ନୂଆଦିଲ୍ଲୀ,୧୯/୦୪; ଆଇପିଏଲ ସିଜିନ ୧୯ର ୨୭ତମ ମ୍ୟାଚରେ, ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗସକୁ ୧୦ ରନରେ ପରାସ୍ତ କରିଛି । ଏହା ସହିତ ଲଗାତାର ତୃତୀୟ ବିଜୟ ହାସଲ କରିଛି । ଏହି ବିଜୟରେ ଅଭିଷେକ ଶର୍ମା ଚମତ୍କାର ବ୍ୟାଟିଂ କରିଥିଲେ । ୨୨ ବଲରୁ ୬ ଚୌକା ଏବଂ ୪ ଛକା ସହାୟତାରେ ୫୯ ରନ କରିଥିଲେ । ଅଭିଷେକଙ୍କ ଇନିଂସରେ ହାଇଦ୍ରାବାଦକୁ ୨୦ ଓଭରରେ ୯ ୱିକେଟ ହରାଇ ୧୯୪ ରନ କରିବାକୁ ସାହାଯ୍ୟ କରିଥିଲା । ସିଏସକେ ୨୦ ଓଭରରେ ୮ ୱିକେଟ ହରାଇ କେବଳ ୧୮୪ ରନ କରିପାରିଥିଲା । 

ଅଭିଷେକ ଶର୍ମା ଇତିହାସ ରଚିଲେ- ଆଇପିଏଲ ଇତିହାସରେ, ଅଭିଷେକ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ଉଭୟ ବିପକ୍ଷରେ ୨୦ ବଲରୁ କମ ସମୟ ମଧ୍ୟରେ ଅର୍ଦ୍ଧଶତକ ହାସଲ କରିଥିବା ଏକମାତ୍ର ବ୍ୟାଟର ହୋଇଛନ୍ତି । ଏହି ମ୍ୟାଚରେ ଅଭିଷେକ ସିଏସକେ ବିପକ୍ଷରେ ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ୨୦୨୪ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୬ ବଲରେ ଅର୍ଦ୍ଧଶତକ ହାସଲ କରିବାର କୃତିତ୍ୱ ହାସଲ କରିଥିଲେ ।  କେବଳ ଏତିକି ନୁହେଁ, ୮୦ଟି ଆଇପିଏଲ ଇନିଂସ ପରେ, ଅଭିଷେକଙ୍କ ଠାରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ଅନ୍ୟ କୌଣସି ଭାରତୀୟ ବ୍ୟାଟରଙ୍କ ପାଖରେ ନାହିଁ । ଏହି ଇନିଂସ ମଧ୍ୟରେ, ଅଭିଷେକ ଆଇପିଏଲରେ ୨୦୦୦ ରନ ମଧ୍ୟ ପୂରଣ କରିଥିଲେ ।

ଅଭିଷେକ SRH ପାଇଁ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ 
୧୫ ବଲ୍: ଅଭିଷେକ ବନାମ ସିଏସକେ (୨୦୨୬)
୧୬ ବଲ୍: ଅଭିଷେକ ବନାମ ମୁମ୍ବାଇ (୨୦୨୪)
୧୬ ବଲ୍: ହେଡ୍ ବନାମ ଦିଲ୍ଲୀ (୨୦୨୪)
୧୬ ବଲ୍: ହେଡ୍ ବନାମ ଲକ୍ଷ୍ନୌ (୨୦୨୪)
୧୭ ବଲ୍: କ୍ଲାସେନ୍ ବନାମ କୋଲକାତା (୨୦୨୪)

​​​​​​​

ଏହା ବି ପଢନ୍ତୁ...ଚେନ୍ନାଇକୁ ୧୯୫ ରନର ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ  

୨୦୦୦ ରନ୍‌ କ୍ଲବରେ ସାମିଲ- ହାଇଦ୍ରାବାଦ ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଆଇପିଏଲ୍‌ରେ ୨୦୦୦ ରନ ପୂରଣ କରିଛନ୍ତି । ଚେନ୍ନାଇ ବିପକ୍ଷ ମ୍ୟାଚରେ ୨୨ଟି ବଲ୍‌ରୁ ୫୯ ରନ ସଂଗ୍ରହ କରି ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ଏହି ଇନିଂସରେ ସେ ୬ଟି ଚୌକା ଓ ୪ଟି ଛକା ମାରିଥିଲେ । ସେ ମାତ୍ର ୧୫ଟି ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଆଇପିଏଲରେ ଏହା ତାଙ୍କର ୧୧ତମ ଅର୍ଦ୍ଧଶତକ ରହିଥିଲା । ୨୦୧୮ରେ ସେ ଦିଲ୍ଲୀ ପକ୍ଷରୁ ପଦାର୍ପଣ କରିଥିଲେ । ଉକ୍ତ ସିଜନରେ ସେ ମାତ୍ର ୩ଟି ମ୍ୟାଚ ଖେଳିବାକୁ ସୁଯୋଗ ପାଇଥିଲେ । ୨୦୧୯ ସିଜନରେ ହାଇଦ୍ରାବାଦ ତାଙ୍କୁ କିଣିଥିଲା । ଏହା ପରଠୁ ଅଭିଷେକଙ୍କ ଆଧିପତ୍ୟ ଜାରି ରହିଛି । ୮୩ଟି ମ୍ୟାଚ ଖେଳି ସେ ୧୧ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ବଳରେ ମୋଟ୍‌ ୨୦୦୪ ରନ ସଂଗ୍ରହ କରି ସାରିଛନ୍ତି ।

ଆଇପିଏଲ୍‌ରେ ପ୍ରଥମ ଖେଳାଳି ଭାବେ ସେ ୬ଥର ୨୦ରୁ କମ୍‌ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଛନ୍ତି । ହାଇଦ୍ରବାଦ ପକ୍ଷରୁ ଅଭିଷେକ ଚତୁର୍ଥ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । କେବଳ ଡେଭିଡ୍‌ ୱାର୍ଣ୍ଣର ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ୪୦୧୪ ରନ ସଂଗ୍ରହ କରିଥିବାବେଳେ ଶିଖର ଧାୱନ ୨୫୧୮ରନ ଓ କେନ ୱିଲିୟମସନ ୨୧୦୧ ରନ ସଂଗ୍ରହ କରିଛନ୍ତି ।