ନୂଆଦିଲ୍ଲୀ,୨୫/୦୪; ଇସଲାମାବାଦ ଶାନ୍ତି ବାର୍ତ୍ତା ଆଶା ବଢିଲା । ସଫଳ ହେବ ତ ଇରାନ-ଆମେରିକା ଦ୍ୱିତୀୟ ପର୍ଯ୍ୟାୟ ଆଲୋନଚା ? ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ନଜର ଏବେ ପାକିସ୍ତାନ ଉପରେ ରହିଛି । ଇରାନ ସରକାରୀ ସମ୍ବାଦ ସଂସ୍ଥା 'ଇରାନୀ'ର ସୂଚନା ଅନୁଯାୟୀ, ଇରାନ ବୈଦେଶିକ ମନ୍ତ୍ରୀ ଆବ୍ବାସ ଅରାଘଚି ଶାନ୍ତି ପ୍ରକ୍ରିୟାକୁ ଆଗକୁ ନେବାକୁ ପାକିସ୍ତାନରେ ପହଞ୍ଚିଛନ୍ତି । ପାକିସ୍ତାନ ଏହି ଶାନ୍ତି ବୈଠକରେ ମଧ୍ୟସ୍ଥତା କରିବ । ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଟିମରେ ଆମେରିକାର ସ୍ୱତନ୍ତ୍ର ଦୂତ ୱିଟକଫ୍ ଏବଂ ଜାରେଡ୍ କୁଶନ ପାକିସ୍ତାନ ଅଭିମୁଖେ ଯାତ୍ରା କରିବେ ବୋଲି ହ୍ୱାଇଟ୍ ହାଉସ୍ ମୁଖପାତ୍ର କହିଛନ୍ତି । ଜେଡି ଭାନ୍ସ ଏଥର ଆମେରିକୀୟ ପ୍ରତିନିଧି ଦଳର ଅଂଶ ନାହାଁନ୍ତି । ପ୍ରଥମ ପର୍ଯ୍ୟାୟ ଶାନ୍ତି ଆଲୋଚନା ବିଫଳ ହେବା ପରେ ଦ୍ୱିତୀୟ ଫେଜରେ ନିଷ୍କର୍ଷ ବାହାରିବ ବୋଲି ଅନୁମାନ କରାଯାଉଛି । ଇରାନ ଆମେରିକା ସହ ସିଧା ଆଲୋଚନା ପାଇଁ ମନା କରି ଦେଇଛି ।
ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାର ସମୟ ଏବଂ ଏହାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ରିପୋର୍ଟ କରାଯାଉଛି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଅସ୍ତ୍ରବିରତିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରିବା ନିଷ୍ପତ୍ତି ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାର ବାଟ ଫିଟିଛି । ଅରାଘଚି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଜେନେରାଲ ଅସୀମ ମୁନିରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଇରାନ ସହ ଯୁଦ୍ଧ ଜାରି ରଖିବାକୁ ଟ୍ରମ୍ପଙ୍କ ପାଖରେ ଆଉ ୭ ଦିନ ସମୟ ଅଛି । ଆମେରିକା ସମ୍ବିଧାନ ଅନୁସାରେ କୌଣସି ବି ଯୁଦ୍ଧ ପାଇଁ ୬୦ ଦିନ ଭିତରେ ସଂସଦରୁ ମଞ୍ଜୁରି ନେବାକୁ ପଡିଥାଏ । ତେବେ ଏଠାରେ ମଧ୍ୟ ଟ୍ରମ୍ପ ଗେମ୍ ଖେଳିଛନ୍ତି । ସେ ଫେବୃଆରୀ ୨୮ରୁ ଯୁଦ୍ଧ ଆରମ୍ଭ କରିଥିଲେ ହେଁ ମାର୍ଚ୍ଚ ୨ରେ ସଂସଦରେ ଜଣାଇଥିଲେ । ଏବେ ମେ ୧ ପୂର୍ବରୁ ତାଙ୍କ ସଂସଦରୁ ଯୁଦ୍ଧ ପାଇଁ ମଞ୍ଜୁରି ନେବାକୁ ପଡିବ ।
ଏହା ବି ପଢନ୍ତୁ...ଇରାନୀ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେବାକୁ ନିଜ ଜ୍ୱାଇଁଙ୍କୁ ପାକ୍ ପଠାଇବେ ଟ୍ରମ୍ପ
ଇରାନ ସିଧାସଳଖ ଆଲୋଚନାକୁ ଅରାଜି- ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଇସଲାମାବାଦରେ ପହଞ୍ଚିଥିବା ଆରାଘଚିଙ୍କ ନେତୃତ୍ୱରେ ଇରାନୀ ପ୍ରତିନିଧିମଣ୍ଡଳୀ ସହିତ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଅସୀମ ମୁନିର ଏବଂ ଗୃହମନ୍ତ୍ରୀ ମୋହସିନ ନକଭି ଇରାନୀ ନେତାମାନଙ୍କୁ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ, ଇରାନୀ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ସିଧାସଳଖ ଆଲୋଚନା ପାଇଁ କୌଣସି ଯୋଜନା ନାହିଁ । ଇରାନୀ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ସିଧାସଳଖ ଆଲୋଚନା ପାଇଁ କୌଣସି ଯୋଜନା ନାହିଁ । ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାକାଇ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ଏକ ଇରାନୀ ପ୍ରତିନିଧିମଣ୍ଡଳୀ ସରକାରୀ ଗସ୍ତ ପାଇଁ ଇସଲାମାବାଦରେ ପହଞ୍ଚିଛି । ଆମେରିକା ଦ୍ୱାରା ତେହେରାନ ଉପରେ ଲଗାଯାଇଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ବୈଦେଶିକ ମନ୍ତ୍ରୀ ଆବାସ ଅରାଘାଚି ପାକିସ୍ତାନୀ ନେତାମାନଙ୍କ ସହ ଆଲୋଚନା କରିବେ। ଇରାନ-ଆମେରିକା ବୈଠକର କୌଣସି ଯୋଜନା ନାହିଁ ଇରାନର ପ୍ରସ୍ତାବ ପାକିସ୍ତାନ ମାଧ୍ୟମରେ ଆମେରିକାକୁ ପଠାଯିବ।