ଭୁବନେଶ୍ୱର, ୩୧/୧୨: ଓଡ଼ିଶାର ଅଗଣିତ ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ଦୁଇଦିନ ମଧ୍ୟରେ ଏମ୍ସରୁ ଡିସଚାର୍ଜ ହେବେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ବୁଧବାର ଏନେଇ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ଵାସ । ବର୍ତ୍ତମାନ ଅଭିଜିତ୍ ବିପଦ ମୁକ୍ତ ଅଛନ୍ତି । ତାଙ୍କୁ ମେଡିକାଲରୁ ଘରକୁ ନେବା ପାଇଁ ଯୋଜନା କରାଯାଉଛି । 

ପୂର୍ବରୁ ତାଙ୍କର ଯେଉଁ କ୍ରୋନିକ୍ ଷ୍ଟେଜ୍ ଥିଲା ତାହା ଏବେ ଆଉ ନାହିଁ । ଗୋଟିଏରୁ ୨ ଦିନ ଭିତରେ ସେ ଡିସର୍ଚାଜ ହେବେ । ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ବର୍ତ୍ତମାନ ସମୟରେ ତାଙ୍କ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଚଳପ୍ରଚଳ ହେଉଥିବା ସୂଚନା ମିଳିଛି ।