲାରୁ ଦିନେଶ ଭରଦ୍ୱାଜ, ତିମପୁରରୁ ସୁରେନ୍ଦ୍ର ପାଲ ସିଂ ବିଟୁ, ଆଦର୍ଶ ନାଗରରୁ ମୁକେଶ ଗୋୟଲ, ମୁଣ୍ଡକାଠାରୁ ଜସବୀର କର୍ଲା, ମଙ୍ଗୋଲପୁରୀରୁ ରାକେଶ ପ୍ରତାପ ମିତ୍ତଲ, ପୁଣାଦୀପ ସିଂ ସାହି ଚକ୍, ପଟେଲ ନାଗର ପ୍ରଭେଶ ରତନ, ମାଡିପୁରରୁ ରାକ୍ଷୀ ବିର୍ଲା, ଜନକପୁରୀରୁ ପ୍ରବୀଣ କୁମାର, ବିଜୱାସନରୁ ସୁରେନ୍ଦ୍ର ଭରଦ୍ୱାଜ, ପାଲମରୁ ଟିକେଟ ଯୋଗେନ୍ଦ୍ର ସୋଲାନକିଙ୍କୁ ଟିକେଟ ଦିଆଯାଇଛି । ଆପ୍ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିନାଲ୍ ଦିବଲିରୁ ପ୍ରେମ କୁମାର, ତ୍ରିଲୋକପୁରୀରୁ ଅଞ୍ଜନା ପାରଛା, କୃଷ୍ଣାନଗରରୁ ବିକାର ବଗ୍ଗା, ଗାନ୍ଧୀନଗରରୁ ନବୀନ ଚୌଧୁରୀ, ଶାହଦରାରରୁ ପ୍ରଜ୍ଞାଶ୍ରୀ ଜିତେନ୍ଦ୍ର ସିଂ ସଣ୍ଟି ଓ ମୁସ୍ତଫାବାଦରୁ ଅଦିଲ ଅହମ୍ମଦ ଖାନଙ୍କୁ ଟିକେଟ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ଆପ୍ ନରେଲାରୁ ଦୀନେଶ ଭରଦ୍ୱାଜଙ୍କୁ, ତିମାରପୁରରୁ ସୁରେନ୍ଦ୍ର ପାଲ ସିଂହ ବିଟ୍ଟୁ, ଆଦର୍ଶ ନାଗରରୁ ମୁକେଶ ଗୋୟଲ, ମୁଣ୍ଡକାରୁ ଜସବୀର କର୍ଲା, ମଙ୍ଗୋଲପୁରୀରୁ ରାକେଶ ଜାଟବ ଧର୍ମରକ୍ଷ, ରୋହିଣୀରୁ ପ୍ରଦୀପ ମିତ୍ତଲ ପ୍ରମୁଖଙ୍କୁ ଦଳ ଟିକେଟ୍ ଦେଇଛି।