ନୂଆଦିଲ୍ଲୀ,୧୨/୦୭; ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଛି । ପରସ୍ପର ଉପରେ ଆକ୍ରମଣ କରିଛନ୍ତି ଇରାନ-ଆମେରିକା । ଇରାନ ପୁଣି ହୋର୍ମୁଜ ବନ୍ଦ କରିବା ପରେ ଏହି ଧ୍ୱଂସଲୀଳା ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ, ଶନିବାର ବିଳମ୍ବିତ ରାତି ଏବଂ ଆଜି ସକାଳରେଇରାନର ଅନେକ ସହରରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏହା ପରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ୍ କର୍ପସ୍ ହୋର୍ମୁଜ ବନ୍ଦ ଘୋଷଣା କରିଛି । ପ୍ରତିଶୋଧରେ କୁଏତ, ୟୁଏଇ, ବାହାରିନ ଏବଂ ଓମାନ ଚାରିଆଡ଼େ ଆମେରିକା ବେସ୍ ଉପରେ ଆକ୍ରମଣ କରିଛି । ହୋର୍ମୁଜରେ ଜାହାଜକୁ ଟାର୍ଗେଟ୍ କରିଛି ତେହେରାନ । ଯଦି ଆମେରିକା ପୁଣି ଆକ୍ରମଣ କରେ ତେବେ ଆଇଆରଜିସି ଏହି ଅଞ୍ଚଳରେ ଥିବା ଏହାର ଘାଟିଗୁଡ଼ିକୁ ଟାର୍ଗେଟ କରିବାକୁ ଧମକ ଦେଇଛି । ଅନ୍ୟପଟେ ଆମେରିକା ଅଭିଯୋଗ କରିଛି ଯେ ଇରାନ ଏକ ସାଇପ୍ରସ୍ ପତାକା ଜାହାଜ ଉପରେ ଆକ୍ରମଣ କରିଛି । ଏଥିରେ ଜଣେ କ୍ରୁସ ସଦସ୍ୟ ନିଖୋଜ ଅଛନ୍ତି । ଇରାନର ଆକ୍ରମଣ ପରେ, ସେଣ୍ଟକମ ଇରାନକୁ ଉଚିତ୍ ଜବାବ ଦେଇଛି । ଆମେରିକା କହିଛି ଯେ, ହୋର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ଜାହାଜକୁ ଟାର୍ଗେଟ୍ କଲେ ପରିଣାମ ଭୟଙ୍କର ହେବ ବୋଲି କହିଛି ।

ଇରାନର ୭ଟି ସହର ଉପରେ ଆମେରିକାର ଆକ୍ରମଣ- ରିପୋର୍ଟ ଅନୁଯାୟୀ, ଆମେରିକା ବାହାରିନର ଏକ ଘାଟିରୁ କ୍ଷେପଣାସ୍ତ୍ର ନିକ୍ଷେପ କରି ୧୪୦ଟି ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଥିଲା । ଚାବାହାର, ବୁଶେହର, ବନ୍ଦର ଆବାସ ଏବଂ ସିରିକରେ ଏକାଧିକ ବିସ୍ଫୋରଣ ଘଟିଥିଲା । ଆମେରିକା ୭ଟି ଇରାନ ସହର ଉପରେ ଆକ୍ରମଣ କରିଥିଲା। ଆମେରିକା ହୋମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଇରାନକୁ ୨୪ ଘଣ୍ଟାର ଅଲଟିମେଟମ୍ ଦେଇଥିଲା। ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ କହିଛନ୍ତି ଯେ, ଇରାନ୍ ଭୁଲ ପଥ ବାଛିଛି ।ଇରାନକୁ ଏଥିପାଇଁ ବହୁତ ମୂଲ୍ୟ ଦେବାକୁ ପଡ଼ିବ । ଜବାବରେ ଇରାନ କହିଛି, ପଶ୍ଚିମ ଏସିଆରେ ଆମେରିକାର ହସ୍ତକ୍ଷେପ ବନ୍ଦ ନହେବା ପର୍ଯ୍ୟନ୍ତ ହୋର୍ମୁଜ ପ୍ରଣାଳୀ ଦେଇ ପରିବହନ ସ୍ୱାଭାବିକ ହେବ ନାହିଁ ।

ଏହା ବି ପଢନ୍ତୁ...Donald Trump : ନିଜର ହତ୍ୟା ପୋଷ୍ଟର ଦେଖି ଚିହିଁକି ଉଠିଲେ ଟ୍ରମ୍ପ, କହିଲେ ୧୦୦୦ ମିଶାଇଲ୍ ରଖିଛୁ, ଛାଡ଼ିଦେବୁ... 

'୧୦୦୦ ମିସାଇଲ୍ ଲୋଡ୍ ସରିଛି'- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତକାଲି ଇରାନ ପାଇଁ ୧୦୦୦ ମିସାଇଲ୍ ପ୍ରସ୍ତୁତ ହୋଇ ରହିଥିବା କହିଥିଲେ । ଇରାନୀ ସୁପ୍ରିମ ଲିଡର ମୋଜତବା ଖାମେନେଇ ପିତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ହତ୍ୟାର ପ୍ରତିଶୋଧ ନିଶ୍ଚିତ ନିଆଯିବ ବୋଲି ହୁଙ୍କାର ଦେଇଥଲେ । ଦୁଇ ନେତାଙ୍କ ଏଭଳି ବୟାନ ମଧ୍ୟରେ ଶାନ୍ତି ବୁଝାମଣା ଆଲୋଚନାକୁ ଝଟକା ଲାଗିଛି । ୬୦ ଦିନର ଯୁଦ୍ଧବିରତି ମଧ୍ୟରେ ଚୂଡ଼ାନ୍ତ ଶାନ୍ତି ବୁଝାମଣା ଲାଗି ଯେଉଁ କଥାବାର୍ତ୍ତା ହେବାର ଥିଲା, ତାହା ଉପରେ ସଙ୍କଟ ସୃଷ୍ଟି ହୋଇଛି । କାତାରର ମଧ୍ୟସ୍ଥିମାନେ ତେହରାନ ଏବଂ ଓମାନକୁ ବାରମ୍ବାର ଗସ୍ତ କରି ସମ୍ଭାବ୍ୟ ପୁନଃ ଆକ୍ରମଣ ରୋକିବାକୁ ଚେଷ୍ଟା ଚଳାଇଛନ୍ତି । ଏଭଳି ଘଟଣା ମଧ୍ୟରେ ହୋର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୁଝାମଣା ପରେ ଦିନକୁ ଏହି ଜଳ ମାର୍ଗ ଦେଇ ହାରାହାରି ୩୩ ଜାହାଜ ଯାଉଥିଲା । ଏବେ ଏହା ସର୍ବାଧିକ ୧୩କୁ ଖସିଆସିଛି । ହୋର୍ମୁଜ ପ୍ରଣାଳୀ ପୁଣି ବନ୍ଦ ହେବା ଫଳରେ ତେଲ ଏବଂ ଗ୍ୟାସ୍ ସପ୍ଲାଏ ଉପରେ ବିପଦ ଦେଖାଦେଇଛି ।